www.samajalive.in
Tuesday, December 9, 2025
17.1 C
Bhubaneswar

ଭୁବନେଶ୍ୱରରେ କୋଭିଡ ରୋଗୀଙ୍କ ପାଇଁ ମାଗଣା ଆମ୍ବୁଲାନ୍ସ ସେବା ଶୁଭାରମ୍ଭ କଲା ଏସଓଏସ ଶିଶୁ ଗ୍ରାମ

ଭୁବନେଶ୍ୱର:ଭାରତର ସର୍ବବୃହତ୍ ଶିଶୁ ଯତ୍ନ ଏନଜିଓ ଏସଓଏସ ଶିଶୁ ଗ୍ରାମ ପ୍ରଚଳିତ ପରିସ୍ଥିତିକୁ ଦୃଷ୍ଟିରେ ରଖି କେବଳ କୋଭିଡ ରୋଗୀମାନଙ୍କୁ ଜରୁରୀକାଳୀନ ଡାକ୍ତରଖାନାରେ ଭର୍ତି ପାଇଁ ୨୪ ଘଣ୍ଟିଆ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରିଛି।

ଏହି ଆମ୍ବୁଲାନ୍ସ ସେବା ସହର ଓ ଖୋର୍ଦ୍ଧା ଜିଲାର ଲୋକଙ୍କ ପାଇଁ ବହୁତ ସହାୟକ ହେବ। ଏହି ସେବା ଦ୍ୱାରା ମଧ୍ୟ ଭୁବନେଶ୍ୱର ମହାନଗର ନିଗମକୁ ବହୁତ ସହଯୋଗ ମିଳିପାରିବ। ବେଳେ ବେଳେ ଗୁରୁତର କୋଭିଡଙ୍କୁ ହସ୍ପିଟାଲକୁ ନେବା ସମୟରେ ସମସ୍ୟା ଦେଖା ଦେଉଥିବା ହେତୁ ଏହି ସେବା ମାଧ୍ୟମରେ ରୋଗୀମାନଙ୍କୁ ସଠିକ ସମୟରେ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇପାରିବ। ଏଥିପାଇଁ ଯୋଗାଯୋଗ କରିବାର ନମ୍ବର ହେଉଛି : ୯୯୩୮୩୫୪୩୦୬ / ୯୯୩୭୨୮୭୧୬୦

- Advertisement -

ମାଗଣା ଆମ୍ବୁଲାନସ ସେବା ସମ୍ପର୍କରେ ସୂଚନା ପ୍ରଦାନ କରି ଭାରତର ଏସଓଏସ ଶିଶୁଗ୍ରାମର ସେକ୍ରେଟାରୀ ଜେନେରାଲ ସୁମନ୍ତ କର କହିଛନ୍ତି ଯେ, ମହାମାରୀର ଦ୍ୱିତୀୟ ଲହରୀ ସମୟରେ ସାରା ଦେଶ ସ୍ୱାସ୍ଥ୍ୟ ଯତ୍ନ କ୍ଷେତ୍ର ଅନେକ ଆହ୍ୱାନର ସମ୍ମୁଖୀନ ହେଉଛି। କୋଭିଡ ସଂକ୍ରମଣ ସଂଖ୍ୟା ହଠାତ୍ ବୃଦ୍ଧି ହେବା ଦ୍ୱାରା ସ୍ୱାସ୍ଥ୍ୟ ଭିତି ଉପରେ ଏହାର ଚାପ ଦେଖାଦେଇଛି। ଭୁବନେଶ୍ୱରର ସ୍ଥିତି ମଧ୍ୟ ଏଥିରୁ ଭିନ୍ନ ନୁହେଁ। ରାଜ୍ୟ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଉଲ୍ଲେଖନୀୟ କାର୍ଯ୍ୟଗୁଡ଼ିକୁ ସହଯୋଗ କରିବା ପାଇଁ ତଥା ମହାନଗର ନିଗମକୁ ସହାୟତା କରିବା ପାଇଁ ଆମେ ସହରରେ ମାଗଣା ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରିଛୁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories