www.samajalive.in
Monday, December 8, 2025
27.1 C
Bhubaneswar

ଉଦୟ-ଲାବନ୍ୟ ପକ୍ଷରୁ ବରିଷ୍ଠ ସାମ୍ବାଦିକ ଜିମୂତ ମଙ୍ଗରାଜଙ୍କୁ ସମ୍ବର୍ଦ୍ଧନା

ଗୁରୁଡିଝାଟିଆ : ଉତ୍କଳ ସାମ୍ବାଦିକ ସଂଘର ସଭାପତି ତଥା ସଚିବାଳୟ ସାମ୍ବାଦକ ସଂଘର ସଭାପତି ବରିଷ୍ଠ ସାମ୍ବାଦିକ ଜିମୂତ ମଙ୍ଗରାଜଙ୍କୁ ଆଠଗଡ ଉଦୟ-ଲାବନ୍ୟ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଉଦୟ-ଲାବନ୍ୟର ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ଲଲାଟେନ୍ଦୁ ସେନାପତି, ସାମ୍ବାଦିକ ଶ୍ରୀ ମଙ୍ଗରାଜ ଙ୍କ ସମାଜସେବା କ୍ଷେତ୍ରରେ ପିଏଚଡି ହାସଲ କରି ଆମମାନଙ୍କୁ ଗୌରବାନ୍ୱିତ କରି ଆଗକୁ ବଢିବା ପାଇଁ ପ୍ରେରଣା ଓ ଶକ୍ତି ଯୋଗାଇଛନ୍ତି ବୋଲି କହିଛନ୍ତି। ସାମ୍ବାଦିକ ଡଃ ମଙ୍ଗରାଜଙ୍କ ଏହା ୩ୟ ପିଏଚଡି ଅଟେ। ଏକାଧାରାରେ ସ୍ତମ୍ଭକାର, ପ୍ରାବନ୍ଧିକ ସର୍ବୋପରି ସାମ୍ବାଦିକମାନଙ୍କ ମୌଳିକ ସମାସ୍ୟାକୁ ନେଇ ସରକାରଙ୍କ ନିକଟରେ ଉପସ୍ଥାପନ କରି ସେମାନଙ୍କ କଲ୍ୟାଣ ଦିଗରେ ଉଲ୍ଲେଖନୀୟ ଭୂମିକା ନିଭାଇଥାନ୍ତି। ସାମ୍ବାଦିକ ଶ୍ରୀ ସେନାପତି ଡଃ ମଙ୍ଗରାଜଙ୍କ  ଉତ୍ତରୋତର ଉନ୍ନତି କାମନା କରିବା ସହିତ ଜନକଲ୍ୟାଣ ଦିଗରେ ନିଜକୁ ସମର୍ପିତ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories