www.samajalive.in
Monday, December 8, 2025
27.1 C
Bhubaneswar

ରାସ୍ତା କଡରେ ଗଦାହେଇଛି କୁଢ଼ କୁଢ଼ ଅଳିଆ, ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି

ବେଗୁନିଆ: ପରିବେଶକୁ ସ୍ୱଚ୍ଛ କରିବା ଲାଗି ସରକାର ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି। ହେଲେ ତାହା କେତେକାଂଶରେ ବାଟମାରଣା ହେଉଥିବାର ଦେଖିବାକୁ ମିଳୁଛି । ଗୋଟିଏ ପଟେ ସାରା ରାଜ୍ୟରେ କରୋନା ତାର କାୟା ବିସ୍ତାର ଅତି କ୍ଷିପ୍ର ଗତିରେ ବଢିଚାଲିଥିବାବେଳେ ପରିବେଶକୁ ସ୍ୱଚ୍ଛ ରଖିବା ଲାଗି ବିଭିନ୍ନ କ୍ଷେତ୍ରରେ ଲୋକମାନଙ୍କୁ ସଚେତନ କରାଯାଉଥିବାବେଳେ ବେଗୁନିଆ ପଞ୍ଚାୟତ ତରଫରୁ ବେଗୁନିଆ ଗ୍ରାମର ବିଭିନ୍ନ ସ୍ଥାନରେ ମଇଳା ଜମା ହୋଇ ଏକ ପ୍ରକାର ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ବେଗୁନିଆ ହରିଜନ ସାହି ନିକଟରେ। ସାହିକୁ ଲାଗି ଥିବା ରାସ୍ତା କଡରେ ଗଦାହେଇଛି କୁଢ଼ କୁଢ଼ ଅଳିଆ । ଏହି ରାସ୍ତା ଦେଇ ଦୈନିକ ହଜାର ହଜାର ଲୋକ ଯିବା ଆସିବା କରୁଥିବାବେଳେ ଛାତ୍ର ଛାତ୍ରୀ ମାନେ କେନ୍ଦ୍ରପ୍ରକ୍ଷଥମିକ ବିଦ୍ୟାଳୟ, ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ ସହିତ ବେଗୁନିଆ ମହାବିଦ୍ୟାଳୟକୁ ଯା ଆସ କରିଥାନ୍ତି ।

 

- Advertisement -

ଏପରିକି ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଉପରେ ଥିବା ଡାକଘର ଠାରୁ ବାହାରିଥିବା ପୂର୍ତ୍ତ ବିଭାଗ ରାସ୍ତା କଡରେ ଥିବା ହରିଜନ ସାହି ନିକଟରେ ଏହି ଅଳିଆ ଗଦା ହୋଇଥିବାର ଦେଖିବାକୁ ମିଳୁଛି। ଏଥିସହିତ ବେଗୁନିଆ ରେ ଥିବା ବିଭିନ୍ନ କାର୍ୟ୍ୟାଳୟକୁ ବାହାର ପଞ୍ଚାୟତର ଲୋକମାନେ ଏହି ବାଟ ଦେଇ ଯିବା ଆସିବା କରିଥାନ୍ତି। ସମସ୍ତଙ୍କ ନଜର ଏହି ଅଳିଆ ଗଦା ଉପରେ ପଡୁଥିଲେ ମଧ୍ୟ ତାକୁ ସେଠାରୁ ଉଠାଇ ପରିବେଶକୁ ସ୍ୱଚ୍ଛ କରିବା ପାଇଁ କେହି କେବେ ଦୃଷ୍ଟି ଦେଇନାହାନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories