www.samajalive.in
Wednesday, December 10, 2025
26.1 C
Bhubaneswar

ଉତ୍କଳ ବିଶ୍ବବିଦ୍ୟାଳୟର ବ୍ୟବସାୟ ପ୍ରଶାସନିକ ବିଭାଗର ଜାତୀୟ ୱେବ୍‌ନେୟାର

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ବ୍ୟବସାୟ ପ୍ରଶାସନିକ ବିଭାଗ ପକ୍ଷରୁ ‘ଡିମିଷ୍ଟିଫାଇଂ ଡାଟା: ମଲ୍ଟିଭାରିଏଟ୍‌ ଆନାଲିସିସ୍ ୟୁଜିଂ ଏସ୍‌ପିଏସ୍‌ଏସ୍‌’ ଶୀର୍ଷକ ଜାତୀୟ ୱେବନେୟାର୍‌ ଅନୁଷ୍ଠିତ ହୋଇଯାଇଛି। ଉଦ୍‌ଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଯୋଗ ଦେଇ ବୈଜ୍ଞାନିକ ପଦ୍ଧତିରେ କିଭଳି ଗୁଣାତ୍ମକ ଗବେଷଣା କରାଯାଇପାରିବ ସେଥିପ୍ରତି ଗୁରୁତ୍ବ ଦିଆଯିବା ଆବଶ୍ୟକ ବୋଲି କହିଥିଲେ। ଏ ଦିଗରେ ଶିକ୍ଷକ-ଶିକ୍ଷୟିତ୍ରୀ ଗବେଷକ ଓ ଛାତ୍ରଛାତ୍ରୀମାନେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସେ ଆହ୍ବାନ ଦେଇଥିଲେ। ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ପ୍ରଫେସର ଶିବ କୁମାର ଉଦ୍‌ଗାତା ଏବଂ ଗ୍ବାଲିୟର ଏବିଭି-ଆଇଆଇଟିଏମ୍‌ ପ୍ରଫେସର ମନୋଜ କୁମାର ଦାସ ରିସୋର୍ସ ପର୍ସନ୍‌ ଭାବେ ଯୋଗ ଦେଇ ୱେବ୍‌ନେୟାରର ବିଷୟବସ୍ତୁ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟ ବ୍ୟବସାୟ ପ୍ରଶାସନିକ ବିଭାଗ ମୁଖ୍ୟ ଡ.ଦାଶରଥୀ ସାହୁ ସ୍ବାଗତ ଭାଷଣ ଦେଇଥିଲେ। ପ୍ରଫେସର ବିଧୁଭୂଷଣ ମିଶ୍ରଙ୍କ ନିର୍ଦେଶନାରେ ଆୟୋଜିତ ଏହି ୱେବ୍‌ନାରକୁ ଦେବାନନ୍ଦ ପାତ୍ର ଓ ଆଭାଶତରୂପା ପତି ସଂଯୋଜନା କରିଥିଲେ। ସହକାରୀ ପ୍ରଫେସର ରଶ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories