www.samajalive.in
Monday, December 8, 2025
14.1 C
Bhubaneswar

ସୁସ୍ଥ ହେଲେ ଆଉ ୧୧ ହଜାର ୮୨୧ କରୋନା ଆକ୍ରାନ୍ତ : ଆରୋଗ୍ୟ ସଂଖ୍ୟା ୫ ଲକ୍ଷ ୨୬ ହଜାର ୩୫୩କୁ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟରେ ସୋମବାର ଆଉ ୧୧ ହଜାର ୮୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହା ସହିତ ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୫ ଲକ୍ଷ ୨୬ ହଜାର ୩୫୩କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୧୯୨୧, ଖୋର୍ଦ୍ଧାରୁ ୧୫୯୬ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହପରି କଟକରୁ ୧୦୫୨, କଳାହାଣ୍ଡିରୁ ୫୭୫, ଅନୁଗୁଳରୁ ୫୬୨, ସମ୍ବଲପୁରରୁ ୫୩୩, ବରଗଡ଼ରୁ ୪୫୭, ଝାରସୁଗୁଡ଼ାରୁ ୪୨୨, ପୁରୀରୁ ୪୩୩ ଓ ବଲାଙ୍ଗିରରୁ ୩୧୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

- Advertisement -

ସେହିପରି ନବରଙ୍ଗପୁରରୁ ୩୧୬, କେନ୍ଦୁଝରରୁ ୩୧୫, ବୌଦ୍ଧରୁ ୨୭୮, ବାଲେଶ୍ୱରରୁ ୨୬୦, ଯାଜପୁରରୁ ୨୩୭, ଗଞ୍ଜାମରୁ ୨୩୩, ନୂଆପଡ଼ାରୁ ୨୨୯, କେନ୍ଦ୍ରାପଡ଼ାରୁ ୨୦୩, ଦେବଗଡରୁ ୧୯୯, ମୟୂରଭଞ୍ଜରୁ ୧୭୯, ନୟାଗଡ଼ରୁ ୧୭୪, ଜଗତସିଂହପୁରରୁ ୧୪୨, ରାୟଗଡାରୁ ୧୩୭, ସୁବର୍ଣ୍ଣପୁରରୁ ୧୩୪ ଏବଂ ଢେଙ୍କାନାଳରୁ ୧୨୯ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ଅନ୍ୟ ପକ୍ଷରେ ଗଜପତି ଓ କୋରାପୁଟରୁ ୧୨୦ ଜଣ ଲେଖାଁଏ, କନ୍ଧମାଳରୁ ୮୫, ଭଦ୍ରକରୁ ୮୩, ମାଲକାନଗିରିରୁ ୫୮ ଏବଂ ଷ୍ଟେଟ ପୁଲରୁ ୩୦୧ ଜଣ କରେନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ ଏଯାବତ ୫ ଲକ୍ଷ ୨୬ ହଜାର ୩୫୩ ଜଣ କରେନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories