www.samajalive.in
Wednesday, December 10, 2025
18.1 C
Bhubaneswar

ସିଆରପିଏଫ୍‌ ଯବାନଙ୍କ ଗୁଳିରେ ୩ ମୃତ, ମୃତକ ମାଓବାଦୀଙ୍କ ମିଲିସିଆ ସଦସ୍ୟ:ଆଇଜି

ମାଲକାନଗିରି: ଛତିଶଗଡ ସୁକମା ସିଲଗର ଗାଁରେ ଥିବା ନୂଆ ସିଆର୍‌ପିଏଫ୍‌ କ୍ୟାମ୍ପ ଠାରେ ଗୁଳିକାଣ୍ଡ ଘଟିଛି। ସିଆରପିଏଫ ଯବାନଙ୍କ ଗୁଳରେ ୩ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସିଲଗର ସିଆରପିଏଫ କ୍ୟାମ୍ପକୁ କରି ୩ ଦିନ ଧରି କ୍ୟାମ୍ପ ସମ୍ମୁଖରେ ସ୍ଥାନୀୟ ଲୋକେ ଧାରଣା ଦେଇଥିଲେ। ଆଜି ସେମାନେ ହଠାତ୍‌ ସିଆର୍‌ପିଏଫ୍‌ କ୍ୟାମ୍ପକୁ ପ୍ରବେଶ ପାଇଁ ଉଦ୍ୟମବେଳେ ସେମାନଙ୍କୁ ଘଉଡେଇବା ପାଇଁ ଯବାନ ଗୁଳି ଚାଳନା କରିଥିଲେ ଏବଂ ସେଥିରେ ମାଓବାଦୀଙ୍କ ମିଲିସିଆ ୩ ସଦସ୍ୟଙ୍କ ମୃତ୍ୟୁ ହୋଇଛି ବୋଲି ବସ୍ତର ଆଇଜି ପି.ସୁନ୍ଦର ରାଜ ସୂଚନା ଦେଇଛନ୍ତି।

- Advertisement -

ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ବିଜାପୁର ଜିଲାରେ ସିଲଗର ଗାଁରେ ସିଆରପିଏଫ୍ କ୍ୟାମ୍ପକୁ ବିରୋଧ କରି ତିନି ମାଓ ସମର୍ଥକ ମୃତ୍ୟୁ ହୋଇଛି। ନବନିର୍ମିତ ସିଆରପିଏଫ କ୍ୟାମ୍ପକୁ ସ୍ଥାନୀୟ ବାସିନ୍ଦା ଗତ ତିନି ଦିନ ଧରି ବିରୋଧ କରି ଆସୁଥିଲେ। ଆଜି ଶତାଧିକ ସ୍ଥାନୀୟ ଲୋକ ନୂତନ କ୍ୟାମ୍ପକୁ ବିରୋଧ କରି କ୍ୟାମ୍ପ ଭିତରକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରିଥିଲେ। ତେବେ ଯବାନମାନେ ସେମାନଙ୍କୁ ଅଟକାଇବାକୁ ବିଫଳ ହୋଇଥିଲେ। ପରବର୍ତ୍ତୀ ସମୟରେ ବାଧ୍ୟ୍ୟ ହୋଇ ଯବାନମାନେ ଗୁଳି ଚାଳନା କରିଥିଲେ। ଯବାନମାନଙ୍କ ଗୁଳିମାଡରେ ତିନି ଜଣ ପ୍ରାଣ ହରାଇଥିବା ଜଣାପଡିଛି। ମୃତ ବ୍ୟକ୍ତିମାନେ ମାଓବାଦୀଙ୍କ ମିଲିସିଆ ସଦସ୍ୟ ବୋଲି ବସ୍ତର ଆଇଜି ପି.ସୁନ୍ଦର ରାଜ ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ବର୍ତ୍ତମାନ ସୁଦ୍ଧା ଉତ୍ତେଜନା ଲାଗିରହିଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories