www.samajalive.in
Monday, December 8, 2025
27.1 C
Bhubaneswar

ପୁଲିସ ପାଟ୍ରୋଲିଂ ସମୟରେ ଡକାୟତି ଉଦ୍ୟମ: ୩ ଅଟକ, ୨ ଫେରାର

ମୁରିବାହାଲ : ମୁରିବାହାଲ ପୁଲିସ ସୋମବାର ସକାଳ ୯.୩୦ ସମୟରେ ଭୋଇପଡା ବଙ୍ଗୋମୁଣ୍ଡା ରାସ୍ତାରେ ପାଟ୍ରୋଲିଂ କରୁଥିବା ସମୟରେ କିଛି ଯୁବକ ଗୁରୁଣ୍ଡା ପାଖରେ ଛିଡା ଥିବା ଦେଖି ପୁଲିସକୁ ସନ୍ଦେହ ହୋଇଥିଲା। ଏହାପରେ ମୁରିବାହାଲ ଥାନାଧିକାରୀ ତାରା ଜସ୍ମିନ ଗୁରିଆ ଏବଂ ପୁଲିସ କର୍ମଚାରୀ ୩ ଜଣ ଯୁବକଙ୍କୁ କାବୁ କରିଥିବାବେଳେ ୨ ଜଣ ଘଟଣା ସ୍ଥଳରୁ ବଙ୍ଗୋମୁଣ୍ଡା ପଟକୁ ଫେରାର ହୋଇଯାଇଥିଲେ। ସେମାନେ ଡକାୟତି ଉଦ୍ୟମ କରୁଥିବା ପୁଲିସ ଜାଣିବାକୁ ପାଇଥିଲା। ୩ ଜଣଙ୍କୁ କାବୁ କରି ତଲାସି କରିବା ସମୟରେ ତାଙ୍କ ପାଖରୁ ଗୋଟିଏ ଦେଶୀ ପିସ୍ତଲ, ଗୋଟିଏ ଆପାଚି ଗାଡି ସହିତ ୩ ଗୋଟି ମୋବାଇଲ ଜବତ  କରାଯାଇଛି। ଅଟକ ୩ ଯୁବକଙ୍କ ମଧ୍ୟରୁ ବଙ୍ଗୋମୁଣ୍ଡାରୁ ଜଣେ, ଗୋଇମୁଣ୍ଡ ପଞ୍ଚାୟତ ଭୋଇପଡାରୁ ୨ ଜଣ ହୋଇଥିବା ପୁଲିସ ସୂତରୁ ପ୍ରକାଶ। 

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories