www.samajalive.in
Saturday, December 6, 2025
16.1 C
Bhubaneswar

ବିଶ୍ୱର କ୍ଷୁଦ୍ରତମ ରୋପଣଯୋଗ୍ୟ ଚିପ୍‍ ପ୍ରସ୍ତୁତ

ନ୍ୟୁୟର୍କ: କଲମ୍ବିଆ ବିଶ୍ୱବିଦ୍ୟାଳୟର ଇଞ୍ଜିନିୟରମାନେ ବିଶ୍ୱର ସବୁଠାରୁ କ୍ଷୁଦ୍ର, ଓୟାରଲେସ ଏବଂ ଶରୀରରେ ରୋପଣଯୋଗ୍ୟ ଚିପ୍‍ ପ୍ରସ୍ତୁତ କରିଛନ୍ତି। ଏହା ଏତେ କ୍ଷୁଦ୍ର ଯେ ଏକ ଛୁଞ୍ଚି ଅଗରେ ମଧ୍ୟ ରହିଯାଇପାରିବ। ଏହାକୁ ମାନବ ଶରୀରରେ ରୋପଣ କରାଗଲେ ତାହା ଶରୀରର ସ୍ୱାସ୍ଥ୍ୟାବସ୍ଥା ନିରୀକ୍ଷଣ କରି ସେ ସମ୍ପର୍କରେ ଆବଶ୍ୟକ ସୂଚନା ପ୍ରଦାନ କରିପାରିବ ବୋଲି କହିଛନ୍ତି ଇଞ୍ଜିନିୟରମାନେ। ଏଥିସହିତ ବୈଜ୍ଞାନିକମାନେ ବର୍ଷ ବର୍ଷ ଧରି ଯେଉଁଥିପାଇଁ ପ୍ରୟାସ କରୁଥିଲେ, ଶେଷରେ ସେଥିରେ ସେମାନେ ସଫଳ ହୋଇଥିବା ଦାବି କରିଛନ୍ତି।
ଏହି ଉପକରଣଟି ବିଶ୍ୱର ସବୁଠାରୁ କ୍ଷୁଦ୍ର ଚିପ୍‍ ଭାବରେ ବିବେଚିତ ହେଉଛି ଏବଂ ଏହା ସମୁଦାୟ ଏକ ଇଲେକଟ୍ରୋନିକ ୟୁନିଟ ଭାବରେ କାର୍ଯ୍ୟ କରୁଛି। କଲମ୍ବିଆ ବିଶ୍ୱବିଦ୍ୟାଳୟର ଗବେଷକମାନେ କହିଛନ୍ତି ଯେ ଏହା ଜଟିଳ ରୋଗୀଙ୍କ ଚିକିତ୍ସାରେ ବିଶେଷ ଭାବରେ ସହାୟକ ହୋଇପାରିବ ଏବଂ ରୋଗୀଙ୍କ ଜୀବନ ମାନରେ ଉନ୍ନତି ଆଣିପାରିବ। ଏହା ଶରୀରର ତାପମାତ୍ରା, ରକ୍ତଚାପ, ଶର୍କରା ପରିମାଣ, ଶ୍ୱାସକ୍ରିୟା ଆଦି ସମ୍ପର୍କରେ ସଠିକ ସୂଚନା ପ୍ରଦାନ କରିବ। ଏହାର ଆକାର ୦.୧ ଘନମିଲିମିଟରରୁ ମଧ୍ୟ କମ୍‍। କେବଳ ମାଇକ୍ରୋସ୍କୋପରେ ଏହାକୁ ଦେଖିହେବ। କହିବାକୁ ଗଲେ ଏକ କ୍ଷୁଦ୍ର ଧୂଳିକଣା ଆକୃତି ସହିତ ଏହା ସମାନ। ଗବେଷକମାନେ ଏହି ଅଲଟ୍ରାସାଉଣ୍ଡ ଶକ୍ତିକୁ ବ୍ୟବହାର କରି ଏହି ଉପକରଣ ସହିତ ଓୟାରଲେସ ପଦ୍ଧତିରେ ଯୋଗାଯୋଗ ସ୍ଥାପନ କରିଥିଲେ। ଚିକିତ୍ସା ବିଜ୍ଞାନରେ ଏହା ବିରାଟ ପରିବର୍ତ୍ତନ ଆଣିବ ବୋଲି କହିଛନ୍ତି ଗବେଷକ ଦଳର ମୁଖ୍ୟ କେନ୍‍ ଶେପାର୍ଡ। ଜଣେ ଡକ୍ଟରାଲ ଛାତ୍ର ଚେନ୍‍ ଶି ଏହାର ଡିଜାଇନ କରିଥିବାବେଳେ ଏହାକୁ ତାଇୱାନ ସେମିକଣ୍ଡକ୍ଟର ମାନୁଫାକଚରିଂ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଛି। ପରେ କଲମ୍ବିଆ ନାନୋ ଇନିସିଏଟିଭ କ୍ଲିନରୁମ୍‍ ଏବଂ ସିଟି ୟୁନିଭରସିଟି ଅଫ ନ୍ୟୁୟର୍କ ଆଡଭାନ୍ସଡ ସାଇନ୍ସ ରିସର୍ଚ୍ଚ ସେଣ୍ଟର ନାନୋଫାବ୍ରିକେସନ କେନ୍ଦ୍ରରେ ଏଥିରେ ଆବଶ୍ୟକ ପରିବର୍ତ୍ତନ କରାଯାଇଥିବା କୁହାଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories