www.samajalive.in
Monday, December 8, 2025
14.1 C
Bhubaneswar

ରାତି ୮ଟା ମୁଖ୍ୟ ଖବର

–ଆଜି ରାଜ୍ୟରେ ସୁସ୍ଥ ହେଲେ ୧୨୦୭୭, ମୋଟ ଆରୋଗ୍ୟ ସଂଖ୍ୟା ୫୧୪୫୩୨କୁ ବୃଦ୍ଧି

–କୂଳ ଲଙ୍ଘୁଛି ମହାନଦୀ, ନାଲିଫିତା ତଳେ ରିଙ୍ଗବନ୍ଧ। ତଟ ସୁରକ୍ଷା ନ ହେଲେ ନଦୀରେ ଲୀନ ହେବ ୫୫ ରାଜସ୍ୱ ଗାଁ

–ଜୁନ ୧୫ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ମନା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଅବଧି ବଢ଼ିଲା। କୋଭିଡ୍‌ ସ୍ଥିତି ନେଇ ସମୀକ୍ଷା ବୈଠକରେ ଶ୍ରୀମନ୍ଦିର ଓ ଜିଲା ପ୍ରଶାସନର ନିଷ୍ପତ୍ତି। ସୀମିତ ସେବାୟତଙ୍କୁ ନେଇ ଶ୍ରୀଜୀଉଙ୍କ ନୀତିକାନ୍ତି ଜାରି ରହିବ।

–ଭୁବନେଶ୍ବରରୁ ଆଜି ୧୩୫୩ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୯୩୮। ସଙ୍ଗରୋଧରୁ ୨୧୮ ଓ ସ୍ଥାନୀୟ ଅଞ୍ଚଳରୁ ୧୧୩୫ ଚିହ୍ନଟ

–ଗ୍ରାମାଞ୍ଚଳରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଏସ୍‌ଓପି। ଗ୍ରାମାଞ୍ଚଳ, ଆଦିବାସୀ ବହୁଳ ଓ ସହର ଉପକଣ୍ଠ ପାଇଁ ନୂଆ ଏସ୍‌ଓପି ଜାରି। ସର୍ଭେଲାନ୍ସ, ସ୍କ୍ରିନିଂ ଓ ଆଇସୋଲେସନ୍‌କୁ ଫୋକସ ପାଇଁ ନିର୍ଦେଶ।

–ବିବାହ ଉତ୍ସବକୁ ଯିବା ପୂର୍ବରୁ ଆଣ୍ଟିଜେନ୍‌ ପରୀକ୍ଷା କରିବାକୁ ନିବେଦନ। କୋଭିଡ୍‌ ସଂକ୍ରମଣ ହ୍ରାସ ପାଇଁ ଗଞ୍ଜାମ ଜିଲାବାସୀଙ୍କୁ ଜିଲାପାଳଙ୍କ ନିବେଦନ। ବର ଓ କନ୍ୟା ସହ ୫୦ ଅତିଥିଙ୍କୁ କୋଭିଡ୍‌ ଟେଷ୍ଟ କରିବାକୁ ଅନୁରୋଧ।

– ଝାରପଡା ଜେଲରେ କରୋନାରେ କଏଦୀ ମୃତ

– ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ ଶିଳ୍ପିଗୁରୁ ରଘୁନାଥ ମହାପାତ୍ରଙ୍କ ଦୁଇ ପୁଅ ଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ନେଇ ଏମ୍ସ ଅଧିକ୍ଷକଙ୍କ ସୂଚନା

– ରାଜ୍ୟର ୧୭ ଜିଲାରେ ବର୍ଷା ସମ୍ଭାବନା, ପାଣିପାଗ କେନ୍ଦ୍ରର ପୂର୍ବାନୁମାନ

–ରାଜ୍ୟରେ ଫିଲ୍ମ ଓ ସିରିଏଲ ସୁଟିଂ ଉପରେ କଟକଣା ଲଗାଇଲେ ସରକାର, ସମସ୍ତ ପ୍ରକାର ଇନଡୋର ଓ ଆଉଟଡୋର ସୁଟିଂ ଉପରେ ପ୍ରତିବନ୍ଧକ

– ରାଜ୍ୟରେ କରୋନାରେ ଆଖି ବୁଜିଲେ ଆଉ ୧୯ ଆକ୍ରାନ୍ତ

-ରାଜ୍ୟରେ ଦିନକରେ ୧୧୭୩୨ ନୂଆ କରୋନା ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧୭୧୦

– ଘରୋଇ କମ୍ପାନୀ କର୍ମଚାରୀଙ୍କ ପାଇଁ ପୁଲିସର ଇ-ଅନୁମତି ବ୍ୟବସ୍ଥା

– ପ୍ରଥମରୁ ଅଷ୍ଟମ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଚିନ୍ତା, ଗଠନ ହେଲା ବିଶେଷଜ୍ଞ କମିଟି

 

– ହରିୟାଣାରେ ପାନିପଥ ରିଫାଇନାରୀ ପକ୍ଷରୁ ୫୦୦ ଶଯ୍ୟା ବିଶିଷ୍ଟ ବୃହତ କୋଭିଡ୍‍ ହସ୍ପିଟାଲର ଲୋକାର୍ପଣ

– କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ ଅନିଲ ବିଜ୍‍ଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ କରକମଳରେ ହସ୍ପିଟାଲ୍‍ର ଲୋକାର୍ପଣ

–ଦେଶର ଗ୍ରାମାଞ୍ଚଳରେ କୋଭିଡ ପରିଚାଳନା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନୂତନ ମାର୍ଗଦର୍ଶିକା ଜାରି

–ସମସ୍ତ ନଗର, ଉପନଗର, ଗ୍ରାମାଞ୍ଚଳ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ କ୍ରମଶଃ ସଂକ୍ରମଣ ଦୃଷ୍ଟିରୁ ମନ୍ତ୍ରଣାଳୟ ପକ୍ଷରୁ ପ୍ରାଥମିକ ସ୍ତରରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ସୁଦୃଢ଼ କରାଇବା ଉପରେ ଗୁରୁତ୍ୱ ଦିଆଯାଇଛି

–ଭାରତରେ ପହଞ୍ଚିଲା ୨ୟ ପର୍ଯ୍ୟାୟ ସ୍ପୁଟନିକ–ଭି ଟିକା, ଆସନ୍ତା ସପ୍ତାହରୁ ବଜାରରେ ହେବ ଉପଲବ୍ଧ

– ଗୋଆ ଚିକିତ୍ସା ମହାବିଦ୍ୟାଳୟରେ ଅମ୍ଳଜାନ ଅଭାବରୁ ଆଉ ୮ ରୋଗୀ ମୃତ, ୫ ଦିନରେ ଗଲାଣି ୮୩ ଜୀବନ

–ଦିଲ୍ଲୀରେ ଆଉ ଏକ ସପ୍ତାହ ତାଲାବନ୍ଦ ଅବଧି ବଢ଼ିଲା

– ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୧୧ ହଜାର ୧୭୦ କରୋନା ସଂକ୍ରମିତ ଚିହ୍ନଟ ଓ ୪୦୭୭ ମୃତ

– କରୋନାରେ କଂଗ୍ରେସ ସାଂସଦ ରାଜୀବ ସାତଭଙ୍କ ଦେହାନ୍ତ

– ଭାରତର କୋଭିଡ ସ୍ଥିତି ବିଶ୍ୱର ଅନ୍ୟ ସବୁରାଷ୍ଟ୍ର ଠାରୁ ଭଲ ରହିଛି: ଜନ୍‍ ହପକିନ୍ସ ବିଶ୍ୱବିଦ୍ୟାଳୟ

– ପଶ୍ଚିମବଙ୍ଗରେ ଆଜିଠାରୁ ତାଲାବନ୍ଦ, ମଇ ୩୦ ପର୍ଯ୍ୟନ୍ତ ରହିବ କଟକଣା

–୨ୟ ତରଙ୍ଗରେ ଫଳପ୍ରଦ ହେଉନି ପ୍ଲାଜମା ଥେରାପି, ଚିକିତ୍ସା ପରିଚାଳନା ନିର୍ଦେଶାବଳୀରୁ ହଟାଯିବାକୁ ନିଷ୍ପତ୍ତି

– ସ୍ଥଳଭାଗ ଛୁଇଁବା ପୂର୍ବରୁ ‘ତୌକ୍‌ତେ’ର ତାଣ୍ଡବ; କର୍ଣ୍ଣାଟକରେ ୪ ମୃତ, ବୈଠକ ଡକାଇଲେ ଶାହ

– ଅତି ଭୟଙ୍କର ସାମୁଦ୍ରିକ ଝଡ ରୂପନେଲା ତଉକତେ: ୧୮ରେ ଗୁଜରାଟ ଉପକୂଳ ଅତିକ୍ରମ କରିବ

– ଉଲଫା (ଆଇ)ର ଅସ୍ତ୍ରବିରତି ଘୋଷଣା

– ଦେଶରେ କରେନା ଟିକାକରଣ : ଟିକା ନେଲେଣି ୧୮କୋଟି ୨୨ଲକ୍ଷ ୨୦ ହଜାର ୧୬୪

–କରେନା ଟିକାକରଣ ; ୬୦ ବର୍ଷରୁ ଅଧିକ: ୩୯.୮%, ୪୫-୬୦ ବର୍ଷ: ୪୫.୪%, ୩୦-୪୫ ବର୍ଷ: ୯.୫%, ୧୮-୩୦ ବର୍ଷ: ୫.୩% ଟିକା ନେଲେଣି

–ଏପର୍ଯ୍ୟନ୍ତ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ୨୦କୋଟିରୁ ଊର୍ଦ୍ଧ୍ବ କୋଭିଡ୍‍ ଟିକା ଦିଆଯାଇ ସାରିଲାଣି

– ଜୁଲାଇ ସୁଦ୍ଧା ଭାରତରେ ୫୧.୬ କୋଟି ଟିକା ଉପଲବ୍ଧ ହେବ: ହର୍ଷବର୍ଦ୍ଧନ

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories