ଅନେକ ସମୟରେ ଲୋକ କାର୍ କିମ୍ବା ବସ୍ ଭିତରେ ଧୂମପାନ କରୁଥିବା ଦେଖିବାକୁ ମିଳିଥାଏ। କିନ୍ତୁ କେବେ ତାହା ପ୍ରାଣଘାତୀ ହୋଇପାରେ ବୋଲି କେହି ଚିନ୍ତା କରି ନ ଥାନ୍ତି। ଏଭଳି ଏକ ଘଟଣା ଘଟିଛି ଆମେରିକାର ମେରିଲାଣ୍ଡରେ। କାର୍ ଭିତରେ ଧୂମପାନ କରୁଥିବା ସମୟରେ ନିଆଁ ଲାଗଯିବାରୁ ମଝି ରାସ୍ତାରେ କାର୍ ଜଳିଯିବା ସହିତ ଚାଳକ ପୋଡ଼ିଯାଇ ଗୁରୁତର ଆହତ ହୋଇଛନ୍ତି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭିଡିଓରୁ ଦେଖାଯାଇଛି ଯେ, ଏକ କାର ମେରିଲାଣ୍ଡରେ ଏକ ଟ୍ରାଫିକ ପୋଷ୍ଟ ନିକଟରେ ଅଟକି ରହିଛି। କିଛି ସମୟ ପରେ କାରଟି ହଠାତ ଜଳିଉଠିବା ସହିତ ସେଥିରୁ ଜଣେ ବ୍ୟକ୍ତି ପ୍ରାଣ ବିକଳରେ ବାହାରକୁ ବାହାରି ଆସୁଛନ୍ତି। ତାଙ୍କ ଶରୀରରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଛି।
ସୂଚନା ଅନୁସାରେ, କାର ଚାଳକ ଜଣକ ସିଟ୍ରେ ବସିଥିବା ସମୟରେ ଧୂମପାନ କରୁଥିଲେ। ଏହି ସମୟରେ ସେ ନିଜ ହାତକୁ ବିଶୋଧନ କରିବା ଲାଗି ବିଶୋଧକ ବ୍ୟବହାର କରୁଥିଲେ। ମାତ୍ର ବିଶୋଧକ ଯୋଗୁ ହଠାତ୍ ନିଆଁ ଲାଗିଯାଇଥିଲା। ତୁରନ୍ତ ନିଆଁ କାରକୁ ବ୍ୟାପିଯାଇଥିଲା ଏବଂ ସେ ଗାଡ଼ିରୁ ବାହାରି ଆସିଥିଲେ। ଖବର ପାଇ ତୁରନ୍ତ ଦମକଳ ଗାଡ଼ି ସେଠାରେ ପହଞ୍ଚି ନିଆଁକୁ



