www.samajalive.in
Monday, December 8, 2025
13.1 C
Bhubaneswar

ବାମ ବରଡ଼ା ଗ୍ରାମରୁ ଉଦ୍ଧାର ହରିଣ ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ଛାଡ଼ିବା ପରେ ମୃତ୍ୟୁ

ସାକ୍ଷୀଗୋପାଳ:   ଆଜି  ସକାଳେ  ସତ୍ୟବାଦୀ ବ୍ଲକ ଅନ୍ତର୍ଗତ  ଶୁକଳ  ପଞ୍ଚାୟତର  ବାମ ବରଡ଼ା ଗ୍ରାମ ନିକଟରେ  ଏକ ହରିଣ ବୁଲୁଥିବାର ଗ୍ରାମବାସୀମାନେ ଦେଖିଥିଲେ। ଉକ୍ତ ହରିଣକୁ  ଗ୍ରାମବାସୀ ମାନେ  ଧରିଥିଲେ ଏବଂ ଏ ସମ୍ପର୍କରେ  ସତ୍ୟବାଦୀ ଫରେଷ୍ଟର ପ୍ରଦୀପ କୁମାର ପଟ୍ଟନାୟକଙ୍କୁ ଖବର ଦେଇଥିଲେ। ଖବରପାଇ ଫରେଷ୍ଟର ଶ୍ରୀ  ପଟ୍ଟନାୟକ   ଓ ଫରେଷ୍ଟ ଗାର୍ଡ  ଗୀତାଞ୍ଜଳି ବେହେରା ଓ ଭାଗିରଥ ରାଉତ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ଗ୍ରାମବାସୀଙ୍କ  ଠାରୁ ହରିଣକୁ ଉଦ୍ଧାର କରିଥିଲେ ଏବଂ ହରିଣକୁ ନେଇ ପୁରୀ ବାଲୁଖଣ୍ଡ  ଅଭୟାରଣ୍ୟରେ ଛାଡିଥିଲେ। ଛାଡିବର କିଛି ସମୟରେ ମଧ୍ୟରେ  ହରିଣଟିର  ମୃତ୍ୟୁ ହୋଇଥିଲା ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ। ହରିଣ ମୃତ୍ୟୁର କାରଣ ଜାଣିବା ପାଇଁ  ବ୍ୟବଚ୍ଛେଦ  ପାଇଁ ପଠାଯାଇଛି  ବୋଲି ସେ ପ୍ରକାଶ କରିଛନ୍ତି।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories