ଭୁବନେଶ୍ବର: କରୋନାର ଦ୍ବିତୀୟ ଲହର ସାରା ଦେଶକୁ ଅସ୍ତବ୍ୟସ୍ତ କରିଥିବାବେଳେ ସାରା ମାନବ ସମାଜ ବର୍ତ୍ତମାନ ସ୍ଥାଣୁ ପ୍ରାୟ। ଏଭଳି ଘଡିସନ୍ଧି ମୁହୁର୍ତ୍ତରେ ଜୀବନକୁ ବାଜି ଲଗାଇ ମାନବ ସେବାରେ ଲାଗିପଡିଛନ୍ତି ଆଗଧାଡ଼ିର ପ୍ରମୁଖ ଯୋଦ୍ଧା। ସେହି ସମ୍ମୁଖ ଯୋଦ୍ଧା ବିଏମ୍ସି କର୍ମଚାରୀମାନଙ୍କୁ ସହାୟତା କରିବାର ମହତ୍ ଉଦେଶ୍ୟ ନେଇ ପ୍ଲାାନେଟ୍ ଡେଭଲପମେଣ୍ଟ ଫାଉଣ୍ଡେସନ୍, ଇଣ୍ଟଭ୍ୟୁ ଟାଇମ୍ସ ଓ ପାର୍ଲେଜିର ମିଳିତ ସହଯୋଗରେ ଖାଦ୍ୟ ସାମଗ୍ରୀ ଓ ମାସ୍କ ବଣ୍ଟନ କରାଯାଇଛି। ଏହି କାଯ୍ୟକ୍ରମରେ ପ୍ଲାନେଟ୍ ଡେଭେଲେପମେଣ୍ଟ ଫାଉଣ୍ଡେସନ୍ର ଭବାନୀ, ରାଜୀବ ନୟନ, ଇଣ୍ଟରଭ୍ୟୁ ଟାଇମ୍ସର ଗ୍ରୁପ୍ ଏଡିଟର ଦିବ୍ୟଜିତ୍ ସାହୁ, ବିଏମ୍ସି ପ୍ରକଳ୍ପ ସଂଜୋଯକ ପ୍ରବେଶ କୁମାର ସାହୁ, ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ତନ୍ମୟ ସ୍ବାଇଁ , ଜ୍ୟୋର୍ତିବିଦ ବି.ବି.କର, ପ୍ରମୋଦ ଲେଙ୍କା, ହରମୋହନ ପତି, ଶାରଦା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଆଗକୁ ଏହିପରି କାର୍ଯ୍ୟକ୍ରମ ମାନ ଜାରି ରହିବ ବୋଲି ଅନୁଷ୍ଠାନର ପ୍ରମୁଖ ଅଧିକାରୀ ମାନେ ମତ ପ୍ରକାଶ କରିଥିଲେ।
କରୋନା ସମୟରେ ସହଯୋଗର ହାତ ବଢାଇଲେ ପ୍ଲାନେଟ୍ ଡେଭଲପମେଣ୍ଟ ଫାଉଣ୍ଡେସନ୍, ଇଣ୍ଟଭ୍ୟୁ ଟାଇମ୍ସ ଓ ପାର୍ଲେଜି
Popular Categories



