www.samajalive.in
Monday, December 8, 2025
27.1 C
Bhubaneswar

ଦିନ ୧୨ଟା – ମୁଖ୍ୟ ଖବର (୧୪ ମେ ୨୦୨୧)

ଦେଶ/ବିଦେଶ ଖବର

– ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୪୩ ହଜାର ୧୪୪ କରୋନା ସଂକ୍ରମିତ ଚିହ୍ନଟ, ପ୍ରାଣ ହରାଇଛନ୍ତି ୪ ହଜାର ରୋଗୀ
ଭାରତରେ କୋଭିଶିଲ୍ଡ ଟିକାର ୨ଟି ପାନ ମଧ୍ୟରେ ବ୍ୟବଧାନ ୪ ସପ୍ତାହ ବଦଳରେ ୪ ମାସ କରାଯାଇଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମୁଖ୍ୟ ଚିକିତ୍ସା ପରାମର୍ଶଦାତା ଡ. ଫାଉଚୀ ଯଥାର୍ଥ ବୋଲି କହିଛନ୍ତି

– ଗଙ୍ଗା ନଦୀର ଖେରେଶ୍ଵର ଘାଟରେ ପୋତାଯାଇଛି ଶତାଧିକ ମୃତହେଦ, ବର୍ଷାରେ ବାଲି ଧୋଇଯିବାରୁ ସାମ୍ନାକୁ ଆସିଲା ଘଟଣା

- Advertisement -

– ବର୍ଷ ଶେଷ ସୁଦ୍ଧା ସମସ୍ତ ନାଗରିକଙ୍କୁ ଟିକାକରଣ କରିବା ନେଇ ସରକାରଙ୍କ ଦୃଢୋକ୍ତି।

– ୧୦ ରାଜ୍ୟରେ ୭୨% ନୂଆ ସଂକ୍ରମିତ। ଗୁରୁବାର ଦେଶରେ ଚିହ୍ନଟ ହୋଇଥିବା ଦୈନିକ ସଂକ୍ରମଣ ମଧ୍ୟରୁ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୭୨% ସଂକ୍ରମିତ ରହିଛନ୍ତି।

– ‘ଗୋ ଏୟାର’ ନାମ ବଦଳି ‘ଗୋ ଫାଷ୍ଟ’ ହେଲା। ୧୫ ବର୍ଷ ଉଡାଣ ପରେ ବିମାନ ଚଳାଚଳ ସଂସ୍ଥାର ନାମ ପରିବର୍ତ୍ତନ।

– କେ.ପି. ଶର୍ମା ଓଲି ନେପାଳ ପ୍ରଧାନମନ୍ତ୍ରୀ ଭାବରେ ପୁନଃ ଅବସ୍ଥାପିତ, ବିରୋଧୀ ଦଳ ସଂଖ୍ୟାଗରିଷ୍ଠତା ଜୁଟାଇବାରେ ବିଫଳ।

– ଭୋପାଳ ସରକାରୀ ଡାକ୍ତରଖାନାରେ କରୋନା ରୋଗୀଙ୍କୁ ବଳାତ୍କାର, ୨୪ ଘଣ୍ଟା ପରେ ପ୍ରାଣ ହରାଇଲେ ରୋଗୀ।

ରାଜ୍ୟ ଖବର

– ରାଜ୍ୟରେ ଦିନକରେ ୧୨୩୯୦ ନୂଆ ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୨୨୦୧
ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ମୃତ୍ୟୁ ସଂଖ୍ୟା ଗତ କିଛି ଦିନ ହେବ ୧୫ ଟପୁଥିବା ବେଳେ ୨୪ ଘଣ୍ଟାରେ ୨୦ ଟପିଛି। ୧୬ ଜିଲାରୁ ସର୍ବାଧିକ ୨୨ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

– ସରକାର ଦେଲେ ଅନୁମତି, ଘରେ ପହଞ୍ଚିବ ମଦ। ଅନ୍‌ଲାଇନରେ ଅର୍ଡର କରିପାରିବେ ଇଚ୍ଛୁକ ବ୍ୟକ୍ତି।

– ରାଜ୍ୟରେ କାର୍ଯ୍ୟବନ୍ଦ, ଧର୍ମଘଟ, ଧାରଣା ମନା –ଏସ୍‌ମା ଲାଗୁ କଲେ ସରକାର

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories