www.samajalive.in
Sunday, December 7, 2025
16.1 C
Bhubaneswar

କାର୍ଯ୍ୟବନ୍ଦ, ଧର୍ମଘଟ, ଧାରଣା ମନା – ଲାଗୁ ହେଲା ଏସ୍‌ମା

ଭୁବନେଶ୍ୱର: ସଂପ୍ରତି କରୋନା ମହାମାରୀ କାଳରେ ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟରେ କୌଣସି ବର୍ଗର କର୍ମଚାରୀ ଯେଭଳି କାମଧନ୍ଦା ବନ୍ଦ ନକରନ୍ତି ଏବଂ ଆନ୍ଦୋଳନ କିମ୍ବା ନାରାବାଜି ନକରନ୍ତି ସେନେଇ ସରକାରଙ୍କ ପକ୍ଷରୁ ଓଡ଼ିଶା ଅତ୍ୟାବଶ୍ୟକ ସେବା ପରିଚାଳନା ଆଇନ(ଏସମା) ଲାଗୁ କରାଯାଇଛି ।

ଏସଂକ୍ରାନ୍ତରେ ଗୃହ ବିଭାଗ ପକ୍ଷରୁ ଏକ ନିର୍ଦେଶନାମା ଜାରି ହୋଇଛି । ସେଥିରେ ଦର୍ଶାଯାଇଛି ଯେ ଏବେ ମଣିଷ ଓ ପଶୁ ସମ୍ପଦର ଜୀବନ ମୂଲ୍ୟବାନ । ଏହି ସମୟରେ ସ୍ୱାସ୍ଥ୍ୟ, ପ୍ରାଣୀସମ୍ପଦ ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗରେ କାର୍ଯ୍ୟରତ କର୍ମଚାରୀମାନେ ମନଇଚ୍ଛା ଛୁଟିରେ ରହିପାରିବେ ନାହିଁ । ସେମାନେ ନିୟମିତ ହୁଅନ୍ତୁ ବା ଠିକା, ସମସ୍ତଙ୍କୁ ସରକାରଙ୍କ ନିର୍ଦେଶ ଅନୁଯାୟୀ ସରକାରୀ କାର୍ଯ୍ୟ କରିବାକୁ ପଡ଼ିବ । ସରକାରଙ୍କ ଏହି ନିର୍ଦେଶନାମା ଏବେଠାରୁ ଆସନ୍ତା ୬ମାସ ପାଇଁ ବଳବତ୍ତର ରହିବ ବୋଲି ଗୃହବିଭାଗ ସ୍ୱତନ୍ତ୍ର ସଚିବ ଦର୍ଶାଇଛନ୍ତି ।

- Advertisement -

ନିର୍ଦେଶନାମାରେ କୁହାଯାଇଛି ଯେ ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରାଣୀ ଚିକିତ୍ସା ଡାକ୍ତର, ପଶୁପାଳନ ନିରୀକ୍ଷକ, ଅନ୍ୟ ତୃତୀୟ ଶ୍ରେଣୀ ଏବଂ ଚତୁର୍ଥ ଶ୍ରେଣୀର କର୍ମଚାରୀଙ୍କ ଦ୍ବାରା କାର୍ଯ୍ୟ ବନ୍ଦ କିମ୍ବା ମନଇଛା ଧର୍ମଘଟକୁ ପ୍ରଶ୍ରୟ ଦିଆଯିବ ନାହିଁ। ଏଥିସହିତ ସରକାରୀ ପ୍ରାଣୀ ଚିକିତ୍ସାଳୟ ଏବଂ ଉପଚିକିତ୍ସାଳୟରେ ଜିଲା ପ୍ରାଣୀ ଚିକିତ୍ସାଳୟ, ଉପ-ବିଭାଗୀୟ ପ୍ରାଣୀ ଚିକିତ୍ସାଳୟ, ପ୍ରାଣୀ ଚିକିତ୍ସା କେନ୍ଦ୍ର, ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ୟୁନିଟ୍, ପଶୁପାଳନ ସହାୟତା କେନ୍ଦ୍ର, ରୋଗ ନିରାକରଣ ସହିତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ସେବା ବନ୍ଦ ହେବା ଉଚିତ ନୁହେଁ । ପଶୁପାଳନ ଏବଂ ପ୍ରାଣୀ ଚିକିତ୍ସା ସେବା ନିର୍ଦେଶାଳୟ ଅଧୀନରେ ଥିବା ଅନ୍ୟ ସମସ୍ତ ଅନୁଷ୍ଠାନ ରାଜ୍ୟ ସରକାରଙ୍କ ତରଫରୁ ପାଣ୍ଠି ଗ୍ରହଣ କରୁଛନ୍ତି । ଏହି ସେବାଗୁଡିକୁ ଜରୁରୀ ସେବା ଅନ୍ତଭୁକ୍ତ କରାଯାଇଛି।

ଓଡିଶା ଅତ୍ୟାବଶ୍ୟକ ସେବା (ରକ୍ଷଣାବେକ୍ଷଣ) ସଂଶୋଧନ ଅଧିନିୟମ, ୨୦୨୦ (ଓଡିଶା ଅଧିନିୟମ ୨୦୨୧)ର ଧାରା ୨ ର ଉପ-ଧାରା ଦ୍ୱାରା ଦିଆଯାଇଥିବା କ୍ଷମତା ବଳରେ ରାଜ୍ୟ ସରକାର ଉପରୋକ୍ତ ସେବାଗୁଡିକୁ ଧାରଣା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories