www.samajalive.in
Wednesday, December 10, 2025
18.1 C
Bhubaneswar

ଅଧାପନ୍ତରିଆ ରାସ୍ତା କାମ; କିନ୍ତୁ ଜୋର୍ ଧରିଛି ଟୋଲ ଆଦାୟ

ରେଙ୍ଗାଲି କ୍ୟାମ୍ପ :  ମୁମ୍ବାଇ-କଲିକତା ମୁଖ୍ୟ ଜାତୀୟ ରାଜପଥ ଏକ ବ୍ୟସ୍ତ ବହୁଳ ରାଜପଥ। ସରକାର ଲୋକଙ୍କ ଗମନାଗମନ ପାଇଁ କୋଟି କୋଟି ଟଙ୍କା  ବ୍ୟୟରେ ୬ନଂ ଜାତୀୟ ରାଜପଥକୁ ସମ୍ପ୍ରସାରଣ କରି ୫୩ନଂ ଜାତୀୟ ରାଜପଥରେ ପରିଣତ କରିବାକୁ ଥିବା ବେଳେ ଅସମ୍ପୂର୍ଣ୍ଣ ତଥା ତ୍ରୁଟିପୁର୍ଣ୍ଣ ଭାବରେ ଛାଡି ଦେଇ ରାଜରାସ୍ତା ନିର୍ମାଣ କାରୀ ଠିକା ସଂସ୍ଥା ଟୋଲ ଟିକସ ଆଦାୟ କରିବାରେ ମସଗୁଲ ରହୁଛି। ତେବେ ରାଜରାସ୍ତା ନିର୍ମାଣ କାରୀ ଠିକା ସଂସ୍ଥା ଅଶୋକା ବିଲଡ଼କାନ ଦୀର୍ଘ ୬ବର୍ଷରୁ ଅଧିକ ରାଜରାସ୍ତାକୁ ଅସମ୍ପୂର୍ଣ୍ଣ ରଖି କିପରି ଭାବେ ଟୋଲ ଟିକସ ଆଦାୟ କରୁଛି। ଦିନରାତି ଏହି ଅସମ୍ପୂର୍ଣ୍ଣ ତଥା ତ୍ରୁଟିପୁର୍ଣ୍ଣ ରକ୍ତମୁଖା ରାଜରାସ୍ତା ଦେଇ ହଜାର ହଜାର ଗାଡି ମଟର ସହ ଲୋକେ ଯିବା ଆସିବା କରି ଛୋଟ ମୋଟ ଦୁର୍ଘଟଣା ଠାରୁ ଆରମ୍ଭ କରି ମର୍ମନ୍ତୁଦ ଘଟଣାଘଟି ମୁଣ୍ଡ ପରେ ମୁଣ୍ଡ ଗଡି କେତେବେଳେ ମାଆ କୋଳ ଶୁନ୍ୟ ହେଇଛି ତ ଆଉ କେତେ ପିଲା ମାଆ-ବାପ ଛେଉଣ୍ଡ ହେଇଛନ୍ତି। ଆଉ କେତେବେଳେ ସଧବା ମଥାରୁ ସିନ୍ଦୁର ଲିଭିଛି ତ କେତେ ଦୁର୍ଘଟଣା ଗ୍ରସ୍ତ ହୋଇ ବର୍ଷ ବର୍ଷ ଧରି ପଙ୍ଗୁ ହୋଇ ମୃତ୍ୟୁ କୁ ଅପେକ୍ଷା କରିଛନ୍ତି। ତେବେ ଏହି ରାଜରାସ୍ତା ଦେଇ ପ୍ରତିଦିନ ନେତା ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ ସାଇରନ ମାରି ଯାଉଛନ୍ତି ହେଲେ କାହାରି ଦୃଷ୍ଟି ଗୋଚର ହେଉନଥିବା ବଡ଼ ଆଶ୍ଚର୍ଯ୍ୟର ବିଷୟ ବୋଲି ସାଧାରଣରେ ବେଶ ଚର୍ଚ୍ଚା ହେଉଛି। ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ରାଜରାସ୍ତା ଅସମ୍ପୂର୍ଣ୍ଣ ତଥା ତ୍ରୁଟି ପୂର୍ଣ୍ଣ ହୋଇ ଲୋକଙ୍କ ପାଇଁ ମରଣ ଯନ୍ତା ସାଜିଛି ।

ରାଜ ରାସ୍ତା ନିର୍ମାଣ କାରୀ ଠିକା ସଂସ୍ଥା ବେନିୟମ ଭାବରେ ଚଢା ଦରରେ ଟୋଲ ଟିକସ ଆଦାୟ କରିବା ସହ ରାଜରାସ୍ତା ଉପରେ ଜାଗା ଦେଇ ସତେ ଯେମିତି ଭଡା ମଧ୍ୟ ଅସୁଲି କରୁଛି।  ଲାଦେର ପାଲି ଛକରେ ଥିବା ସର୍ଭିସ ରୋଡ଼ ସହ ସମ୍ବଲପୁର-ବରଗଡ଼ ରାସ୍ତାରେ ଥିବା ବିଜ୍ଞାପନ କାନ୍ଥ କହୁଛି। ସ୍ଥାନୀୟ ଅଞ୍ଚଳରେ ଏହି କାନ୍ଥ ପାଇଁ ବିଭିନ୍ନ ସମୟରେ ଯିବା ଆସିବା ଲୋକ ତଥା ସ୍କୁଲ ପିଲା ଦୁର୍ଘଟଣାର ଶିକାର ହୋଇ ବାରମ୍ବାର ପ୍ରଶାସନିକ ଅଧିକାରୀ ତଥା ବିଭାଗୀୟ ଅଧିକାରୀ ମାନଙ୍କ ଦୃଷ୍ଟି ଗୋଚର ହୋଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବାର କ’ଣ ରହସ୍ୟ ରହିଛି ବୋଲି ସାଧାରଣରେ ବେଶ ଚର୍ଚ୍ଚା ହେଉଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories