www.samajalive.in
Tuesday, December 9, 2025
17.1 C
Bhubaneswar

ଭାରତରେ ଜନସନ୍‍ ଆଣ୍ଡ ଜନସନ୍‍ କୋଭିଡ ଟିକା ମିଳିତ ଉତ୍ପାଦନ କରିବ ଆମେରିକା

ୱାଶିଂଟନ: ଭାରତରେ ଜନସନ ଆଣ୍ଡ ଜନସନ୍‍ କୋଭିଡ ଟିକା ମିଳିତ ଭାବେ ଉତ୍ପାଦନ କରିବାକୁ ଆମେରିକା ଯୋଜନା କରିଛି। ଏଥିସହିତ ବିଶ୍ୱର ଟିକା ଚାହିଦା ପୂରଣ ନିମନ୍ତେ ଭାରତର ଟିକା ଉତ୍ପାଦନକାରୀ ସଂସ୍ଥା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ) ଏବଂ ଅନ୍ୟ ଟିକା ଉତ୍ପାଦନକାରୀଙ୍କୁ ସେମାନଙ୍କର ଉତ୍ପାଦନ କ୍ଷମତା ବୃଦ୍ଧି ଦିଗରେ ମଧ୍ୟ ଆମେରିକା ସହାୟତା କରିବ। ଆମେରିକାର ଜଣେ କୁଟନୀତିଜ୍ଞ ଡାନିଏଲ ସ୍ମିଥ୍‍ ମଙ୍ଗଳବାର କହିଛନ୍ତି ଯେ ଆମେରିକାରେ ଆଷ୍ଟ୍ରାଜେନେକା ଦ୍ୱାରା ଉତ୍ପାଦିତ ପ୍ରାୟ ୧୦ ନିୟୁତ ପାନ କୋଭିଡ ଟିକା ମହଜୁଦ ରହିଛି। କିନ୍ତୁ ସେହି ଟିକା ନିରାପଦ ଓ ଫଳପ୍ରଦ ବୋଲି ଏଫଡିଏ ପ୍ରମାଣପତ୍ର ପ୍ରଦାନ କରିବା ପର୍ଯ୍ୟନ୍ତ ତାହାକୁ ଅନ୍ୟ ରାଷ୍ଟ୍ରଗୁଡିକୁ ଦିଆଯାଇପାରିବ ନାହିଁ। ସୂଚନାଯୋଗ୍ୟ ଯେ ସ୍ମିଥ୍‍ ଗତମାସରେ ନୂଆଦିଲ୍ଲୀସ୍ଥିତ ଆମେରିକୀୟ ଦୂତାବାସର କାର୍ଯ୍ୟକାରୀ ମୁଖ୍ୟ ଭାବରେ ଦାୟିତ୍ୱ ନେଇଛନ୍ତି। କରୋନାର ଦ୍ୱିତୀୟ ଲହର ସଂକ୍ରମଣ ମୁକାବିଲା ଦିଗରେ ଭାରତକୁ ଆମେରିକାର ସହଯୋଗ ବିଷୟ ସେ ତଦାରଖ କରୁଛନ୍ତି। ସେ କହିଛନ୍ତି ଭାରତକୁ ଯେଉଁସବୁ ଜରୁରୀକାଳୀନ ଆବଶ୍ୟକତା ରହିଛି, ସେ ଦିଗରେ ବାଇଡେନ ପ୍ରଶାସନ ପଦକ୍ଷେପ ନେଉଛନ୍ତି। ଏକ ଭର୍ଚୁଆଲ ବୈଠକରେ ଯୋଗଦେଇ ସ୍ମିଥ୍‍ କହିଛନ୍ତି, ଭାରତରେ ଜନସନ୍‍ ଆଣ୍ଡ ଜନସନ୍‍ କୋଭିଡ ଟିକା ଉତ୍ପାଦନ ନିମନ୍ତେ ଆମେରିକାର ପୁଞ୍ଜିନିବେଶ ପ୍ରସଙ୍ଗ ଉପରେ ସଂପ୍ରତି ତାଙ୍କ ଦେଶର ଡେପଲପମେଣ୍ଟ ଫାଇନାନ୍ସ କର୍ପୋରେସନ (ଡିଏଫସି) ଅନୁଧ୍ୟାନ କରୁଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories