www.samajalive.in
Thursday, December 11, 2025
27.1 C
Bhubaneswar

ଦିନ ୨ଟା – ମୁଖ୍ୟ ଖବର (୧୨ ମେ ୨୦୨୧)

ଦେଶ/ବିଦେଶ ଖବର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଏବଂ ବିହାର ଦେଇ ଯାଇଥିବା ଗଙ୍ଗା ନଦୀରେ ଭାସୁଛି ୯୬ ମୃତଦେହ ,  ସେଗୁଡ଼ିକ ମଧ୍ୟରୁ ଅନେକ ମୃତଦେହ ପଚିଯାଇଥିବାବେଳେ ଆଉ କିଛି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହାକୁ ନେଇ ନଦୀ ଉପକୂଳବାସୀଙ୍କ ମନରେ  ସୃଷ୍ଟି ହୋଇଛି କୋକୁଆ ଭୟ ; କରୋନାରେ ପ୍ରାଣ ହରାଇବା ପରେ ଅନ୍ତିମ ସଂସ୍କାର କରିପାରି ନ ଥିବା ଲୋକମାନେ ସେମାନଙ୍କ ପରିଜନଙ୍କ ମୃତଦେହକୁ ନଦୀରେ ଭସାଇ ଦେଉଛନ୍ତି ବୋଲି ପ୍ରଶାସନ ଅନୁମାନ କରିବା ପରେ ଏହାକୁ ନେଇ ପ୍ରକାଶ ପାଇଛି ଚିନ୍ତା

ଗାଜିୟାବାଦ: ଉତ୍ତରପ୍ରଦେଶର ଗାଜିୟାବାଦ ଜିଲାରେ ବୁଲନ୍ଦସହର ରୋଡ ସ୍ଥିତ କବିନଗର ଥାନା ଅନ୍ତର୍ଗତ ଏକ ରାସାୟନିକ କାରଖାନାରେ (କେମିକାଲ) ଭୟାବହ ଅଗ୍ନିକାଣ୍ଡ ଘଟିଛି। ଆଜି ସକାଳ ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି। ଆଖି ପିଛୁଳାକେ ନିଆଁ ଗୋଟିଏରୁ ଅନ୍ୟ ଏକ କାରଖାନାକୁ ବ୍ୟାପି ଯାଇଥିଲା।

- Advertisement -

ଢାକା: କ୍ବାଡ୍‌ ରାଷ୍ଟ୍ର ସମୂହକୁ ନେଇ ଚୀନ ବାଂଲାଦେଶକୁ ଚେତାବନୀ ଦେଇଥିଲା। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ବାଂଲାଦେଶ। ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଡା. ଏ.କେ. ମୋମନ ଏହାର କଡ଼ା ଜବାବ ଦେଇ କହିଛନ୍ତି, ଚୀନ ରାଷ୍ଟ୍ରଦୂତଙ୍କ ଏପରି ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ଆକ୍ରମଣାତ୍ମକ। ସେ କହିଛନ୍ତି, ଆମେ ଏକ ସ୍ବାଧୀନ ଏବଂ ସର୍ବଭୌମ ରାଷ୍ଟ୍ର। ଆମେ ଆମର ବିଦେଶ ନୀତି ନିଜେ ସ୍ଥିର କରିଥାଉ।

ନୂଆଦିଲ୍ଲୀ: କରୋନା ମହାମାରୀର ୩ୟ ତରଙ୍ଗରେ ଶିଶୁମାନେ ସଂକ୍ରମଣର ଶିକାର ହେବେ ବୋଲି ବିଶେଷଜ୍ଞମାନେ ଏବେଠୁ ଚେତାବନୀ ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆମେରିକା ୧୨ରୁ ୧୫ ବର୍ଷର ପିଲାଙ୍କୁ ଟିକା ଦେବାକୁ ନିଷ୍ପତ୍ତି ନେଇଥିବାବେଳେ ଭାରତ ମଧ୍ୟ ଏକ ବଡ଼ ପଦକ୍ଷେପ ନେଇଛି। ଭାରତରେ ୨ରୁ ୧୮ ବର୍ଷର ପିଲାଙ୍କୁ ଟିକା ଦେବା ଲାଗି କ୍ଲିନିକାଲ ପରୀକ୍ଷଣ ପାଇଁ ଭାରତ ବାୟୋଟେକ୍‌କୁ ମଞ୍ଜୁରୀ ପ୍ରଦାନ କରାଯାଇଛି। କରୋନା ଟିକା ସମ୍ବନ୍ଧୀୟ ବସ୍ତୁ ବିଶେଷଜ୍ଞ କମିଟି (ଏସଇସି) ପକ୍ଷରୁ ଏ ନେଇ ସୁପାରିସ କରାଯାଇଥିଲା।

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୪୮ ହଜାର୪୨୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୩୩,୪୦,୯୩୮କୁ ବୃଦ୍ଧି ପାଇଛି। ସେହିପରି ଗୋଟିଏ ଦିନରେ ୪ ହଜାର ୨୦୫ ସଂକ୍ରମିତ ପ୍ରାଣ ହରାଇଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୨,୫୪,୧୯୭ରେ ପହଞ୍ଚିଛି।
ମୁମ୍ବଇ: ଶକ୍ତିମାନ ଧାରାବାହିକର ଅଭିନେତା ମୁକେଶ ଖାନା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏ ନେଇ ସେ ନିଜେ ଫେସବୁକରେ ଭିଡିଓ ପୋଷ୍ଟ କରି ସ୍ପଷ୍ଟ କରିଛନ୍ତି। ମୁକେଶ ଖାନା ଆଉ ନାହାନ୍ତି ବୋଲି ସୋସିଆଲ ମିଡିଆରେ ଖବର ଭାଇରାଲ ହୋଇଥିଲା, ଯାହା ସମ୍ପୂର୍ଣ୍ଣ ଗୁଜବ ବୋଲି ସ୍ପଷ୍ଟ ହୋଇଛି

ଗାଜା/ଜେରୁଜେଲମ: ପାଲେଷ୍ଟାଇନର ଆତଙ୍କି ଗୋଷ୍ଠୀ ଏବଂ ଇସଲାମୀୟ ଗୋଷ୍ଠୀ ତେଲ ଆବିବ ଏବଂ ବୀରଶେବା ଉପରେ ଏକାଧିକ ରକେଟ ମାଡ କରିବା ପରେ ଇସ୍ରାଏଲ ବୁଧବାର ପ୍ରତ୍ୟୁଷରେ ଗାଜା ଅଞ୍ଚଳରେ ଆକାଶମାର୍ଗରୁ ଜୋରଦାର ଆକ୍ରମଣ କରିଛି। ରାତିକ ମଧ୍ୟରେ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଶତ୍ରୁତା ଚରମ ସୀମାରେ ପହଞ୍ଚିବା ସହିତ ଉଭୟ ପକ୍ଷ ମଧ୍ୟରେ ବଡଧରଣର ଆକ୍ରମଣ-ପ୍ରତି ଆକ୍ରମଣ ହୋଇଛି, ଯାହା ୨୦୧୪ ପରେ ପ୍ରଥମ ଥର ଦେଖିବାକୁ ମିଳିଛି। ଏଥିରେ ଗାଜାରେ ଅନ୍ୟୂନ ୩୫ ଜଣ ଏବଂ ଇସ୍ରାଏଲରେ ୫ ଜଣଙ୍କର ପ୍ରାଣହାନି ଘଟିଛି।

ନୂଆଦିଲ୍ଲୀ: ଭାରତରେ ସଂପ୍ରତି କୋଭିଡ-୧୯ ଟିକାକରଣ ଯେଉଁ ହାରରେ ଚାଲିଛି ତାହା ଯଦି ଜାରି ରହେ, ତେବେ ଦେଶରେ ଗୋଷ୍ଠୀ ଶାରୀରିକ ରୋଗ ପ୍ରତିରୋଧ କ୍ଷମତା (ହର୍ଡ ଇମ୍ୟୁନିଟି) ସୃଷ୍ଟି ପାଇଁ ପାଖାପାଖି ୩.୫ ବର୍ଷ ଲାଗିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।
୨୭ ବର୍ଷର ସଫଳ ବୈବାହିକ ଜୀବନ ପରେ ଚଳିତ ମାସ ଆରମ୍ଭରେ ଅଲଗା ହୋଇଥିବା ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ଏବଂ ତାଙ୍କ ପତ୍ନୀ ମେଲିଣ୍ଡା କେଉଁ କାରଣ ପାଇଁ ଅଲଗା ହେଲେ ତାହା ଜଣାପଡ଼ିନଥିବା ବେଳେ ଏବେ ଏଥିରେ ଜଣେ ଚୀନ ମହିଳାଙ୍କ ଭୂମିକା ରହିଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି

ରାଜ୍ୟ ଖବର

ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ନିଗମ (ବିଏମସି) କମିସନର ବଦଳିଛନ୍ତି। ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ବଦଳି ହୋଇ ତାଙ୍କ ବଦଳରେ ୧୯୯୭ ବ୍ୟାଚ ଆଇଏଏସ ଅଧିକାରୀ ସଂଜୟ କୁମାର ସିଂହଙ୍କୁ ନିଯୁକ୍ତ କରାଯାଇଛି। ସେ ବର୍ତ୍ତମାନ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ସଚିବ ଅଛନ୍ତି।

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୧୦, ୯୮୨ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୫୩୯ ଜଣ ରହିଛନ୍ତି।

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ମୋଟ ୨୨୩୨ ଜଣ ପ୍ରାଣ ହରାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ନୀଳଗିରି: ବାଲେଶ୍ଵର ଜିଲ୍ଲା ଅଧୀନ ନୀଳଗିରି ବ୍ଲକ ର ବଣସୀମା ଅଞ୍ଚଳରେ ଜଣେ ପ୍ରଶିକ୍ଷକଙ୍କ କରୋନାରେ ପ୍ରାଣ ହରାଇଛନ୍ତି। ବରହମପୁର ନିକଟ ପାଳସା ଗାଁ ର ଅଜୟ ବେହେରା ଓରଫ ଟିକୁଲୁ(୪୨) ଧରମପୁର ଅଞ୍ଚଳରେ ଏକ ପ୍ରଶିକ୍ଷଣ କେନ୍ଦ୍ର କରିଥିଲେ। ଏଠାରେ ବହୁ ଯୁବକ ପ୍ରଶିକ୍ଷଣ ପାଇ ସୈନିକ, ପୁଲିସ ପ୍ରଭୃତି ଚାକିରୀ ରେ ଭର୍ତ୍ତି ହେଉଥିଲେ

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories