www.samajalive.in
Thursday, December 11, 2025
23.1 C
Bhubaneswar

କିରୋସିନି ଚୋରା ଚାଲାଣ ବେଳେ ଧରିଲେ ଗ୍ରାମବାସୀ

ମୋହନା: ରାଜ୍ୟରେ ଲକଡାଉନ ଚାଲିଥିବା ବେଳେ ଏହାର ସୁଯୋଗ ନେଇ କଳା ବେପାରୀମାନେ ମୋହନା ବ୍ଳକରେ ସକ୍ରିୟ ହୋଇ ଉଠିଛନ୍ତି। ସୋମବାର ଅପରାହ୍ନ ପ୍ରାୟ ୭ଟା ବେଳେ ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତବାସୀଙ୍କ ଉଦ୍ଦେଶ୍ୟରେ ଖାଉଟିମାନଙ୍କୁ ବିକ୍ରି ପାଇଁ ଆସିଥିବା ୪୦୦ ଲିଟର( ଦୁଇଟି ବ୍ୟାରେଲ) କିରୋସିନିକୁ ଚୋରାରେ ବିକ୍ରି କରିବାପାଇଁ ଚନ୍ଦ୍ରଗିରି ନିକଟରେ ରହିଥିବା ଦାରୁପାଣି କ୍ରସରକୁ ଏକ ନମ୍ବର ବିହୀନ ଟ୍ରାକ୍ଟରରେ ଯିବା ଉଦ୍ଦେଶ୍ୟରେ ପିଣ୍ଡିକି ଖ୍ରୀଷ୍ଟିଆନ ସାହି ନିବାସୀ ଡିଲର ତ୍ରିନାଥ ବେହେରା (୫୮) ଙ୍କ ଘର ପାଖରେ ଦୁଇଟି ବ୍ୟାରେଲରେ ରହିଥିବା ୪୦୦ ଲିଟର କିରାସିନି ଏକ ଟ୍ରାକ୍ଟରରେ ଲୋଡ ହେଉଥିଲା।

ଖବର ପାଇ ପାଣ୍ଡିକି ଗ୍ରାମ ଓଡ଼ିଆ ସାହିର ଧରଣୀଧର ବିଷୋୟୀ ନାମକ ଜଣେ ଯୁବକ ଓ କିଛି ଗ୍ରାମବାସୀ ମିଳିତ ଭାବେ ଟ୍ରାକ୍ଟରକୁ ଅଟକାଇ ଯାଞ୍ଚ କରିଥିଲେ। ଟ୍ରାକ୍ଟରରୁ କିରୋସିନି ଜବତ କରିବା ସହ ଟ୍ରାକ୍ଟର ଚାଳକ ଓ କ୍ରସର ଚାଳକଙ୍କୁ ଅଟକ ରଖି ସାମ୍ବାଦିକଙ୍କୁ ଖବର ଦେଇଥିଲେ। ଖବର ପାଇ ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚି ଘଟଣାର ଖୋଳତାଡ କରିଥିଲେ। ଟ୍ରାକ୍ଟର ଚାଳକ ନାୟକ କିରୋସିନିକୁ ଦାରୁପାଣି କ୍ରସରକୁ ନେଉଥିବା ବେଳେ ଟ୍ରାକ୍ଟର ଚାଳକ ୩୯ ଟଙ୍କାରେ ଡିଲରଠାରୁ କିରୋସିନି କିଣି ୫୦ ଟଙ୍କାରେ କ୍ରସର ମାଲିକଙ୍କୁ ବିକ୍ରୀ କରୁଥିବା ପ୍ରତିକ୍ରିୟାରେ କହିଛନ୍ତି। ଏହି ଖବର ପାଇ ମୋହନା ଯୋଗାଣ ନିରୀକ୍ଷକ ସଂଜୟ ମଲ୍ଲିକ ମଂଗଳବାର ଦିନ ପଞ୍ଚାୟତରେ ପହଞ୍ଚି ଘଟଣାର ତଦନ୍ତ ଜାରୀ ରଖିଥିବା କହିଛନ୍ତି । ଖାଉଟିମାନଙ୍କ ଉଦ୍ଦେଶ୍ୟରେ ଆସୁଥିବା କିରୋସିନିକୁ ବାଟମାରଣା କରିବା ଏହି ପଞ୍ଚାୟତରେ ନିତିଦିନିଆ ଘଟଣା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories