www.samajalive.in
Monday, December 8, 2025
27.1 C
Bhubaneswar

ସମ୍ବଲପୁର ଜିଲାପାଳ-ଆଇଆଇଏମ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ସମ୍ବଲପୁର: ଭାରତ ସଂପ୍ରତି ଏକ ଅତୁଳନୀୟ ପରିସ୍ଥିତି ଦେଇ ଗତିକରୁଛି ଯାହା ପିଢି ପରେ ପିଢି ପୂର୍ବରୁ କେବେ ପରିଲକ୍ଷିତ ହୋଇନଥିଲା। ମହାମାରୀର ଘାତକ ଦ୍ୱିତୀୟ ଲହର ସମଗ୍ର ଦେଶକୁ ସଙ୍କଟଜନକ ସ୍ଥିତିରେ ଛାଡିଦେଇଛି ଏବଂ ଆମର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଗୁରୁତର ଚାପର ସମ୍ମୁଖୀନ ହୋଇଛି। ଏହିଭଳି ପରିସ୍ଥିତିରେ ଦେଶର ନୂଆ ପିଢିର ପ୍ରତିଭାସଂପନ୍ନ ଏବଂ ପ୍ରଗତିଶୀଳ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନ ଆଇଆଇଏମ୍‍ ସମ୍ବଲପୁର ଜିଲାରେ କୋଭିଡ ସଙ୍କଟର ମୁକାବିଲା ଏବଂ ଜିଲାର ସାମଗ୍ରିକ ବିକାଶ ଦିଗରେ ସହଯୋଗ କରିବାକୁ ସମ୍ବଲପୁର ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟଙ୍କ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଆଇଆଇଏମ୍‍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୟସ୍ୱାଲ ଏବଂ ଜିଲାପାଳ ଶୁଭମ୍‍ ସକ୍ସେନାଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା।
ଆଇଆଇଏମ୍‍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୟସ୍ୱାଲ କହିଥିଲେ, ଏଭଳି ବିପର୍ଯ୍ୟୟକୁ ଦୂର କରିବାକୁ ସରକାର ପାରୁପର୍ଯ୍ୟନ୍ତ ଉଦ୍ୟମ କରୁଥିବାବେଳେ ସରକାରଙ୍କୁ ତାଙ୍କ ପ୍ରୟାସରେ ସହଯୋଗ କରିବା ଏବଂ ସମାଧାନ ଯୋଗାଇଦେବା ମଧ୍ୟ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଛି। ଆମର ବିଶ୍ୱାସ ଯେ ଯୋଗାଣ ଶୃଙ୍ଖଳ, ଲଜିଷ୍ଟିକ୍ସ, ପରିଚାଳନା, ମଡେଲିଂ ଏବଂ ଲୋକଶକ୍ତି ଆଦି ପରିଚାଳନା କ୍ଷେତ୍ରରେ ଆମେ ବିଜ୍ଞାନସମ୍ମତ ଦୃଷ୍ଟିଭଙ୍ଗୀ ଯୋଗାଇ ଦେଇପାରିବୁ। ଆଇଆଇଏମ୍‍ ସମ୍ବଲପୁର ଆମର ଅଧ୍ୟାପକ ଏବଂ ବିଶାରଦମାନଙ୍କୁ ନେଇ ଡାକ୍ତରଖାନା ଶଯ୍ୟା, ଡାକ୍ତର, ଅମ୍ଳଜାନ, ଔଷଧ ଆଦି କ୍ଷେତ୍ରରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଯୋଗାଣ ଶୃଙ୍ଖଳର ଦକ୍ଷ ପରିଚାଳନା ତଥା ପ୍ରାରମ୍ଭିକ ପର୍ଯ୍ୟାୟରେ ସଫଳ ନାଗରିକ ନିୟୋଜନ ଆଧାରିତ-ସାମାଜିକ ଯୋଗାଯୋଗ ସକାଶେ ସ୍ୱତନ୍ତ୍ର ଟାସ୍କଫୋର୍ସମାନ ଗଠନ କରିଛି। ଆଇଆଇଏମ ସମ୍ବଲପୁର କୋଭିଡ ୧୯ ମହାମାରୀର ମୁକାବିଲା ନିମନ୍ତେ ନାଗରିକମାନଙ୍କର ସଫଳ ନିୟୋଜନ ଏବଂ ସୁସଂହତ ସ୍ୱାସ୍ଥ୍ୟ ଭିତ୍ତିଭୂମି ଯୋଗାଣ ଶୃଙ୍ଖଳ, ପ୍ରଭାବ ମୂଲ୍ୟାୟନ ଭଳି ଶାସନ ପାଇଁ ଗବେଷଣା ଏବଂ ସମାଧାନ ବିଧିବ୍ୟବସ୍ଥାକୁ ସମର୍ଥ କରାଇବା, ଚିହ୍ନିତ କ୍ଷେତ୍ରଗୁଡିକରେ ସରକାରୀ ସେବା ଯୋଗାଣ ସର୍ବାଧିକ ସ୍ତରରେ ପହଞ୍ଚାଇବା ଉପରେ ଦୃଷ୍ଟିନିବଦ୍ଧ କରୁଥିବା ନୂତନ ବର୍ଗର ଆପ୍ଲିକେସନ ଏବଂ ସମାଧାନ ସୃଷ୍ଟିକରିବା ଆଦି ଉପରେ ସର୍ବାଧିକ ଗୁରୁତ୍ୱ ଦେବ। ଏହି ପ୍ରତିଷ୍ଠାନ ସଂପ୍ରତି କେତେକ ସମାଧାନ ବିକାଶ ଉପରେ କାର୍ଯ୍ୟକରୁଛି ଯାହା ମହାମାରୀର ଦ୍ୱିତୀୟ ଲହରକୁ ମୁକାବିଲା କରିବାରେ ସହାୟକ ହୋଇପାରିବ ଏବଂ ଆସିବାକୁ ଥିବା ତୃତୀୟ ଲହର ପାଇଁ ନିଜକୁ ପ୍ରସ୍ତୁତ କରିପାରିବ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories