www.samajalive.in
Tuesday, December 9, 2025
16.1 C
Bhubaneswar

ଶବ ସତ୍କାର କଲେ ବିଡିଓ, ପିଇଓ, ସରପଞ୍ଚ

ଛେଣ୍ଡିପଦା: ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାହାଳସାହି ପଞ୍ଚାୟତର ମାଝିଗୋହିରାପଶି ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ପରେ କରୋନା ଭୟରେ ପରିବାର କିମ୍ବା ଗ୍ରାମବାସୀ କେହି ପାଖ ମାଡିଲେ ନାହିଁ। ଶେଷରେ ନିଜେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ସରପଞ୍ଚ ବୃଦ୍ଧଙ୍କ ପୁତ୍ର ସହ ପିପିଇ କିଟ ପିନ୍ଧି କୋକେଇରେ ମୃତଦେହକୁ ଶ୍ମଶାନକୁ ନେଇ ସତ୍କାର କରିଥିବା ଜଣାଯାଇଛି। ମୃତକ ହେଲେ ମାଝିଗୋହିରାପଶି ଗ୍ରାମର ଗୋବିନ୍ଦ ମାଝି(୬୫)।

ଗୋବିନ୍ଦ ୫ ଦିନ ପୂର୍ବରୁ ଜ୍ୱରରେ ପୀଡିତ ଥିଲେ। ଜ୍ୱର ହେଉଥିବାବେଳେ ତାଙ୍କର ଶୁକ୍ରବାର ରାତ୍ର ୮ଟାରେ ମୃତ୍ୟୃ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ପରିବାର ଓ ଗ୍ରାମରେ ଭୟର ବାତାବରଣ ଖେଳି ଯାଇଥିଲା। ଗୋବିନ୍ଦଙ୍କ ଶବ ସତ୍କାର ପାଇଁ ତାଙ୍କ ପୁଅ ମୁନା ସାହି ପଡୋଶୀ ଓ ବନ୍ଧୁବାନ୍ଧବକୁ ଡାକିଥିଲେ। କିନ୍ତୁ କରୋନାରେ ଗୋବିନ୍ଦଙ୍କ ମୃତ୍ୟୁ ହୋଇଥିବ ଭାବି କେହି ମୃତଦେହ ପାଖ ମାଡି ନଥିଲେ। ପରିବାର, ବନ୍ଧୁବାନ୍ଧବ ଓ ଗ୍ରାମବାସୀ ମୃତଦେହ ପାଖରୁ ଦୂରେଇ ଯାଇଥିଲେ। ଫଳରେ ଶନିବାର ପୂର୍ବାହ୍ଣ ୧୧ଟା ପର୍ଯ୍ୟନ୍ତ ପ୍ରାୟ ୧୫ଘଣ୍ଟା ଘରେ ବୃଦ୍ଧଙ୍କ ମୃତଦେହ ପଡିରହିଥିଲା।

- Advertisement -

ଖବର ପାଇ ବାହାଳସାହି ସରପଞ୍ଚ ନାରାୟଣ ବେହେରା ଓ ସାମ୍ବାଦିକମାନେ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀ ଓ ପରିବାରଙ୍କୁ ବୁଝାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ କେହି ଶୁଣି ନଥିଲେ। ଏପରି ଅମାନବୀୟ ଘଟଣାର ଖବର ପାଇ ଛେଣ୍ଡିପଦା ବିଡିଓ ସଞ୍ଜୟ କୁମାର ଆଚାର୍ଯ୍ୟ ଓ ପଂଚାୟତ କାର୍ଯ୍ୟନିବାହୀ ଅଧିକାରୀ ଅଭୟ କୁମାର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ସରପଞ୍ଚଙ୍କ ସହ ଗ୍ରାମ ଓ ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କେହି ସହଯୋଗର ହାତ ବଢ଼ାଇ ନଥିଲେ। ବହୁ ବୁଝାସୁଝା ପରେ ମୃତକଙ୍କ ପୁଅ ସହଯୋଗ କରିବା ପାଇଁ ରାଜି ହୋଇଥିଲେ। ଏପରିକି ଆଶାକର୍ମୀ ଥିବା ମୃତ ଗୋବିନ୍ଦଙ୍କ ବୋହୂ ରେବତୀ ମଧ୍ୟ ସହଯୋଗ କରିବାକୁ ମନା କରି ଚାଲି ଯାଇଥିଲେ। ଏପରି ସ୍ଥିତିରେ ମାନବିକତା ଦେଖାଇଥିଲେ ଛେଣ୍ଡିପଦା ବିଡିଓ, ସ୍ଥାନୀୟ ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ। ତିନି ଅଧିକାରୀ ଓ ବୃଦ୍ଧଙ୍କ ପୁଅ ପିପିଇ କିଟ ପିନ୍ଧି ଶବକୁ ସଂସ୍କାର କରିବା ପାଇଁ କୋକେଇରେ ମଶାଣିକୁ ନେଇଥିଲେ। ସରପଞ୍ଚଙ୍କ ନେତୃତ୍ୱରେ କିଛି ଗ୍ରାମବାସୀ ଗ୍ରାମରୁ କାଠ ସଂଗ୍ରହ କରି ମଶାଣିକୁ ନେଇ ଯାଇଥିଲେ। କରୋନା ନିୟମ ଅନୁସାରେ ସେଠାରେ ଶବ ସତ୍କାର କରାଯାଇଥିଲା।

ଏହି ଘଟଣା ଆଜି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଗୋଟିଏ ପଟେ ମୃତ୍ୟୁ ପରେ ଏପରି ଅସହଯୋଗ ପାଇଁ ପରିବାର ଓ ଗ୍ରାମବାସୀ ଦୂରେଇ ଯାଇଥିବାରୁ ଏହାର ଦୃଢ଼ ନିନ୍ଦା କରାଯାଉଥିବାବେଳେ ବିଡିଓ ଓ ତାଙ୍କ ସହଯୋଗୀମାନଙ୍କ ଦ୍ୱାରା ଶବ ସତ୍କାର କରାଯିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରଶଂସା କରାଯାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories