www.samajalive.in
Monday, December 8, 2025
20.1 C
Bhubaneswar

ରାଜ୍ୟରେ ଦିନକରେ ୧୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ଗତକାଲି ଗୋଟିଏ ଦିନରେ ରାଜ୍ୟରେ ୧୯ କରୋନା ସଂକ୍ରମିତଙ୍କର ପ୍ରାଣହାନି ଘଟିଛି। ସେମାନେ ସମସ୍ତେ କୋଭିଡ ସଂକ୍ରମିତ ହୋଇ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ମୃତକଙ୍କ ମଧ୍ୟରେ ଅନୁଗୁଳ ଜିଲାର ଜଣେ ୪୭ ବର୍ଷ ବୟସ୍କ ପୁରୁଷ, ବଲାଙ୍ଗୀର ୬୧ ବର୍ଷ ପୁରୁଷ, ଭୁବନେଶ୍ୱରର ୭୭ ବର୍ଷ ବୟସ୍କ ପୁରୁଷ, ଭଦ୍ରକ ଜିଲାର ୫୨ ବର୍ଷ ପୁରୁଷ, ଢେଙ୍କାନାଳ ଜିଲାର ୬୦ ବର୍ଷ ପୁରୁଷ, ଗଞ୍ଜାମର ୬୫ ବର୍ଷ ପୁରୁଷ, ଗଜପତିର ୫୨ ବର୍ଷ ବୟସ୍କ ପୁରୁଷ ଅଛନ୍ତି। ସେହିଭଳି ଯାଜପୁର ଜିଲାର ଜଣେ ୩୦ ବର୍ଷ ବୟସ୍କ ଯୁବକ, ଝାରସୁଗୁଡା ଜିଲାର ୫୫ ବର୍ଷ ବୟସ୍କା ମହିଳା, ଖୋର୍ଦ୍ଧା ଜିଲାର ୫୬ ବର୍ଷ ପୁରୁଷ, ଖୋର୍ଦ୍ଧାର ଅନ୍ୟଜଣେ ୭୧ ବର୍ଷ ପୁରୁଷ, କଳାହାଣ୍ଡିର ୪୫ ବର୍ଷ ପୁରୁଷ, ସେହି ଜିଲାର ୩୫ ବର୍ଷ ପୁରୁଷ ଓ ଜଣେ ୪୩ ବର୍ଷ ବୟସ୍କ ପୁରୁଷ, ପୁରୀ ଜିଲାର ୬୨ ବର୍ଷ ବୟସ୍କା ମହିଳା ଥିବା ଜଣାଯାଇଛି। ସେହିଭଳି ରାୟଗଡା ଜିଲାରୁ ଜଣେ ୪୬ ବର୍ଷ ପୁରୁଷ, ସମ୍ବଲପୁରରୁ ୩୮ ବର୍ଷ ପୁରୁଷ, ସୁବର୍ଣ୍ଣପୁରରୁ ୨୨ ବର୍ଷ ଯୁବକ, ସୁନ୍ଦରଗଡ ଜିଲାରୁ ୨୮ ବର୍ଷ ବୟସ୍କ ଯୁବକଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୨୧୮୦କୁ ବୃଦ୍ଧିପାଇଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories