www.samajalive.in
Tuesday, December 9, 2025
16.1 C
Bhubaneswar

ନବରଙ୍ଗପୁରରେ କରୋନା ସ୍ଥିତି ସୁଧୁରୁନି: ଗୋଟିଏ ଦିନରେ ୪୧୯ଜଣ ଆକ୍ରାନ୍ତ, ପୁଲିସ ଯାଞ୍ଚ କଡାକଡି

ନବରଙ୍ଗପୁର: ନବରଙ୍ଗପୁର ଜିଲାରେ କୋରାନାରେ ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁନି। ଦିନକୁ ଦିନ ଏହା ବୃଦ୍ଧି ପାଉଥିବାବେଳେ ଶନିବାର ଦିନ ଜିଲାରେ ମୋଟ ୪୧୯ ଜଣ ଆକ୍ରାନ୍ତ ହୋଇଛନ୍ତି। ତେବେ ତାଲାବନ୍ଦର ଆଜି ଶନିବାର ହୋଇଥିବାବେଳେ ନବରଙ୍ଗପୁର ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ପୁଲିସ ପେଟ୍ରୋଲିଂ ଓ ଯାଞ୍ଚକୁ କଡାକଡି କରାଯାଇଛି। ବିଭିନ୍ନ ଯାନବାହନକୁ ତନତନକରି ଯାଞ୍ଚ କରାଯାଉଛି। ମୁଖ୍ୟ ରାଜପଥରେ ଛଡାଯାଇ ନଥିବାବେଳେ ପାଶ୍ୱର୍ ରାସ୍ତାକୁ ଛଡାଯାଇଥିଲା। ଜିଲାରେ ମୋଟ ୧୨୮୫୮ ଆକ୍ରାନ୍ତ ହୋଇ ସାରିଥିବାବେଳେ ସେଥି ମଧ୍ୟରୁ ୯୩୦୯ ଜଣ ସୁସ୍ଥ ହୋଇଛନ୍ତିା ବତ୍‍ର୍ତମାନ ମୋଟ ୩୪୬୨ ଜଣ କରୋନା ସଂକ୍ରମିତ ରହିଥିବାବେଳେ ହୋଇଥିବାବେଳେ ସେଥିମଧ୍ୟରୁ ମୋଟ ୩୩୨୭ ଜଣ ନିଜଘରେ ଏକାନ୍ତବାସରେ ରହିଛନ୍ତି। ଅନ୍ୟମାନେ ଜିଲା ଓ ଜିଲା ବାହାରର ବିଭିନ୍ନ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ତେବେ ଆଜି ଜିଲାରେ ୪୧୪ ଜଣ ଆକ୍ରାନ୍ତ ମଧ୍ୟରୁ ଚନ୍ଦାହାଣ୍ଡିବ୍ଳକରେ ୧୯ଜଣ ଜଣ ଆକ୍ରାନ୍ତ ହୋଇଛନ୍ତି। ଆଜି ରାଇଘରବ୍ଳକରେ ୬୦ ଜଣ, ଝରିଗାଁବ୍ଳକରେ ୭୭ଜଣ, ଉମରକୋଟବ୍ଳକରେ୭୩ ଜଣ , ଉମରକୋଟ ପୈାରାଞ୍ଚଳରେ ୩୯ଜଣ, ନବରଙ୍ଗପୁର ପୈାରାଞ୍ଚଳରେ ୨୭, ନବରଙ୍ଗପୁରବ୍ଳକ ରେ ୧୦ଜଣ, ଡାବୁଗାଁବ୍ଲକରେ ୮ଜଣ, ପାପଡାହାଣ୍ଡିବ୍ଳକରେ ୩୦ଜଣ, କୋଷାଗୁମୁଡାବ୍ଳକରେ ୧୭ଜଣ ଓ ତେନ୍ତୁଳିଖୁଣ୍ଟି ବ୍ଳକରେ ୧୬ଜଣ ଆକ୍ରାନ୍ତ ଓ ନନ୍ଦାହାଣ୍ଡିବ୍ଳକରେ ୬ଜଣ ଆକ୍ରାନ୍ତ ହୋଇଛନ୍ତି। ତେବେ ଦିନକୁ ଦିନ କରୋନା ଆକ୍ରାନ୍ତ ବୃଦ୍ଧି ପାଇବା ସମସ୍ତଙ୍କୁ ଚିନ୍ତା ବଢାଇ ଦେଇଛି।

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories