www.samajalive.in
Monday, December 8, 2025
27.1 C
Bhubaneswar

ଓଡ଼ିଆ ବିଶ୍ବବିଦ୍ୟାଳୟ : ବକୁଳ ବନ ଜମି ଅନୁଧ୍ୟାନ କଲେ ସେତୁ ନିର୍ମାଣ ନିଗମ ଯନ୍ତ୍ରୀ

ସାକ୍ଷୀଗୋପାଳ : ସତ୍ୟବାଦୀରେ ଓଡ଼ିଆ ବିଶ୍ବବିଦ୍ୟାଳୟ ନିର୍ମାଣ ନିମନ୍ତେ ଓଡିଶା ସେତୁ ନିର୍ମାଣ ନିଗମର ଯନ୍ତ୍ରୀ ଶନିବାର ଐତିହାସିକ ବକୁଳ ବନ  ଜମି ଅନୁଧ୍ୟାନ କରିଛନ୍ତି। ସତ୍ୟବାଦୀ ଐତିହାସିକ ବକୁଳବନରେ ଓଡ଼ିଆ ଵିଶ୍ଵବିଦ୍ୟାଳୟ ନିର୍ମାଣ ପାଇଁ ରାଜ୍ୟ ସରକାର ସତ୍ୟବାଦୀ ଗୋପୀନାଥ ଦେଵଙ୍କ ମାଲିକାନାରୁ ୯.୬୦ ଏକର ଜମି ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ଵିଭାଗ ନାମରେ ରେକର୍ଡ ଭୁକ୍ତ  ହୋଇଛି। ଗତକିଛି ଦିନ ତଳେ ଓଡିଶା ନିର୍ମାଣ ନିଗମ ଦ୍ବାରା ପ୍ରସ୍ତୁତ କରାଯାଇଥିଵା ଏହି ପ୍ରକଳ୍ପର ନକ୍ସାକୁ  ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁର ମିଳିଛି।

ଏଵେ ଓଡ଼ିଆ ବିଶ୍ବବିଦ୍ୟାଳୟ ଜମିରେ ବୋରିଙ୍ଗ କରାଯାଇ ମାଟି ପରୀକ୍ଷା ପାଇଁ ସଂଗ୍ରହ କରାଯାଇଛି। ତେବେ ନକ୍ସା ମୁତାବକ ଜମିର ସରଜମିନ ଅନୁଧ୍ୟାନ କରିଵାକୁ ଓଡିଶା ନିର୍ମାଣ ନିଗମର ଯନ୍ତ୍ରୀମାନେ ସତ୍ୟବାଦୀରେ ପହଞ୍ଚିଥିଲେ। ଗୋପୀନାଥ ମନ୍ଦିର ଠାରୁ ସେମାନେ ନକ୍ସା ଅନୁସାରେ ଠାକୁରଙ୍କ ରାଧାକୁଣ୍ଡ, ଵ୍ରହ୍ମଚାରୀ ବଗିଚା, ଖେଳପଡିଆ, ପଞ୍ଚଶଖା ସମାଧିପୀଠ, ସଂଲଗ୍ନ ବଉଳ ବାଟିକା, ବନ ବିଦ୍ୟାଳୟ ଆଦି ବୁଲି ଦେଖିଛନ୍ତି। ଡିଜାଇନ ଚୁଡାନ୍ତ, ଟେଣ୍ଡର ପ୍ରକ୍ରିୟା ପରେ କାମ ଆରମ୍ଭ ହେବ ବୋଲି ସେମାନେ ପ୍ରକାଶ  କରିଛନ୍ତି। ଏଥିସହିତ ତନ୍ମଧ୍ୟରେ ରହିଥିବା ଅଳ୍ପ କେତେକ ଜଵର ଦଖଲ ଜମି ସମ୍ପର୍କରେ ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରିବାକୁ କହିଛନ୍ତି। ଓବିସିସିର ନିର୍ବାହୀ ଯନ୍ତ୍ରୀ ସୁନ୍ଦର ମାଧବ ପାଢ଼ୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରିଜା ନାୟକ, ଗୋପୀନାଥ ଦେବଙ୍କ ଅମିନ ସୁବାଷ ଗଜେନ୍ଦ୍ର ଓ ସତ୍ୟବାଦୀ ସହକାରୀ ରାଜସ୍ବ ନିରୀକ୍ଷକ କ୍ଷୀତିଶ କୁମାର ନାୟକ ପ୍ରମୁଖ ଜମି ଚିହ୍ନଟ ଓ ଅନୁଧ୍ୟାନରେ ସାମିଲ ହୋଇଥିଲେ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories