www.samajalive.in
Monday, December 8, 2025
27.1 C
Bhubaneswar

କାବୁଲ : ବୋମା ବିସ୍ଫୋରଣରେ ୨୫ ମୃତ, ୫୦ରୁ ଅଧିକ ଆହତ

କାବୁଲ : କାବୁଲର ଏକ ସ୍କୁଲ ନିକଟରେ ବୋମା ବିସ୍ଫୋରଣରେ ୨୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୫୦ରୁ ଅଧିକ ଆହତ ହୋଇଛନ୍ତି। ଆଫଗାନିସ୍ତାନର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଏହା ପୂର୍ବରୁ ଆଫଗାନିସ୍ତାନର ବାଗଲାନ ପ୍ରଦେଶରେ ତାଲିବାନ ଆକ୍ରମଣକୁ ପ୍ରତିହତ କରିବା ପାଇଁ ସରକାରୀ ସେନା ଆକ୍ରମଣ ଆରମ୍ଭ କରିଥିଲେ, ଯେଉଁଥିରେ ବହୁ ଆତଙ୍କବାଦୀ ନିହତ ହୋଇଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି।
ଅଧିକାରୀ ଜଣକ ଜିନହୁଆ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି ଯେ ଗତ ୪୮ ଘଣ୍ଟା ମଧ୍ୟରେ ବହୁ ସଂଖ୍ୟାରେ ସଶସ୍ତ୍ର ବିଦ୍ରୋହୀଙ୍କ ମୃତ୍ୟୁ ଘଟିଛି ଏବଂ ନାହରିନ୍, ବାଗଲାନ୍-ଇ-ମାର୍କାଜାଇ ଏବଂ ଡାହନ୍-ଇ-ଘୋରି ଜିଲ୍ଲା ଉପରେ ତାଲିବାନ ଆକ୍ରମଣକୁ ପ୍ରତିହତ କରାଯାଇଛି।

ସେ କହିଛନ୍ତି ଯେ ଶୀଘ୍ର ପରିସ୍ଥିତି ନିୟନ୍ତ୍ରଣକୁ ଆସିବ। ତାଲିବାନ ଆତଙ୍କବାଦୀମାନେ ଗତ କିଛି ଦିନ ମଧ୍ୟରେ ବାଗଲାନ ପ୍ରଦେଶର କିଛି ଅଂଶ ଦଖଲ କରି ନିଜର ଆଡ୍ଡା ଜମାଇଛନ୍ତି।

- Advertisement -

ଇତି ମଧ୍ୟରେ, ବାଗଲାନରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ବାହିନୀର ସଦସ୍ୟ ଭାବରେ କାର୍ଯ୍ୟ କରୁଥିବା ବ୍ରିଗେଡିୟର୍ ସଫିହୁଲ୍ଲା ମହମ୍ମଦ  ଗଣମାଧ୍ୟମକୁ କହିଛନ୍ତି ଯେ ଗତ ଦୁଇ ଦିନ ମଧ୍ୟରେ ଚାଲିଥିବା ଅପରେସନରେ ପ୍ରାୟ ୧୦୦ ତାଲିବାନୀ ନିହତ ହୋଇଛନ୍ତି ଏବଂ କେତେକ ଆହତ ହୋଇଛନ୍ତି।

 

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories