www.samajalive.in
Monday, December 8, 2025
20.1 C
Bhubaneswar

କାମ କରୁନି ଉଠା ଜଳସେଚନ ପଏଣ୍ଟ, ୪୦ ଏକର ଧାନ ଫସଲ ମରୁଡି ଆଶଙ୍କା

ରେଙ୍ଗାଲି: ସମ୍ବଲପୁର ଜିଲା ରେଙ୍ଗାଲି ବ୍ଳକ୍ ଲଇଡା ପଞ୍ଚାୟତର ଦଳପତପାଲି ଗ୍ରାମ ନିକଟସ୍ଥ ଭେଡେନ ନଦୀ ରେ ଉଠା ଜଳ ସେଚନ ପଏଣ୍ଟ୍ କାମ କରିବା ପାଇଁ ଠିକା ନେଇଥିବା ଠିକାଦାର ଙ୍କ ଖାମଖିଆଲି କାମ ଯୋଗୁଁ ରବି ଋତୁ ରେ ଚାଷ ହୋଇଥିବା ପ୍ରାୟ ୪୦ ଏକର ଜମିର ଧାନ ଫସଲ ପାଣି ଅଭାବରୁ ମରିଯିବାର ଆଶଙ୍କା ଦେଖାଦେଇଛି। ଇତି ମଧ୍ୟ ରେ ପ୍ରାୟ ୧୫ ଏକର ଜମିରେ ଧାନ ଫସଲ ପାଣି ଅଭାବରୁ ମରିଗଲାଣି। ଧାର କରଜ କରି ଚାଷ କରିଥିବା ଚାଷୀ ଏଭଳି ଅକାଳ ମରୁଡି ଯୋଗୁଁ ଘୋର କ୍ଷତିର ସମ୍ମୁଖୀନ ହୋଇ ଚିନ୍ତାରେ ପଡି ଯାଇଛନ୍ତି। ଅଚଳ ହୋଇଥିବା ପ୍ରକଳ୍ପର ଶୀଘ୍ର ମରାମତି କରି କାର୍ଯ୍ୟକ୍ଷମ କରିବା ଦିଗ ରେ କୌଣସି ପଦକ୍ଷେପ ଗ୍ରହଣ କରା ଯାଉ ନଥିବାରୁ ଚାଷୀ ମହଲ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।


ମିଳିଥିବା ସୂଚନା ଅନୁଯାୟୀ ଭେଡନ ନଦୀ ତଟବର୍ତ୍ତି ଦଳପତପାଲି ଠାରେ ଥିବା ଉଠା ଜଳ ସେଚନ ପ୍ରକଳ୍ପରୁ ଜଳ ସେଚନ କରି ଚାଷୀମାନେ ଚଳିତ ରବି ଋତୁରେ ପ୍ରାୟ ୪୦ ଏକର ଜମି ରେ ଡାଲୁଅ ଧାନ ଚାଷ କରିଥିଲେ। ଏହି ପ୍ରକଳ୍ପ ପାଖରେ ଏହି ନଦୀରେ ଆଉ ଏକ ଉଠା ଜଳ ସେଚନ ପ୍ରକଳ୍ପ ପାଇଁ ଗତ ୧୫ ଦିନ ପୂର୍ବରୁ ଠିକାଦର କାମ ଆରମ୍ଭ କରୀଥିଲେ। ମେସିନରେ ନୂତନ ପ୍ରକଳ୍ପର ମାଟି କାମ କରୁଥିବାବେଳେ କାର୍ଯ୍ୟକ୍ଷମ ଥିବା ପ୍ରକଳ୍ପର ପାଇପ୍ କଟି ଯାଇ ମୋଟରର ବିଚ୍ଛିନ୍ନ ହୋଇ ଯିବା ଫଳରେ ଗତ ୧୫ ଦିନ ହେଲା ପ୍ରକଳ୍ପ ଅଚଳ ହୋଇ ପଡିଛି। ଏଥି ଯୋଗୁଁ ଏହି ପ୍ରକଳ୍ପରୁ ଚାଷ ହୋଇଥିବା ୪୦ ଏକର ଜମି ମଧ୍ୟରୁ ପ୍ରାୟ ୧୫ ଏକର ଧାନ ଫସଲ ପାଣି ଅଭାରୁ ଅକାଳ ମରୁଡି ରେ ନଷ୍ଟ ହୋଇ ସାରିଥିବା ବେଳେ ବାକି ଜମିର ଧାନ ଗଛ କ୍ରମଶଃ ମରିବାକୁ ବସିଲାଣି। ଅଚଳ ହୋଇଯାଇଥିବା ଉଠାଜଳ ସେଚନ ପଏଣ୍ଟ୍ ର ଶିଘ୍ର ମରାମତି ପାଇଁ ଲଇଡା କୃଷକ ସଙ୍ଗଠନର ପୂର୍ବତନ ସଭାପତି ସରୋଜ ପୂଜାରୀ, ଦଳପତପାଲି ପାଣି ପଞ୍ଚାୟତର ସଭାପତି ପରକ୍ଷିତ ସିଂ, ସମ୍ପାଦକ ମନୋଜ ନାଏକ, ସୁବାଷ ମେହେର.ପରମେଶ୍ୱର ସା, ଖତୁ ମେହେର, ପବିତ୍ର ସିଂହ ପ୍ରମୁଖ ଚାଷୀ ସଂପୃକ୍ତ ଠିକାଦାର ଏବଂ ବିଭାଗୀୟ ଯନ୍ତ୍ରୀଙ୍କୁ ଏକାଧିକ ଥର ଟେଳିଫୋନ୍ ମାଧ୍ୟମ ରେ ଅନୁରୋଧ କରିଥିଲେ ମଧ୍ୟ ଅଚଳ ହୋଇ ପଡିଥିବା ଜଳ ସେଚନ ପ୍ରକଳ୍ପ ର ମରାମତି ହେଉ ନାହିଁ। ଏଥିଯୋଗୁଁ ଚାଷୀ ମହଲ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଫସଲ କ୍ଷତିର ସର୍ଭେ କରାଯାଇ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ କ୍ଷତି ପୂରଣ ଦେବାକୁ ଦାବି ହେଉଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories