www.samajalive.in
Wednesday, December 10, 2025
18.1 C
Bhubaneswar

ବାଲିଗୁଡା ଉପଜିଲ୍ଲାପାଳଙ୍କ ମହାନତା, ଦୁର୍ଘଟଣାରେ ଆହତ ଯୁବକଙ୍କୁ ଯୋଗାଇଦେଲେ ଚିକିତ୍ସା

ଦିନକୁ ଦିନ ମଣିଷ ମାନବିକତା ଭୁଲି ଯାଉଥିବା ବେଳେ ଏମିତି କିଛି ମଣିଷ ଅଛନ୍ତି ଯେଉଁମାନେ ନିଜ ପଦପଦବୀ ଓ ସାମାଜିକ ସ୍ଥିତିକୁ ଖାତିର ନ କରି ସାଧାରଣ ମଣିଷର ଦୁଃଖରେ ଭାଗିଦାର ହୋଇଥାନ୍ତି। ଏମିତି ଏକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡାରେ। ନିଜେ ଉପଜିଲ୍ଲାପାଳ ଡ୍ୟୁଟିରେ ଥାଇ ମଧ୍ୟ ଜଣେ ଦୁର୍ଘଟଣାଗ୍ରସ୍ତ ଯୁବକକୁ ଚିକିତ୍ସା ସେବା ଯୋଗାଇ ଦେଇଛନ୍ତି।

- Advertisement -

ଆଜି କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଏଭଳି ଘଟଣା ଘଟିଛି। ଉପଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର କରୋନା ସମୟରେ ସହର ମଧ୍ୟରେ ପାଟ୍ରୋଲିଂ କରୁଥିବା ବେଳେ ବାଲିଗୁଡା ଦଣ୍ଡପଦର ପାଖ ପେଟ୍ରୋଲ ଟାଙ୍କି ନିକଟରେ ଏକ ବାଇକ ଦୁର୍ଘଟଣାରେ ଆହତ ଜଣେ ଯୁବଲ ପଡି ରହିଥିବା ଦେଖିଥିଲେ। ସମ୍ପୃକ୍ତ ଯୁବକଙ୍କ ଦେହ ସାରା ରକ୍ତ ଲାଗିଥିଲା। ଯୁବକଙ୍କ ଏଭଳି ଅବସ୍ଥା ଦେଖି ଉପଜିଲ୍ଲାପାଳ ଡକ୍ଟର ମହାପାତ୍ର ତାଙ୍କୁ ନିଜ ଗାଡ଼ିରେ ତୁରନ୍ତ ମେଡିକାଲକୁ ଆଣିଥିଲେ ଏବଂ ନିଜେ ସେହି ବ୍ୟକ୍ତିଙ୍କର ଚିକିତ୍ସା ମଧ୍ୟ୍ୟ କରିଥିଲେ। ଉପଜିଲ୍ଲାପାଳଙ୍କ ଏଭଳି ମହାନତା ନେଇ ବାଲିଗୁଡା ଜନସାଧାରଣ ଡକ୍ଟର ମହାପାତ୍ରଙ୍କ ପ୍ରଶଂସା କରିଛନ୍ତି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories