www.samajalive.in
Sunday, December 7, 2025
16.1 C
Bhubaneswar

କରୋନା ସଂକ୍ରମଣ ଭୟ: ଶବକୁ ଛୁଇଁଲେନି ପରିବାର ଲୋକେ, ମେଡିକାଲ ପ୍ରଶାସନ ସହାୟତାରେ କରାଗଲା ଶବସତ୍କାର

 ନବରଙ୍ଗପୁର, ପାପଡାହାଣ୍ଡି,: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ଗ୍ରାମର ଜଣେ ଯୁବକ କୋଭିଡ ଆକ୍ରାନ୍ତରେ ମୃତ୍ୟୁ ବରଣ କରିଥିଲା। କରୋନା ସଂକ୍ରମଣ ଭୟ ଆଶଙ୍କାରେ ଯୁବକଙ୍କ ଶବକୁ ତାଙ୍କ ପରିବାର ଲୋକେ ନ ଛୁଇଁ ନ ଥିଲେ। ଫଳରେ ଖବର ପାଇ ସେଠାରେ ମେଡିକାଲ ପ୍ରସାଶନ ପହଞ୍ଚି ଆସି ଶବସତ୍କାର କରିଥିଲେ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଅଛି ମୈଦାଲପୁର ଗ୍ରାମରେ।

 

ସୂଚନା ମୁତାବକ ମୈଦଲପୁର ପଞ୍ଚାୟତ ମୈଦଲପୁର ଗ୍ରାମର କମର୍ଲ ସାହିର ନରେନ୍ଦ୍ର କମଲ ସ୍ତ୍ରୀଙ୍କ ସହ ଗତ ୬ ତାରିଖରେ ଛତିଶଗଡରେ ରହୁଥିବା ନିଜ ଶ୍ବଶୁର ଘରକୁ ଯାଇଥିଲେ, ସେଠାରେ ବାପଘରେ ସ୍ତ୍ରୀକୁ ଛାଡି  ନରେନ୍ଦ୍ର ୮ ତାରିଖରେ ମୈଦଲପୁର ଘରକୁ ଏକୁଟିଆ ଫେରିଥିଲେ। ଏହାପରେ ସେ ଜ୍ୱରରେ ପୀଡ଼ିତ ହେବାରୁ ତାଙ୍ଥିକର କୋଭିଡ ପରୀକ୍ଷା କରାଯାଇଥିଲା। ସେ କରୋନା ସଂକ୍ରମିତ ବୋଲି ଜଣାପଡିବା ପରେ ସ୍ଥାନୀୟ ସରପଞ୍ଚଙ୍କ ପରାମର୍ଶ କ୍ରମେ ସଙ୍ଗରୋଧରେ ରହିଥିଲେ। ହଠାତ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ  ପରିବାର ଲୋକେ ଆମ୍ବୁଲାନ୍ସକୁ  ଫୋନ କରିଥିଲେ । ଆମ୍ବୁଲାନ୍ସ ଆସିବା ପୂର୍ବରୁ ନରେନ୍ଦ୍ରଙ୍କ ମୃତ୍ୟୁ ହୋଇଯାଇଥିଲା। ନରେନ୍ଦ୍ରଙ୍କ ମୃତ୍ୟୁପରେ ପରିବାର ଲୋକେ ଶବକୁ ନଛୁଇଁ ନ ଥିଲେ। ଖବରବାଇ ପାପଡାହାଣ୍ଡି  ମେଡିକାଲ ପ୍ରଶାସନ ମୈଦଲପୁରକୁ ଆସିଥିଲେ। ପିପିଇ କିଟ ପରିଧାନ କରି ଶବ ସତ୍କାର କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories