www.samajalive.in
Thursday, December 11, 2025
26.1 C
Bhubaneswar

ମନ୍‌ କୀ ବାତ୍‌ରେ ମୋଦୀଙ୍କ ଘୋଷଣା; ଜାରି ରହିବ ମାଗଣା ଟିକା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଦେଶରେ କରୋନା ସଙ୍କଟ ଜାରି ରହିଥିବାବେଳେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍‌ କୀ ବାତ୍‌ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କରୋନାରୁ ରକ୍ଷା ପାଇବା ଏବଂ ସଂକ୍ରମଣର ମୁକାବିଲା ପାଇଁ ଜାରି ରହିଥିବା ପ୍ରସ୍ତୁତି ଉପରେ ଆଲୋଚନା କରିଛନ୍ତି। କରୋନାକୁ ନେଇ ଦେଶବାସୀଙ୍କୁ ସଚେତନ କରିବା ଏବଂ ସେମାନଙ୍କ ମନରୁ ଭୟ ଦୂର କରିବା ଲାଗି ଡାକ୍ତର, ନର୍ସ, ଆମ୍ବୁଲାନ୍ସ କର୍ମଚାରୀ ଏବଂ କରୋନାକୁ ପରାଜିତ କରିଥିବା ରୋଗୀମାନଙ୍କ ସହିତ କଥା ହୋଇଛନ୍ତି। ଏହା ସହିତ ସେ ଟିକାକୁ ନେଇ ଅପପ୍ରଚାର ନ କରିବା ଲାଗି ପରାମର୍ଶ ଦେବା ସହିତ ସରକାରଙ୍କ ପକ୍ଷରୁ ଚାଲିଥିବା ମାଗଣା ଟିକା ଅଭିଯାନ ଜାରି ରହିବ ବୋଲି ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମକୁ ଆରମ୍ଭ କରି କହିଥିଲେ, ଆଜି ମୁଁ ଆପଣଙ୍କ ସହିତ ମନ କୀ ବାତ୍‌ ଏପରି ଏକ ସମୟରେ କରୁଛି, ଯେତେବେଳେ କରୋନା ଆମ ସମସ୍ତଙ୍କ ଧୈର୍ଯ୍ୟ, ଆମ ସମସ୍ତଙ୍କ ଦୁଃଖ ସହ୍ୟ କରିବାର ସୀମାର ପରୀକ୍ଷା ନେଉଛି। ବହୁତ ନିଜ ଲୋକ ଆମକୁ ଅସମୟରେ ଛାଡ଼ି ଚାଲିଗଲେ। ସେ କହିଥିଲେ, କରୋନାର ପ୍ରଥମ ତରଙ୍ଗକୁ ସଫଳତାର ସହିତ ମୁକାବିଲା କରିବା ପରେ ଦେଶ ଆତ୍ମବିଶ୍ବାସରେ ଭରପୂର ରହିଛି। କିନ୍ତୁ ୨ୟ ତରଙ୍ଗ ଦେଶକୁ ଦୋହଲାଇ ଦେଇଛି।

- Advertisement -

ମୋଦୀ କହିଛନ୍ତି, କରୋନାର ଏହି ସଙ୍କଟ ସମୟରେ ଟିକାର ଗୁରୁତ୍ବକୁ ସମସ୍ତେ ବୁଝିପାରୁଛନ୍ତି। ସେଥିପାଇଁ ଟିକାକୁ ନେଇ କୌଣସି ପ୍ରକାର ଅପପ୍ରଚାର କରା ନ ଯାଉ। ଭାରତ ସରକାରଙ୍କ ପକ୍ଷରୁ ଏବେ ଯେଉଁ ମାଗଣା ଟିକା କାର୍ଯ୍ୟକ୍ରମ ଚାଲୁଛି, ତାହା ଆଗକୁ ବି ଜାରି ରହିବ। ରାଜ୍ୟଗୁଡ଼ିକୁ ଜଣାଇବାକୁ ଚାହୁଁଛି ଯେ, ସେମାନେ ଭାରତ ସରକାରଙ୍କ ଏହି ମାଗଣା ଟିକା ଅଭିଯାନର ଲାଭ ନିଜର ରାଜ୍ୟର ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାନ୍ତୁ।

ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଲ୍ୟାବ ଟେକ୍ନିସିୟାନ ଏବଂ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଭଳି ଆଗଧାଡ଼ିର ଯୋଦ୍ଧାଙ୍କୁ ବଡ଼ ପ୍ରଶଂସା କରିଥିଲେ। ଡାକ୍ତର ଏବଂ ନର୍ସଙ୍କ ସହିତ ଏହି ସମୟରେ ଲ୍ୟାବ ଟେକ୍ନିସିୟାନ ଓ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଭଳି କର୍ମଚାରୀ ଭଗବାନଙ୍କ ପରି କାମ କରୁଛନ୍ତି। ଯେତେବେଳେ କୌଣସି ଆମ୍ବୁଲାନ୍ସ ରୋଗୀଙ୍କ ପର୍ଯ୍ୟନ୍ତ ପହଞ୍ଚେ, ସେତେବେଳେ ତାଙ୍କୁ ଆମ୍ବୁଲାନ୍ସ ଡ୍ରାଇଭର ଦେବଦୂତଙ୍କ ଭଳି ଲାଗନ୍ତି।

Hot this week

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

Related Articles

Popular Categories