www.samajalive.in
Monday, December 8, 2025
27.1 C
Bhubaneswar

ସାଗରମୁଣ୍ଡା ଅଙ୍ଗନବାଡୀ କର୍ମୀଙ୍କ ପରଲୋକ

ନବରଙ୍ଗପୁର: ନନ୍ଦାହାଣ୍ଡି ବ୍ଳକ ସାଗରମୁଣ୍ଡା ଗ୍ରାମର ଅଙ୍ଗନାବାଡୀ କର୍ମୀ ବୈଦି ସୈାରାଙ୍କର ୩୨ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ କିଛିଦିନ ପୂର୍ବରୁ ନବରଙ୍ଗପୁର ଜିଲା ମୁଖ୍ୟ ଡାକ୍ତରଖାନାରେ ପ୍ରସବ କରିଥିବା ଜଣାଯାଇଛି। ତେବେ ଗର୍ଭରେ ଶିଶୁର ମୃତ୍ୟୁ ହୋଇଯାଇ ଥିବାରୁ ମୃତ ଶିଶୁ ଜନ୍ମ ହୋଇଥିଲା। ଏହାପରେ ସେ ଗୁରୁତର ଭାବେ ଅସୁସ୍ଥ ହୋଇଥିଲେ। ତାଙ୍କୁ ବ୍ରହ୍ମପୁର ଭେଷଜ ମହାବିଦ୍ୟାଳୟୁ ପଠା ଯାଇଥିଲା। ତାଙ୍କର ବୃକକ୍‍(କିଡନୀ) ଖରାପ ହୋଇଥିବା କୁହାଯାଉଛି। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ମୃତ୍ୟୁବରଣ କରିଥିଲେ। ଏହା ପରେ ଏକ ଆମ୍ବୁଲାନ୍ସରେ ସନ୍ଧ୍ୟାରେ ସାଗର ମୁଣ୍ଡାରେ ପହଞ୍ଚିବାପରେ ଶେଷକୃତ୍ୟୁ ସଂପନ୍ନ କରାଯାଇଛି।

ଜଣେ ଭଦ୍ର ଓ ଭଲ ଅଙ୍ଗନବାଡୀ କର୍ମୀ ଭାବେ ପରିଚିତ ଥିଲେ। ତାଙ୍କର ମୃତ୍ୟୁରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଅକାଳ ମୃତ୍ୟୁନେଇ ଭାରତୀୟ ମଜଦୂର ସଂଘର ଜିଲା ସଭାପତି ବାଙ୍କବିହାରୀ ବିଷୋୟୀ , ସମ୍ପାଦକ ପରମେଶ୍ୱର ବିଷୋୟୀ, ଜିଲା ଅଙ୍ଗନବାଡୀ ସଂଘର ସଭାନେତ୍ରୀ ଭାଗ୍ୟବତୀ ଷଡଙ୍ଗୀ,ବରିଷ୍ଠ କାର୍ଯ୍ୟକର୍ତ୍ତା ସବିତା ନାୟକ, ଉପସଭାପତି ଶୁଭସୀତା ପାତ୍ର, ଜିଲା ସମ୍ପାଦିକା ସନ୍ଧ୍ୟାରାଣୀ ବିଶ୍ୱାଳ ଓ କୋଷାଧ୍ୟକ୍ଷା ମମତା ବ୍ରହ୍ମା ପ୍ରମୂଖ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories