www.samajalive.in
Sunday, December 7, 2025
23.1 C
Bhubaneswar

ଶୋକାକୁଳ ପରିବେଶରେ ଚୁମକି ବାଗର ଶେଷକୃତ୍ୟ, ପରିବାରକୁ ସହାୟତା ଓ ଶ୍ରମ ଅଧିକାରୀଙ୍କ ନିଲମ୍ବନ ଦାବି

ବଲାଙ୍ଗିର:ଭୋକର ଦାଉରୁ ବଞ୍ଚିବା ପାଇଁ ଚୁମକି ବାଗ ନିଜର ଦୁଇଟି ଛୋଟ ଝିଅ ଓ ପେଟରେ ଏକ ପିଲା ଧରି ସ୍ୱାମୀ, ଶାଶୁ ସହ ଇଟା ଗଢିବାକୁ ହାଇଦ୍ରାବାଦ ଯାଇଥିଲା। ପ୍ରସବ ସମୟ ହେବାରୁ ମୁରିବାହାଲ ବ୍ଲକର ନିଜ ଗାଁ ବାରବନ୍ଧକୁ ଫେରୁଥିଲା। ବାଟରେ ପ୍ରସବ ଜନିତ ଯନ୍ତ୍ରଣା ହେବାରୁ ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲା। ସେଠାରେ ଚୁମକିର ମୃତ୍ୟୁ ଘଟିଥିଲା। ଘରୋଇ ଡାକ୍ତରଖାନାର ପ୍ରାପ୍ୟ ସହ ଘରକୁ ଚୁମକିର ଶବକୁ ଆଣିବା ପାଇଁ ସ୍ୱାମୀ ପାଖରେ ଅର୍ଥ ନଥିଲା। ସାମାଜିକ କର୍ମୀ ସୁଷମା ବଏଙ୍କ ଠାରୁ ଖବର ପାଇ ଗଣ୍ଡାବଜା ଚୁମକିର ଶବ ଗାଁକୁ ଆଣିବା ପାଇଁ ସାମାଜିକ ଗଣମାଧ୍ୟମରେ ପ୍ରଶାସନ, ବିଭାଗୀୟ ମନ୍ତ୍ରୀଙ୍କ ଜଣାଇଥିଲା। କିଛି ସୁଫଳ ମିଳି ନଥିଲା। ଗଣ୍ଡାବଜାର ଅନୁରୋଧ କ୍ରମେ ସାମାଜିକ କର୍ମୀ ଯୁଗଲାଲ ନନ୍ଦ, ଭାରତୀୟ ରାଷ୍ଟ୍ରୀୟ ଦଳିତ ସଭାର ସଭାପତି ମିଳନ ଦାସଙ୍କୁ ଘଟଣାଟି ଅବଗତ କରାଇଥିଲେ। ମିଳନ ଦାସ ସାମାଜିକ କର୍ମୀ ଷ୍ଟାଲିନଙ୍କ ସହ ଯୋଗାଯୋଗ କରିଥିଲେ।

 

- Advertisement -

ସାମାଜିକ କର୍ମୀ ଷ୍ଟାଲିନ୍ ଆମ୍ବୁଲାନ୍ସ ଭଡା ବାବଦକୁ ୨୪ହଜାର ଓ ବାଟଖର୍ଚ୍ଚ ବାବଦକୁ ୫ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ। ଫଳରେ ଚୁମକିର ଶବ ଗାଁକୁ ଆସିପାରିଥିଲା। ବାପା, ମାଆଙ୍କ ଏକମାତ୍ର ଝିଅ ଚୁମକି ଦୁଇଟି ଛୋଟ ଛୁଆକୁ ଛାଡି ଯାଇଛି। ଶୋକାକୁଳ ପରିବେଶରେ ଚୁମକିର ଶବ ସତ୍କାର କରାଯାଇଛି। ବିନା ପଞ୍ଜୀକରଣରେ ଦାଦନ ଯାଇଥିବାରୁ ଅନେକ ସରକାରୀ ସୁବିଧାରୁ ବଂଚିତ ହେବେ ଚୁମକିର ପରିବାର। ଅସଚେତନ ଦାଦନକୁ ସଚେତନ କରି ପଞ୍ଜୀକରଣ ମାଧ୍ୟମରେ ଦାଦନ ଚାଲାଣ ନିୟମ ଥିଲେ ମଧ୍ୟ ଜିଲା ଶ୍ରମ ବିଭାଗ ଅଧିକାରୀ ଦଲାଲ ସାଜି ଥିବାରୁ ସମ୍ଭବ ହେଉନାହିଁ ବୋଲି ଗଣ୍ଡାବଜା ପକ୍ଷରୁ ତ୍ରିନାଥ ନନ୍ଦ ସମାଲୋଚନା କରିଛନ୍ତି। ଚୁମକି ପରି ଅତୀତରେ ଅନେକ ଲୋକର ଜୀବନ ଯାଇଥିଲେ ମଧ୍ୟ ଶ୍ରମ ବିଭାଗର ଚେତା ପଶୁ ନାହିଁ। ଚୁମକିର ମୃତ୍ୟୁ ପାଇଁ ପରୋକ୍ଷରେ ଜିଲ୍ଲା ଶ୍ରମ ଅଧିକାରୀ ମଧ୍ୟ ଦାୟୀ। ଏଣୁ ଜିଲା ଶ୍ରମ ଅଧିକାରୀଙ୍କୁ ତୁରନ୍ତ ନିଲମ୍ବନ କରିବାକୁ ଶ୍ରୀ ନନ୍ଦ ଦାବି କରିଛନ୍ତି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories