www.samajalive.in
Monday, December 8, 2025
24.1 C
Bhubaneswar

କରୋନାକୁ ହରାଇବା ପାଇଁ ମିଛର ସାହାରା ନେଲେ ଯୁବକ, ୧୦ ଦିନରେ ସୁସ୍ଥ ହେଲେ ପୂରା ପରିବାର

ମିଛ କହିବା ଭୁଲ। କିନ୍ତୁ, କଥାରେ ଅଛି, ଯଦି ସେହି ମିଛ ଅନ୍ୟର କିଛି ଉପକାର କରୁଥାଏ, ତେବେ ତାହା ଭୁଲ ନୁହେଁ। ତେଣୁ ମଣିଷ ବେଳେବେଳେ ପରିସ୍ଥିତିରେ ପଡ଼ି ମିଥ୍ୟାର ସାହାରା ନେବାକୁ ବାଧ୍ୟ ହୋଇଥାଏ। ସେହିଭଳି ଏକ ପରିସ୍ଥିତିରେ ପଡ଼ି ଜଣେ ଯୁବକ ମିଥ୍ୟାର ସାହାରା ନେଇଛନ୍ତି ଏବଂ ତାଙ୍କର ପୂରା ପରିବାରକୁ କରୋନା ମହାମାରୀରୁ ଉଦ୍ଧାର କରିଛନ୍ତି।

ଘଟଣାଟି ଉତ୍ତରପ୍ରଦେଶର ଗୋରଖପୁର ଜିଲାର। ସୂଚନା ଅନୁସାରେ, ବରଗଦବା ବିକାଶ ନଗରରେ ରୁହନ୍ତି ଦେବାଂଶ ନାମକ ଯୁବକ। ତାଙ୍କ ମା-ବାପା ଏବଂ ବଡ଼ ଭାଇଙ୍କଠାରେ ଗତ ୯ ତାରିଖରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା। ଦେବାଂଶ ସେହିଦିନ ସେମାନଭ୍କୁ ହସ୍ପିଟାଲ ନେଇ କରୋନା ପରୀକ୍ଷା କରାଇଥିଲେ। ହସ୍ପିଟାଲରେ ପରୀକ୍ଷା ସରିବା ପରେ ଦେବାଂଶ ସେଠାରେ ରହିଥିଲେ ଏବଂ ମା-ବାପା ଓ ବଡ଼ ଭାଇଙ୍କୁ ଘରକୁ ପଠାଇ ଦେଇଥିଲେ।

- Advertisement -

କିଛି ସମୟ ପରେ ରିପୋର୍ଟ ଆସିଥିଲା। ସେଥିରେ ଦେବାଂଶଙ୍କ ବଡ଼ ଭାଇ ଏବଂ ମା-ବାପା କରୋନା ପଜିଟିଭ ଥିବା ଜଣାପଡ଼ିଥିଲା। କିନ୍ତୁ ଦେବାଂଶଙ୍କ ରିପୋର୍ଟ ନେଗେଟିଭ ରହିଥିଲା। ସମସ୍ତଙ୍କ ରିପୋର୍ଟକୁ ଦେବାଂଶ ନିଜ ପାଖରେ ରଖିଥିଲେ। ପରେ ଡାକ୍ତରଙ୍କୁ ଯୋଗାଯୋଗ କରି ପରିବାର ଲୋକଙ୍କ ପାଇଁ ଔଷଧ ଆଣି ଘରକୁ ଯାଇଥିଲେ।

ଦେବାଂଶ ହସ ହସ ମୁହଁରେ ଘରେ ପହଞ୍ଚି ସମସ୍ତଙ୍କୁ କହିଥିଲେ ଯେ ସେମାନଙ୍କ ରିପୋର୍ଟ ନେଗେଟିଭ ରହିଛି। ଚିନ୍ତା କରିବାର କୌଣସି ବିଷୟ ନାହିଁ। କିନ୍ତୁ କାଲେ ସଂକ୍ରମଣ ନ ହେବ ସେଥିଲାଗି ଡାକ୍ତର କିଛି ଔଷଧ ଦେବା ସହିତ ନିୟମ ମାନିବାକୁ କହିଛନ୍ତି। ସମସ୍ତଙ୍କୁ ଅତି କମରେ ୧୦ ଦିନ ଆଇସୋଲେଟ୍‌ ହୋଇ ରହିବାକୁ ଡାକ୍ତର କହିଛନ୍ତି। କେହି କାହା ସହିତ ମିଶିବା ନାହିଁ। ସକାଳେ ଏବଂ ସନ୍ଧ୍ୟାରେ କିଛି ସମୟ ବାମ୍ଫ ନେବା ଏବଂ ଉଷୁମ ପାଣି ପିଇବା। ମା-ବାପା ଏବଂ ଭାଇଙ୍କୁ ଏସବୁ କହି ଦେବାଂଶ ନିଜେ ଅନ୍ୟ ଏକ ଘରେ ଆଇସୋଲେଶନରେ ରହିଲେ।

ଦେବାଂଶ କହିଛନ୍ତି ଯେ, ତାଙ୍କ ମା-ବାପା କରୋନା ନାଁ ଶୁଣିବା ମାତ୍ରେ ଭୟରେ ଥରିଉଠନ୍ତି। ଏହି ଭୂତାଣୁକୁ ନେଇ ସେମାନଙ୍କ ମନରେ ପ୍ରଭଳ ଭୟ ରହିଛି। ଏଭଳି ସ୍ଥିତିରେ ସେ ଯଦି ସତ କହିଥାନ୍ତେ, ତେବେ କିଛି ବି ଅଘଟଣ ଘଟିବା ଆଶଙ୍କା ଥିଲା। ସେମାନେ ମାନସିକ ସ୍ତରରେ ଦୁର୍ବଳ ହୋଇଯାଇଥାନ୍ତେ। ତେଣୁ ସେ ରିପୋର୍ଟଗୁଡ଼ିକୁ ଲୁଚାଇ ଦେଇଥିଲେ। ମିଥ୍ୟା କହିବା ଫଳରେ ସମସ୍ତେ ଘରେ ଆଇସୋଲେଟ୍‌ ହୋଇ ରହିଥିଲେ। କିଛି ଲକ୍ଷଣ ରହିଥିଲା, କିନ୍ତୁ ସେଥିରୁ ସେମାନଙ୍କୁ ବେଶୀ ଅସୁବିଧା ହୋଇ ନ ଥିଲା। ଫଳସ୍ବରୂପ ମାତ୍ର ୧୦ ଦିନ ଭିତରେ ତାଙ୍କ ମା-ବାପା ଏବଂ ବଡ଼ ଭାଇ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିଲେ।

ଏପ୍ରିଲ ୧୮ରେ ସେମାନେ ସମ​‌ସ୍ତେ ପୁଣି ଥରେ କରୋନା ପରୀକ୍ଷା କରାଇଥିଲେ, ଯାହାର ରିପୋର୍ଟ ନେଗେଟିଭ ଆସିଥିଲା। ଦେବାଂଶ କୁହନ୍ତି, ରିପୋର୍ଟ ନେଗେଟିଭ ଆସିବା ପରେ ସେ ତାଙ୍କ ବଡ଼ ଭାଇଙ୍କୁ ସବୁ ସତକଥା କହିଥିଲେ। ପ୍ରଥମେ ତାଙ୍କ ବଡ଼ ଭାଇ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, କିନ୍ତୁ କିଛି ସମୟ ପରେ ହସିବାକୁ ଲାଗିଥିଲେ। ଦେବାଂଶ କହିଥିଲେ, ଗୋଟିଏ ମିଛ କରୋନାକୁ ହରାଇଲା ଏବଂ ଗୋଟିଏ ସତ ତାଙ୍କ ଭାଇଙ୍କ ମୁହଁରେ ଖୁସି ଆଣିଦେଲା।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories