www.samajalive.in
Monday, December 8, 2025
14.1 C
Bhubaneswar

କରୋନା ଯୋଗୁ ଛୁଟି ମିଳିଲାନି, ଥାନାରେ ହେଲା ମହିଳା କନଷ୍ଟେବଳଙ୍କ ହଳଦୀ ବିଧି

କରୋନା ମହାମାରୀ ସମୟରେ ପୁଲିସ କର୍ମଚାରୀ ହେଉଛନ୍ତି ଆଗଧାଡ଼ିର ଯୋଦ୍ଧା। ମହାମାରୀ ସଂକ୍ରମଣ ରୋକିବାରେ ସେମାନଙ୍କ ଭୂମିକା ବେଶ୍‌ ଗୁରୁତ୍ଵପୂର୍ଣ୍ଣ। ତେଣୁ ପୁଲିସ ବିଭାଗ ଏବେ ଆଲର୍ଟରେ ରହିଛି। କର୍ମଚାରୀମାନେ ଦିନରାତି ଡ୍ୟୁଟି କରୁଛନ୍ତି। ଏଥିପାଇଁ ପୁଲିସ କର୍ମଚାରୀଙ୍କୁ ଅଧିକାଂଶ ସମୟରେ ଛୁଟି ମିଳୁନାହିଁ। ଏହି କାରଣ ଯୋଗୁ ଜଣେ ମହିଳା କନଷ୍ଟେବଳଙ୍କର ବିବାହ ପୂର୍ବରୁ ହେବାକୁ ଥିବା ହଳଦୀ ବିଧି ଥାନାରେ ହିଁ ସମ୍ପନ୍ନ ହୋଇଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାନର ଡୁଙ୍ଗରପୁର ଜିଲା ଅନ୍ତର୍ଗତ କୋତୱାଲି ଥାନାରେ।

Image courtesy: aajtak

ରାଜସ୍ଥାନରେ କରୋନା ସଂକ୍ରମଣ ଦ୍ରୁତିଗତିରେ ବଢ଼ିବାରେ ଲାଗିଛି। ତେଣୁ ପୁଲିସ କର୍ମଚାରୀମାନେ ଅବିରତ ଡ୍ୟୁଟି କରୁଛନ୍ତି। ସେମାନଙ୍କୁ ଅଧିକ ଛୁଟି ମିଳୁନାହିଁ। ରାଜ୍ୟର କୋତଓ୍ବାଲି ଥାନାରେ କାର୍ଯ୍ୟତର ମହିଳା କନଷ୍ଟେବଳ ଆଶା ରୋତ୍ନଙ୍କର ଆସନ୍ତା ୩୦ ତାରିଖରେ ବିବାହ। ବିବାହ ପାଇଁ ତାଙ୍କୁ ଛୁଟି ମିଳିଛି। ହେଲେ ବିବାହ ପୂର୍ବରୁ ହେବାକୁ ଥିବା ଅନ୍ୟାନ୍ୟ ରୀତିନୀତି ପାଇଁ ତାଙ୍କୁ ଛୁଟି ମିଳିନାହିଁ। ତେଣୁ ସେ ଘରଠାରୁ ଦୂରରେ ରହିଛନ୍ତି।

- Advertisement -

ତେଣୁ ଶୁକ୍ରବାର ଆଶାଙ୍କର ହଳଦୀ ବିଧି ସମ୍ପନ୍ନ ହେବାକୁ ଥିବାବେଳେ ସହକର୍ମୀମାନେ ଏହାକୁ ଥାନାରେ ପାଳନ କରିଛନ୍ତି। ଥାନାର ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ଆଶାଙ୍କର ହଳଦୀ ବିଧି ଅନୁଷ୍ଠିତ ହୋଇଯାଇଛି। ଘରେ ଯେପରି ଆଶା ପରିବାର ଲୋକଙ୍କ ଗହଣରେ ଏହି ଉତ୍ସବଟିକୁ ପାଳନ କରିଥାନ୍ତେ, ଠିକ୍‌ ସେଭଳି ଅନ୍ୟ କର୍ମଚାରୀମାନେ ଏହାକୁ ଆୟୋଜନ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories