www.samajalive.in
Saturday, December 6, 2025
26.1 C
Bhubaneswar

ଦିଲ୍ଲୀରେ ଅକ୍ସିଜେନ ଅଭାବ, ୨୦ ରୋଗୀ ମୃତ

ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଦ୍ରୁତଗତିରେ ମାଡ଼ିଚାଲିଛି। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ଚିକିତ୍ସା ପାଇଁ ଅକ୍ସିଜେନ ମିଳୁନାହିଁ। ଏହି କାରଣରୁ ଜୟପୁର ଗୋଲ୍‌ଡେନ ହସ୍ପିଟାଲରେ ୨୦ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାବ୍ୟତୀ ବାତ୍ରା ଏବଂ ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଅକ୍ସିଜେନର ଘୋର ସଙ୍କଟ ଦେଖାଦେଇଛି। ଏହି ଦୁଇ ହସ୍ପିଟାଲରେ ବି ଖୁବଶୀଘ୍ର ଅକ୍ସିଜେନ ଶେଷ ହୋଇଯିବ ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି।

ଜୟପୁର ଗୋଲ୍‌ଡେନ ହସ୍ପିଟାଲର ଏମଡି ଡା. ବଲୁଜା କହିଛନ୍ତି ଯେ, ଗତକାଲି ସନ୍ଧ୍ୟାରେ ଅକ୍ସିଜେନ ଯୋଗାଣରେ ହ୍ରାସ ଯୋଗୁ ପ୍ରାୟ ୨୦ ଜଣ ଗୁରୁତର ରୋଗୀଙ୍କ ମୃତ୍ୟୁ ଘଟିଛି। ହସ୍ପିଟାଲରେ ଅଳ୍ପ କିଛି ସମୟର ଅକ୍ସିଜେନ ରହିଥିବାବେଳେ ୨୧୫ ରୋଗୀ ଚିକିତ୍ସାଧୀନ ରହିଛନ୍ତି। ବାତ୍ରା ହସ୍ପିଟାଲରେ ଗୋଟିଏ ଅକ୍ସିଜେନ ଟ୍ୟାଙ୍କର ପହଞ୍ଚିଛି। ବାତ୍ରା ହସ୍ପିଟାଲ ଏମଡି ଡା. ଏସସିଏଲ ଗୁପ୍ତା କହିଛନ୍ତି ଯେ, ହସ୍ପିଟାଲକୁ ୫୦୦ କିଲୋଗ୍ରାମ ଅକ୍ସିଜେନ ଟ୍ରକ ଜରିଆରେ ପହଞ୍ଚାଯାଉଛି। ଏହା ମିଳିବା ପରେ ୧ ଘଣ୍ଟା ଚଳିଯିବ। ହସ୍ପିଟାଲରେ ଏବେ ୨୬୦ ରୋଗୀ ରହିଛନ୍ତି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories