www.samajalive.in
Monday, December 8, 2025
27.1 C
Bhubaneswar

ଜାଣିଶୁଣି ବିପଦକୁ ଆମନ୍ତ୍ରଣ ! ଗୋଟିଏ ସ୍ଥାନରେ କୋଭିଡ ଓ ଅଣ କୋଭିଡ ଶବ ଦାହକୁ ନେଇ ଅସନ୍ତୋଷ

ସମ୍ବଲପୁର : କରୋନା ସଂକ୍ରମଣର ଦ୍ୱିତୀୟ ଲହରି ଦେଶରେ ଆରମ୍ଭ ହୋଇ ସାରିଥିବା ବେଳେ ଏହା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଅନେକ ସମୟରେ କରୋନା ସଂକ୍ରମିତ ରୋଗୀଙ୍କର ମୃତ୍ୟୁ ଘଟୁଥିବାର ଦେଖାଯାଉଛି। ଏବେ ସାରା ଦେଶ ଭଳି ସମ୍ବଲପୁରରେ ମଧ୍ୟ କରୋନା ସଂକ୍ରମଣ ଚିନ୍ତାଜନକ ଭାବରେ ନିୟମିତ ପ୍ରାୟ ୨ ଶହ ରହୁଥିବା ବେଳେ ପ୍ରତ୍ୟହ ଅସମର୍ଥିତ ସୁତ୍ର ଅନୁଯାୟୀ ୧୦ ରୁ ୧୨ ଜଣ କୋଭିଡ– ୧୯ ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ଜିଲାର ହେଉଥିବାର କୁହାଯାଉଛି। କରୋନା ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ପରେ ସରକାରୀ ନିୟମାନୁଯାୟୀ ସେମାନଙ୍କୁ ସମ୍ବଲପୁର ସ୍ଥିତ ରାଜଘାଟକୁ ଆଣି ଅଣ କୋଭିଡ ଜନିତ ମୃତ୍ୟୁ କରିଥିବା ବ୍ୟକ୍ତିଙ୍କ ସହିତ ଗୋଟିଏ ସ୍ଥାନରେ ଶବ ଦାହ କରାଯାଉଥିବାରୁ ଜନତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

ସମ୍ବଲପୁରର ରାଜଘାଟକୁ ନିୟମିତ ୧୦ ରୁ ୧୨ ବୁର୍ଲା ସ୍ଥିତ କୋଭିଡ ହସ୍ପିଟାଲରୁ ମୃତ ରୋଗୀଙ୍କ ଶବ ପିପିଇ କିଟ ପରିଧାନ କରି ସ୍ୱତନ୍ତ୍ର ଯାନରେ ଅଣାଯାଇ ଅନ୍ତିମ ସଂସ୍କାର କରାଯାଉଛି। ଏବେ ବିଦ୍ୟୁତ ଚୁଲା ସମ୍ପୁର୍ଣ୍ଣ ରୂପେ ବନ୍ଦ ହୋଇ ପଡ଼ି ରହିଥିବାରୁ ରାଜଘାଟ ଠାରେ ରହିଥିବା ଦୁଇଟି ପାରମ୍ପରିକ ଶବ ଦାହ ଗୃହ ମଧ୍ୟରୁ ଗୋଟିଏ ଗୃହକୁ ସ୍ୱତନ୍ତ୍ର କୋଭିଡ ସଂକ୍ରମିତ ମୃତଦେହ ଏବଂ ଅନ୍ୟଟିକୁ ଅଣ କୋଭିଡ ସଂକ୍ରମିତ ମୃତଦେହଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ସଂରକ୍ଷିତ ରଖାଯାଇଛି। କୋଭିଡ ସଂକ୍ରମିତ ମୃତଦେହ ସତ୍କାର ପାଇଁ ସଂରକ୍ଷିତ ଶବ ଦାହ ଗୃହରେ ୨୪ ଘଣ୍ଟାରେ ୫ଟି ଶବ ଦାହ ସକାଶେ କାଠ ପ୍ରସ୍ତୁତ ରଖାଯାଇଥିବାର ପରିଲକ୍ଷିତ ହେଉଛି। ସରକାରୀ ଭାବରେ ଏ ସର୍ମ୍ପକରେ କୌଣସି ସଠିକ ତଥ୍ୟ ପ୍ରଦାନ କରାଯାଉ ନ ଥିବା ବେଳେ ଏହି ଘଟଣାରୁ ସ୍ପଷ୍ଟ ରୂପେ କ’ଣ ଚାଲିଛି ତାହା ସହଜେ ଅନୁମେୟ। ଗୋଟିଏ ସ୍ଥାନରେ କୋଭିଡ ଓ ଅଣ କୋଭିଡ ସଂକ୍ରମିତ ମୃତଦେହ ଗୁଡିକୁ ଦାହ ସଂସ୍କାର କରାଯାଉଥିବାରୁ ଜନତାଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେଉଛି। ଯଦି କୌଣସି ଅଣ କୋଭିଡ ଜନିତ ମୃତ ବ୍ୟକ୍ତିଙ୍କ ଶବ ଦାହ ପାଇଁ ଯାଉଥିବା ବ୍ୟକ୍ତି ମାନେ ରାଜଘାଟ ଯାଇଥିବା ବେଳେ ଯଦି କୋଭିଡ ସଂକ୍ରମିତ ମୃତଦେହ ସତ୍କାର ପାଇଁ ଆସୁଛି ତାହା ହେଲେ ଲୋକେ ସଂକ୍ରମଣ ଭୟରେ ତୁରନ୍ତ ରାଜଘାଟ ପରିସର ମଧ୍ୟରୁ ବାହାରକୁ ବାହାରି ଆସି ଆକୁଳ ଓ ଭୟଭୀତ ମନରେ ଅନ୍ୟେପାୟ ହୋଇ ବାହାରେ ଛିଡା  ରହୁଛନ୍ତି।

- Advertisement -

ଏ ସର୍ମ୍ପକରେ ସମ୍ବଳ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ସଞ୍ଜୀବ ନନ୍ଦ କହିଛନ୍ତି ଯେ, ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ବିଧି ଧାର୍ମିକ  ଭାବନାତ୍ମକ ବିଷୟ ହୋଇଥିବାରୁ ସମସ୍ତ କୋଭିଡ ଓ ଅଣ କୋଭିଡ ମୃତ ବ୍ୟକ୍ତି ପାଇଁ ଏହି ଘଡିସନ୍ଧି ମୁହୁର୍ତ୍ତରେ ସୁବ୍ୟବସ୍ଥା କରିବା ପ୍ରଶାସନର ଉତ୍ତର ଦାୟିତ୍ୱ ଅଟେ। ଏବେ ଯେଉଁଭଳି ଭାବରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି, ସେଥି ପାଇଁ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରାଯିବା ପାଇଁ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିବା ଉଚିତ। ବିଗତ ବର୍ଷ ବୁଢ଼ାରଜା ଶାନ୍ତି ନଗର ଠାରେ ଶାନ୍ତି ଧାମ ଠାରେ କୋଭିଡ ସଂକ୍ରମିତ ମୃତ ବ୍ୟକ୍ତି ଶେଷ ସତ୍କାରର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ କୌଣସି କାରଣରୁ ତାହା କିଛି ଦିନ ଚାଲିବା ପରେ ତାହା ବନ୍ଦ ପଡ଼ିଯାଇଛି। ଏବେକାରର ସ୍ଥିତିକୁ ଧ୍ୟାନରେ ରଖି ଗୋଟିଏ ପଟରେ ବିଦ୍ୟୁତ ଚୁଲା ଖରାପ ହୋଇ ପଡ଼ିଥିବା ବେଳେ ଅନ୍ୟ ପଟରେ ଗୋଟିଏ ସ୍ଥାନରେ ଖୋଲାରେ କୋଭିଡ ଓ ଅଣ କୋଭିଡ ମୃତ ବ୍ୟକ୍ତିଙ୍କ ସତ୍କାର କରାଯିବା ବିଷୟକୁ ପ୍ରଶାସନ ନିଶ୍ଚିତ ରୂପେ ଧ୍ୟାନ ଦେବା ଉଚିତ। ଏ ସର୍ମ୍ପକରେ ନିଗମର କାର୍ଯ୍ୟକାରୀ ଅଧିକାରୀଙ୍କୁ ଫୋନ କରାଯିବାରୁ ସେ ଫୋନ ନ ଉଠାଇବାରୁ ତାଙ୍କର ପ୍ରତିକ୍ରିୟା ଜଣାପଡ଼ି ନାହିଁ। ଏଣୁ ଏହି ବିଷୟରେ ପ୍ରଶାସନ ତୁରନ୍ତ ଧ୍ୟାନ ଦେଇ ଉଚିତ ପଦକ୍ଷେପ ନେବାକୁ ସବୁ ମହଲରୁ ମତ ପ୍ରକାଶ ପାଉଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories