www.samajalive.in
Saturday, December 6, 2025
16.1 C
Bhubaneswar

କଟକ ଓ ଭୁବନେଶ୍ବରରେ ସଟ୍‌ଡାଉନ୍‌, ଯାଞ୍ଚ ହେବ କଡ଼ାକଡ଼ି-ସୌମେନ୍ଦ୍ର ପ୍ରିୟଦର୍ଶୀ

ଭୁବନେଶ୍ବର: ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ନାଇଟ୍ କର୍ଫ୍ୟୁ ଶନିବାର ଦିନ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ଏବଂ ଏହା ପରବର୍ତ୍ତୀ ସମୟରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ସପ୍ତାହନ୍ତ ସଟ୍‌ଡାଉନ୍ ଜାରି ରହିବ। ଅର୍ଥାତ୍ ଶନିବାର ସକାଳ ଠାରୁ ରବିବାର ସମ୍ପୂର୍ଣ୍ଣ ଦିନ ଓ ରାତିରେ ସଟ୍‌ଡାଉନ୍ ବଳବତ୍ତର ରହିବ। ଆସନ୍ତାକାଲିଠାରୁ ସାରା ରାଜ୍ୟରେ ଲାଗୁ ହେବ ସଟ୍‌ଡାଉନ୍‌। ଏହି ପରିପ୍ରେକ୍ଷୀରେ ଟ୍ବିନ୍‌ ସିଟି କଟକ ଓ ଭୁବନେଶ୍ବରରେ ସାପ୍ତାହନ୍ତ ସଟ୍‌ଡାଉନ ନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

- Advertisement -

ଆଜି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ ଆସନ୍ତାକାଲିଠାରୁ ରାଜ୍ୟରେ ସଟ୍‌ଡାଉନ୍‌ ନିୟମ ଲାଗୁ ହେବ। ତେବେ ଟ୍ବିନ୍‌ସିଟି କଟକ ଓ ଭୁବନେଶ୍ବରରେ ସଟ୍‌ଡାଉନ୍‌ ଗୁରୁତ୍ବପୂର୍ଣ୍ଣ। ଏହି ସମୟ ମଧ୍ୟରେ ଟ୍ବିନ୍‌ସିଟି କଟକ ଓ ଭୁବନେଶ୍ବରରେ ଯାଞ୍ଚ କଡ଼ାକଡ଼ି ହେବ। କଟକ ଓ ଭୁବନେଶ୍ବରରେ କଡ଼ା ପାଟ୍ରୋଲିଂ କରାଯିବ। ଅମାନିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଟ୍ବିନ୍‌ ସିଟିରେ ୬୮ ପଏଣ୍ଟରେ ଚେକିଂ ହେବ। ସେଥିମଧ୍ୟରୁ କଟକରେ ୨୫ ଜାଗାରେ ଏବଂ ଭୁବନେଶ୍ବରରେ ୪୩ଜାଗାରେ ନାକା ଚେକିଂ କରାଯାଇଛି। ନାକା ପଏଣ୍ଟରେ ଲୋକଙ୍କୁ ଚେକିଂ କରିବେ ପୁଲିସ କର୍ମଚାରୀ।

ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀଙ୍କ ଯିବାଆସିବାରେ ସହଜ କରିବେ। ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ପାସ୍‌ ବ୍ୟବସ୍ଥା ନାହିଁ। ନିଜ ସଂସ୍ଥା ଦ୍ବାରା ପରିଚୟପତ୍ର ଦେଖାଇ କାମକୁ ଯାଇପାରିବେ। ଅନ୍ୟମାନେ କୋଭିଡ୍‌ କଟକଣା ପାଳନ କରିବା ଆବଶ୍ୟକ। ସଟ୍‌ଡାଉନ୍‌ ସମୟ ମଧ୍ୟରେ ଲୋକଙ୍କୁ ଘରୁ ନ ବାହାରିବାକୁ ପୁଲିସ କମିଶନରଙ୍କ ନିବେଦନ କରିଛନ୍ତି।


ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ ସାପ୍ତହନ୍ତ ସଟ୍‌ଡାଉନ୍‌ ତଥା ଶନିବାର ଓ ରବିବାରରେ ଉଭୟ ଦିନ ସକାଳେ ଘଣ୍ଟାଏ ଲେଖାଏଁ କୋହଳ କରାଯିବ। ସକାଳ ୫ରୁ୬ଟା ପର୍ଯ୍ୟନ୍ତ ଘଣ୍ଟାଏ କୋହଳ ହେବ। ଏହି ସମୟରେ ଲୋକେ ଲୋକେ ମର୍ଣ୍ଣିଂ ୱାକ୍‌ ଓ ସାଇକ୍ଲିଂ ପାଇଁ ଯାଇପାରିବେ। ତେବେ ଅନ୍ୟ ସମୟରେ ଲୋକଙ୍କୁ ଘରୁ ନ ବାହାରିବାକୁ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅନୁରୋଧ କରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories