www.samajalive.in
Monday, December 8, 2025
13.1 C
Bhubaneswar

ବୃଦ୍ଧ ଦମ୍ପତିଙ୍କୁ ହତ୍ୟା

ଭଞ୍ଜନଗର: ବୃଦ୍ଧ ଦମ୍ପତିଙ୍କୁ ନିର୍ମମ ଭାବେ ମାରଣାସ୍ତ୍ରରେ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଏଭଳି ଜଘନ୍ୟ କାଣ୍ଡ ଘଟିଛି ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକରେ।

ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଶିଶୁଣ୍ଡା ଗ୍ରାମ ନିକଟସ୍ଥ କାଜୁ ଜଙ୍ଗଲରୁ ଶୁକ୍ରବାର ସକାଳୁ ଭୀମ ପ୍ରଧାନ ଓ ତାଙ୍କ ସ୍ତ୍ରୀ ସୁଶୀଳା ପ୍ରଧାନଙ୍କ କ୍ଷତ ବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଉଭୟ ସ୍ୱାମୀ ସ୍ତ୍ରୀ ନିଜ ଜମିରେ ଚାଷ କରିଥିବା କାଜୁ ଫସଲକୁ ଜଗାରଖା କରିବା ପାଇଁ ଗତ କିଛି ମାସ ଧରି ଏକ କୁଡ଼ିଆ କରି ସେଠାରେ ରହି ଆସୁଥିଲେ। ଗୁରୁବାର ରାତିରେ କିଛି ଦୁର୍ବୃତ୍ତ କାଜୁ ଜଙ୍ଗଲରେ ପହଞ୍ଚି ଉଭୟଙ୍କୁ ଅତି ଜଘନ୍ୟ ଭାବେ ହତ୍ୟା କରି ଫେରାର ହୋଇଯାଇଥିବା ଜଣାପଡ଼ିଛି। ହତ୍ୟାର କାରଣ ସ୍ପଷ୍ଟ ଭାବେ ଜଣାପଡ଼ି ନ ଥିଲେ ମଧ୍ୟ ଏହି ଦମ୍ପତ୍ତିଙ୍କଠାରୁ କିଛି ଟଙ୍କା ଓ ସୁନା ଲୁଟ କରିବା ଲକ୍ଷ୍ୟ ନେଇ ହତ୍ୟାକାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି। ଜଗନ୍ନାଥପ୍ରସାଦ ପୁଲିସ ସହ ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories