www.samajalive.in
Monday, December 8, 2025
14.1 C
Bhubaneswar

ମାହାଙ୍ଗାର ଗୋଚର ଦଣ୍ଡା ନଦୀ କେନାଲ ବନ୍ଧରୁ ବେଆଇନ ଭାବେ ତଡ଼ା ଚାଲିଛି ମାଟି, ମାଫିଆ ସକ୍ରିୟ

ମାହାଙ୍ଗା: ମାହାଙ୍ଗା ତହସିଲ ଅଞ୍ଚଳରେ ନିୟମିତ ଭାବେ ମାଟି ମାଫିଆମାନେ ବେଆଇନ ଭାବେ ଗୋଚର ଦଣ୍ଡା ନଦୀ କେନାଲ ବନ୍ଧ ମାଟି ତାଡି ହଜାର ହଜାର ଟ୍ରିପ ଚାଲାଣ କରୁଛନ୍ତି। ପଚାରିଲେ ଆମେ ତହସିଲରୁ ଟଙ୍କା ଦେଇ ପାଉତି କାଟି ମାଟି ଉଠାଉଛୁ ବୋଲି ଉତ୍ତର ମିଳୁଛି ମାଟି ମାଫିଆଙ୍କଠାରୁ। ଏଠାରେ ପ୍ରଶ୍ନ ଉଠୁଛି କି ତହସିଲ ପ୍ରଶାସନ କିପରି ଭାବେ ଗୋଚର ଦଣ୍ଡା ନଦୀ କେନାଲ ବନ୍ଧ କଡରୁ ମାଟି ଉଠାଇବା ପାଇଁ ବେଆଇନ ଭାବେ ଅଗ୍ରିମ ପାଉତି କାଟୁଛନ୍ତି।

ପ୍ରତିଦିନ ବେଆଇନ ମାଟି, ବାଲି ଚାଲାଣ ଓ ଇଟା ଭାଟି ପୋଡିବା ନେଇ ଖବର କାଗଜରେ ପୃଷ୍ଠା ମଣ୍ଡନ କରୁଥିବା ବେଳେ ପ୍ରଶାସନ ଆଦୌ ଦୃଷ୍ଟି ନ ଦେବା ଘଟଣା ଅଞ୍ଚଳବାସୀଙ୍କୁ ଚକିତ କରିଛି। ବାରମ୍ବାର ଏଥିନେଇ ଜିଲ୍ଲାପାଳ, ଉପ ଜିଲ୍ଲାପାଳଙ୍କ ସମେତ ରାଜସ୍ବ କମିଶନର ଯାଏ ସଭିଙ୍କଠାରେ ଗଣମାଧ୍ୟମ ଜରିଆରେ ଅଭିଯୋଗ ହେଉଥିଲେ ବି କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଏହି ବେଆଇନ କାର୍ଯ୍ୟକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ଼୍‌ ଗଠନ କରାଯାଇଥିବାବେଳ ପ୍ରାୟ ଏକ ବର୍ଷ ହେବ ମାହାଙ୍ଗା ମାଟିରେ ସେମାନଙ୍କ ପାଦ ପଡ଼ିନାହିଁ। ପୂର୍ବତନ ତହସିଲଦାର ଚିତ୍ତରଞ୍ଜନ ପଟ୍ଟନାୟକଙ୍କ ସମୟରେ ପ୍ରତିଦିନ ଏହି ସ୍କ୍ୱାଡ଼୍‌ ମାହାଙ୍ଗାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏହି ବେଆଇନ କାର୍ଯ୍ୟକୁ ରୋକିବାରେ କେତେକାଂଶରେ ସଫଳ ହୋଇଥିଲେ।

- Advertisement -

ପୋଖରୀ ଖୋଲିବା ନାଁରେ ହିତାଧିକାରୀମାନେ ମନ ଇଛା ମାଟି ବାହାରକୁ ଚାଲାଣ କରି ଟ୍ରିପ ପିଛା ଶହଶହ ଟଙ୍କା ହାତଉଛନ୍ତି। ଗୋଟେ ପଟରେ ମାହାଙ୍ଗାରୁ ଗୋଚର ଦଣ୍ଡା ସରଜମିନ ଭାବେ ବିଲୁପ୍ତ ହେବାକୁ ଲାଗିଥିବା ବେଳେ ଅନ୍ୟ ପଟରେ ମାଟି ମାଫିଆମାନେ ଲକ୍ଷ ଲକ୍ଷ କଳା ଟଙ୍କା ଉପାର୍ଜନ କରୁଛନ୍ତି। ମାହାଙ୍ଗାରେ ତିନି ଵର୍ଷ ହେବ ଏକ ବିରାଟ ରାକେଟ ଏହି ବେଆଇନ କାର୍ୟ୍ୟ କରି ଚାଲିଛି। ବିଶେଷ କରି କୁହୁଣ୍ଡା ମୂଳବସନ୍ତ, ଗୁଣୁପୁର ସିପୁରା, ଧରମ ଦାସ ପୁର, କୁଣ୍ଡି, ମଧୁପୁର, ବାସୁଦେବ ପୁର କୋଳିଅଠା, ସମସରପୁର, କଇଥା, କାଳିଅଣ୍ଟି, ରାହାଣିଆ, ଉଷୁମା, ପଲ୍ଲୀସାହି, ଏରକଣା, ପୋଡାମରାଇ, ଅଚ୍ୟୁତପୁର, ସିନ୍ଧୁପୁର, ହରିଭକ୍ତ ପୁର, ଲଳିତ ଗିରି, ପଣସପୁର, ସାହସପୁର, ଭଉଁରିଆ, ଓସ୍ତପୁର ଆଦି ଅଂଚଳରେ ଏହି ବେଆଇନ ଚାଲାଣ କାର୍ଯ୍ୟ୍ୟ ହେଉଥିବାବେଳ ସବୁ ଜାଣି ପ୍ରଶାସନ କାହିଁକି ଉଚିତ୍‌ ପଦକ୍ଷେପ ଗ୍ରହଣ କରୁନାହିଁ ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଯଦି ରାଜସ୍ବ ସଚିବ ମାହାଙ୍ଗାରେ ହେଉଥିବା ଏହି ବେଆଇନ କାର୍ଯ୍ୟ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ନ ଦିଅନ୍ତି ତେବେ ଗୋଚର ଦଣ୍ଡାର ମାଟି ମାହାଙ୍ଗାରୁ ଲୋପ ପାଇଯିବ। ତୁରନ୍ତ ରାଜ୍ୟ ସରକାର ମାହାଙ୍ଗାର ଏହି ବଡ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ମାହାଙ୍ଗାବାସୀ ଦାବି କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories