www.samajalive.in
Monday, December 8, 2025
13.1 C
Bhubaneswar

ରାଜ୍ୟରେ ହସପିଟାଲ ଶଯ୍ୟା ଦୁଇଗୁଣ ହେବ: ମୋଟ ଶଯ୍ୟାର ୬% ରହିବ ଆଇସିୟୁ ଶଯ୍ୟା

ଭୁବନେଶ୍ୱର: ରାଜ୍ୟରେ ହସପିଟାଲଗୁଡିକରେ ସାଧାରଣ ଶଯ୍ୟା ସଂଖ୍ୟା ଦୁଇଗୁଣ କରାଯିବ। ରାଜ୍ୟରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଦ୍ରୁତ ସଂକ୍ରମଣକୁ ଲକ୍ଷ୍ୟକରି ଏଭଳି ନିଷ୍ପତ୍ତି ନିଆଯାଇଛି। ଏ ସଂପର୍କରେ ସମସ୍ତ ଜିଲାପାଳଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସମସ୍ତ ଶଯ୍ୟାର ମୋଟ ୬% ଆଇସିୟୁ ଶଯ୍ୟା ରହିବ। ସରକାର ଆଇସିୟୁ ଶଯ୍ୟା ସହିତ ଅକ୍ସିଜେନ ଥିବା ଶଯ୍ୟା ଏବଂ ଭେଣ୍ଟିଲେଟର ସୁବିଧା ଥିବା ସଂଖ୍ୟା ମଧ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଛତିଶଗଡ ଓ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ସହିତ ସେହିସବୁ ରାଜ୍ୟରେ ଗୁରୁତର ରୋଗୀଙ୍କ ସଂଖ୍ୟା ବୃଦ୍ଧି ଏବଂ ଅକ୍ସିଜେନ, ଭେଣ୍ଟିଲେଟର ଆଦିର ଅଭାବକୁ ଲକ୍ଷ୍ୟ କରିବା ପରେ ଓଡ଼ିଶା ସରକାର ଆଗୁଆ ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି। ସେଥିପାଇଁ ରାଜ୍ୟରେ ଅକ୍ସିଜେନ ସିଲିଣ୍ଡର ଏବଂ ଅକ୍ସିଜେନ ଯେଭଳି ଅଭାବ ପରିଲକ୍ଷିତ ନହୁଏ ସେଥିପାଇଁ ପଦକ୍ଷେପ ନିଆଯାଉଛି। ଇତିମଧ୍ୟରେ ବିଭିନ୍ନ ରାଜ୍ୟରେ ଅକ୍ସିଜେନର ଅଭାବ ଦୂର କରିବାକୁ ରେଳବାଇ ଅକ୍ସିଜେନ ଏକ୍ସପ୍ରେସ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ଆଉ ୧୦୦ ଭେଣ୍ଟିଲେଟର କିଣିବାକୁ ନିଷ୍ପତ୍ତି ନେଇଛନ୍ତି।

Hot this week

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

Related Articles

Popular Categories