www.samajalive.in
Monday, December 8, 2025
27.1 C
Bhubaneswar

ଦୁଇ ଦିନ ବଢ଼ିଲା ମା’ ବୁଢ଼ୀ ଠାକୁରାଣୀ ଯାତ୍ରା

ପ୍ରଶାସନ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଅବଧିକୁ ୨ ଦିନ ବୃଦ୍ଧି କରିଛି। ତେଣୁ ସୋମବାର ରାତିରେ ଅସ୍ଥାୟୀ ମଣ୍ଡପରୁ ମନ୍ଦିରକୁ ମାଙ୍କ ପ୍ରତ୍ୟାବର୍ତନ ହେବ। ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଅବଧିକୁ ନେଇ ହୋଇଥିବା ନିଷ୍ପତି ଅନୁଯାୟୀ ମା’ଙ୍କ ଯାତ୍ରା ଅବଧି ପୂର୍ବରୁ ଆସନ୍ତା କାଲି ଶେଷ ହେବାକୁ ଥିବା ବେଳେ ପ୍ରଶାସନ ଏହାକୁ ଆଉ ୨ ଦିନ ବୃଦ୍ଧି କରିଛି।

ନିୟମ ଅନୁଯାୟୀ ମା’ ବାପଘରୁ ଆସିବାର କୌଣସି ସଠିକ୍‍ ବାର ନଥିବା ବେଳେ ପ୍ରତ୍ୟାବର୍ତନ ବେଳେ ସୋମବାର ରାତି ଓ ମଙ୍ଗଳବାର ଭୋରରୁ ମନ୍ଦିରରେ ପ୍ରବେଶ କରିବାର ବିଧି ରହିଛି। ମଙ୍ଗଳବାର ଦିନ ମା’ଙ୍କ ବାର। ଏହି ଦିନ ମା’ଙ୍କ ପୂଜାର୍ଚ୍ଚନା କରିବା ସହ ମାନସିକ ବ୍ରତଧାରୀଙ୍କ ବ୍ରତ ପୂଜା ଅନୁଷ୍ଠିତ ହୋଇଥାଏ। ଏହା ସହ ସମସ୍ତ ଦେବୀ ମନ୍ଦିରରେ ବଳୀଭୋଗ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଥାଏ। ମା’ ବୁଢ଼ୀ ଠାକୁରାଣୀ ବାପଘରକୁ ଯାତ୍ରା ବେଳେ ମନ୍ଦିରରେ ମା’ଙ୍କ ସହ ଥିବା ସମସ୍ତ ଚଣ୍ଡିଚାମୁଣ୍ଡା ଓ ଚଉଷଠି ଯୋଗିନୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ବାପଘରୁ ଆସିଥିବା ସମସ୍ତ ଭାର ପ୍ରଦାନ କରିବା ସହ ବଳୀ ଭୋଗ ଅର୍ପଣ କରିବା ପରମ୍ପରା ରହିଛି। ଅନ୍ୟ ଦିନରେ ବଳିଭୋଗ କରାଯାଉଥିଲେ ମଧ୍ୟ ମଙ୍ଗଳବାର ଦିନ ପୂଜାର୍ଚ୍ଚନା କଲେ ସୁଫଳ ମିଳେ ବୋଲି ବିଶ୍ୱାସ ରହିଛି।

- Advertisement -

ଯାତ୍ରା ପୁରୋଧା ଦୁର୍ଗାପ୍ରସାଦ ଦେଶି ବେହେରାଙ୍କ ଅନୁରୋଧ କ୍ରମେ ପ୍ରଶାସନ ପକ୍ଷରୁ ଯାତ୍ରା ଅବଧିକୁ ୨ ଦିନ ବୃଦ୍ଧି କରାଯିବା ସହିତ ଆସନ୍ତା ସୋମବାର ରାତିରେ ମା’ଙ୍କ ପ୍ରତ୍ୟାବର୍ତନ ପାଇଁ ଅନୁମତି ପ୍ରଦାନ କରାଯାଇଥିବା ବୋଲି ବ୍ରହ୍ମପୁର ମହାନଗର ନିଗମ କମିଶନର ସିଦ୍ଧେଶ୍ବର ବଳିରାମ ବୋନ୍ଦାର କହିଛନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories