www.samajalive.in
Thursday, December 11, 2025
26.1 C
Bhubaneswar

ହାଇଦରକୁ ଧରିବାକୁ ୬ ଟିମ୍‌, ସବୁ ଜିଲାର ଏସପିଙ୍କୁ ଆଲର୍ଟ କଲେ ଡିଜିପି

କଟକ: କଟକ ଏସସିବି ମେଡିକାଲ କଲେଜରୁ କୁଖ୍ୟାତ ଗ୍ୟାଙ୍ଗଷ୍ଟର ସେଖ୍‌ ହାଇଦର ଫେରାର ହୋଇଯିବା ପରେ ପୁଲିସର ଚେତା ପଶିଛି। ପୁଲିସ ବିଭାଗ ଏବେ ତତ୍ପର ହୋଇ ହାଇଦରକୁ ଖୋଜିବାରେ ଲାଗିଛି। ରାଜ୍ୟ ବାହାରକୁ ଯେପରି ହାଇଦର ଖସି ନ ଯିବ ସେଥିଲାଗି ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଯାଞ୍ଚ କଡ଼ାକଡ଼ି କରାଯାଇଛି। ସୀମାନ୍ତ ଦେଇ ଯାତାୟାତ କରୁଥିବା ଟ୍ରେନ ଓ ଅନ୍ୟାନ୍ୟ ଯାନବାହନକୁ ଯାଞ୍ଚ କରାଯାଉଛି। ହାଇଦରକୁ ଧରିବା ଲାଗି ୫ରୁ ୬ଟି ଟିମ୍‌ ଗଠନ କରାଯାଇଥିବା କ୍ରାଇମବ୍ରାଞ୍ଚ ଏଡିଜିଙ୍କଠାରୁ ସୂଚନା ମିଳିଛି।

ହାଇଦରକୁ ଧରିବା ଲାଗି ଡିଜିପିଙ୍କ ନେତୃତ୍ବରେ ରବିବାର ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ବୈଠକ ପରେ କ୍ରାଇମବ୍ରାଞ୍ଚ ଏଡିଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି। ହାଇଦରକୁ ଧରିବା ଲାଗି ସମସ୍ତ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନଜର ରଖାଯାଇଛି। ସବୁ ଜିଲାର ଏସପିଙ୍କୁ ଆଲର୍ଟ ରହିବାକୁ ନିର୍ଦେଶ ଦିଆଯାଇଛି। ଏସଟିଏଫ ୟୁନିଟ୍‌ ଓ ଡିସିପିଙ୍କୁ ମଧ୍ୟ ଆଲର୍ଟ କରାଯାଇଛି। ଷ୍ଟେଶନ ଓ ପ୍ରମୁଖ ସଡ଼କ ପଥ ଉପରେ ନଜର ରଖାଯାଇଛି। ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି। ଖୁବଶୀଘ୍ର ହାଇଦରକୁ ଧରାଯିବ ବୋଲି ଏଡିଜି କହିଛନ୍ତି।

- Advertisement -

ସୂଚନାଯୋଗ୍ୟ, ହାଇଦରର କିଛି ସହଯୋଗୀ ଏସସିବି ମେଡିକାଲରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ତା’କୁ ଫେରାର କରାଇ ଦେଇଥିବା ଜଣାପଡ଼ିଛି। ଏହା ପରେ ହାଇଦରକୁ ଖୋଜିବା ଲାଗି ପୁଲିସ ବିଭାଗ ତନାଘନା ଜାରି ରଖିଛି।

Hot this week

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

Related Articles

Popular Categories