www.samajalive.in
Wednesday, December 10, 2025
18.1 C
Bhubaneswar

ଦକ୍ଷିଣ ଅଷ୍ଟ୍ରେଲିଆର ଗାଁ କୁବର ପେଡି ; ଜାଣନ୍ତୁ ଏହାର ସ୍ୱତନ୍ତ୍ରତା

ଦୁନିଆରେ ଏପରି ଏକ ଗାଁ ରହିଛି, ଯେଉଁଠାରେ ସମଗ୍ର ବାସିନ୍ଦା ମାଟିତଳେ (ଭୂମିତଳେ)ବାସ କରନ୍ତି।
ଏହି ଅନନ୍ୟ ଗାଁର ନାମ ହେଉଛି କୁବର ପେଡି। ଏହା ଦକ୍ଷିଣ ଅଷ୍ଟ୍ରେଲିଆରେ ଅବସ୍ଥିତ। ଏହି ଗାଁର ସବୁଠାରୁ ବଡ ବିଶେଷତ୍ୱ ହେଉଛି ଏଠାକାର ଅଧିକାଂଶ ଲୋକେ ଭୂମିତଳେ (ଅଣ୍ଡରଗ୍ରାଉଣ୍ଡ) ଘରେ ରୁହନ୍ତି। ବାହାରୁ ଏହି ଘର ଗୁଡ଼ିକ ସାଧାରଣ ଦେଖାଯାଏ, ମାତ୍ର ଭିତରର ଦୃଶ୍ୟ କୌଣସି ଦାମୀ ହୋଟେଲରୁ କମ ନୁହେଁ।
ବାସ୍ତବରେ ଏହି ସ୍ଥାନରେ ଓପାଲ (ଧଳା ଅଥବା ନେଳିଆ ରଙ୍ଗର ଏକ ମୂଲ୍ୟବାନ ପଥର)ର ଅନେକ ଖଣି ରହିଛି। ଏଠାରେ ଖାଲି ପଡିଥିବା ଓପାଲର ଖଣିରେ ଲୋକେ ବାସ କରନ୍ତି। ଏଠାରେ ଦୁନିଆରେ ସର୍ବାଧିକ ସଂଖ୍ୟକ ଓପାଲ ଖଣି ଥିବାରୁ କୁବର ପେଡ଼ିକୁ ଓପାଲର ରାଜଧାନୀ ବୋଲି କୁହାଯାଏ।
ମିଳିଥିବା ସୂଚନା ଅନୁଯାୟୀ, କୁବର ପେଡିରେ ଖଣି କାର୍ୟ୍ୟ ପ୍ରାୟ ୧୯୧୫ ମସିହାରେ ଆରମ୍ଭ ହୋଇଥିଲା। ବାସ୍ତବରେ ଏହା ଏକ ମରୁଭୂମି ଅଞ୍ଚଳ, ତେଣୁ ଗ୍ରୀଷ୍ମ ଦିନେ ଏଠାରେ ତାପମାତ୍ରା ବହୁତ ଅଧିକ ଏବଂ ଶୀତଦିନେ ବହୁତ କମ। ଏହି କାରଣରୁ ଏଠାରେ ବାସ କରୁଥିବା ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଲା, ଏହାର ସମାଧାନ ଅନୁଯାୟୀ, ଲୋକେ ଖଣି ଖନନ ପରେ ଖାଲି ହୋଇସାରିଥିବା ସ୍ଥାନରେ ରହିବାକୁ ଲାଗିଲେ।
କୁବର ପେଡିରେ ଥିବା ଏହି ଅଣ୍ଡରଗ୍ରାଉଣ୍ଡ ଘର ଗୁଡିକରେ ଖରାଦିନେ ଏସି କିମ୍ବା ଶୀତଦିନେ ଉତ୍ତାପକାରୀ ଯନ୍ତ୍ର (ରୁମ ହିଟର)ର ମଧ୍ୟ ଆବଶ୍ୟକତା ପଡେ ନାହିଁ। ଆଜି ମଧ୍ୟ ଏଠାରେ ୧୫୦୦ରୁ ଅଧିକ ଘର ରହିଛି, ଯାହା ଜମି ଭିତରେ ଅଛି ଓ ଲୋକମାନେ ଏଠାରେ ବାସ କରୁଛନ୍ତି।
ଏହି ଘର ମାନଙ୍କରେ ସମସ୍ତ ପ୍ରକାର ସୁବିଧା ରହିଛି। ଏହାସହ ବିଭିନ୍ନ ପ୍ରକାର ସାଜସଜ୍ଜା ଜିନିଷ ବ୍ୟବହାର କରାଯାଇଛି। ଅନେକ ହଲିଉଡ ଚଳଚ୍ଚିତ୍ର ଏଠାରେ ସୁଟିଂ ମଧ୍ୟ କରାଯାଇଛି। ସୁଟିଂ ହେବା କାରଣରୁ ଏହି ସ୍ଥାନ ପର୍ୟ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ଏଠାକୁ ବହୁ ଲୋକେ ବୁଲିବାକୁ ଆସନ୍ତି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories