www.samajalive.in
Monday, December 8, 2025
27.1 C
Bhubaneswar

ଆଜି ଠାରୁ ମହାରାଷ୍ଟ୍ରରେ ସପ୍ତାହନ୍ତ ଲକଡାଉନ

ମୁମ୍ବଇ : ଦେଶରେ କରୋନା ୨ୟ ତରଙ୍ଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। କରୋନାର ନୂଆ ପଜିଟିଭ ଓ ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଇ ଦେଇଛି। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟରେ ସହରମାନଙ୍କରେ ନାଇଟ କର୍ଫ୍ୟୁ ଓ ସମ୍ପୂର୍ଣ୍ଣ ରାଜ୍ୟରେ ସପ୍ତାହନ୍ତ ଲକଡାଉନ ନିୟମ ଲାଗୁ କରିଛନ୍ତି। ଶନିବାର ହେବାକୁ ଥିବା ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ କରୋନା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ବୈଠକରେ ଆଲୋଚନା କରାଯିବ।
ସପ୍ତାହନ୍ତ ଲକଡ଼ାଉନରେ କ’ଣ ଖୋଲା କ’ଣ ବନ୍ଦ ….
୧- ସିନେମା ହଲ, ରେସ୍ତୋରାଁ, ମଲ୍‍ , ବାର୍‍ , ସମ୍ପୂର୍ଣ୍ଣ ବନ୍ଦ ରହିବ। ମାତ୍ର ଚଳଚ୍ଚିତ୍ର ସୁଟିଂ କୋଭିଡ ନିୟମ ଅନୁଯାୟୀ ଚାଲୁ ରହିବ।
୨- ଗାର୍ଡେନ ଓ ଖେଳ ସ୍ଥାନ ବନ୍ଦ ରହିବ।
୩- ରାତିରେ କେବଳ ଜରୁରୀ ସେବାକୁ ଅନୁମତି ମିଳି।
୪- କଳକାରଖାନା, ପରିବା ବଜାର ଆବଶ୍ୟକ ଏସଓପି ଅନୁଯାୟୀ ଖୋଲାଯିବ।
୫- ବିଗ୍‍ ବଜାର, ସୁପର ମାର୍କେଟ ୭ ଟାରୁ ରାତି ୮ଟା ଯାଏଁ ଖୋଲା ରହିବ। ଯେଉଁଠାରେ ଆବଶ୍ୟକ ସାମଗ୍ରୀ ଉପଲବ୍ଧ।
ଗ୍ୟାରେଜ ଖୋଲା ରହିବ। ମାତ୍ର କୋଭିଡ ନିୟମ ପାଳନ ହେବ।
ରାସ୍ତା କଡରେ ଢାବା ଖେଶଲା ରହିବ। ମାତ୍ର ଖାଦ୍ୟ କେବଳ କିଣି ନେବେ। ସେଠାରେ ବସି ଖାଇ ପାରିବେ ନାହିଁ।

 

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories