www.samajalive.in
Sunday, December 7, 2025
15.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କୁ ଜରିମାନା

ସାରା ବିଶ୍ଵରେ ଏବେ କରୋନା ମହାମାରୀର ପ୍ରକୋପ ଜାରି ରହିଛି। ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ସବୁ ଦେଶ ଉଦ୍ୟମ ଚଳାଇଛନ୍ତି। ଲକ୍‌ଡାଉନ, ସଟ୍‌ଡାଉନ ଲାଗୁ କରିବା ଭଳି ପଦକ୍ଷେପ ନେଉଛନ୍ତି। କୋଭିଡ ନିୟମ ପାଳନ କରିବାକୁ ସରକାର ନିର୍ଦେଶ ଜାରି କରୁଛନ୍ତି। କିନ୍ତୁ ନରୱେ ପ୍ରଧାନମନ୍ତ୍ରୀ ଏର୍ନା ସୋଲବର୍ଗ ଖୋଦ ନିଜେ କୋଭିଡ ନିୟମ ଉଲ୍ଲଂଘନ କରି ଚର୍ଚ୍ଚାକୁ ଆସିଛନ୍ତି। ଏଥିପାଇଁ ପୁଲିସ ତାଙ୍କୁ ଜରିମାନା ମଧ୍ୟ କରିଛି।

ଗତକାଲି ନରୱେ ପୁଲିସ ପକ୍ଷରୁ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ଏର୍ନା ସୋଲବର୍ଗ ନିଜର ଜନ୍ମଦିନ ପାଳିବା ଲାଗି ପରିବାର ଲୋକଙ୍କ ସହିତ ଏକତ୍ର ହୋଇଥିଲେ। ଏହାଦ୍ବାରା କୋଭିଡ-୧୯ ସାମାଜିକ ଦୂରତା ନିୟମ ଭଙ୍ଗ ହୋଇଥିଲା। ଫଳରେ ପ୍ରଧାନମନ୍ତ୍ରୀଙ୍କୁ ଜରିମାନା କରାଯାଇଛି।

- Advertisement -

ପୁଲିସ କହିଛି ଯେ, ପ୍ରଧାନମନ୍ତ୍ରୀଙ୍କ ସ୍ବାମୀ ବି ଆଇନ ଉଲ୍ଲଂଘନ କରିଛନ୍ତି, କିନ୍ତୁ ତାଙ୍କ ଉପରେ ଜରିମାନା ଲାଗୁ ହୋଇନାହିଁ। ଯେଉଁ ରେଷ୍ଟୁରାଣ୍ଟରେ ପ୍ରଧାନମନ୍ତ୍ରୀ ପାର୍ଟି ଆୟୋଜନ କରିଥିଲେ ସେହି ରେଷ୍ଟୁରାଣ୍ଟ ବି ନିୟମ ଭଙ୍ଗ କରିଛି। କିନ୍ତୁ ରେଷ୍ଟୁରାଣ୍ଟ ଉପରେ ଜରିମାନା ଲାଗୁ ହୋଇନି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories