www.samajalive.in
Saturday, December 6, 2025
26.1 C
Bhubaneswar

ଚଢ଼ାଉ ପାଇଁ ଯାଇଥିବା ଥାନା ଅଧିକାରୀଙ୍କୁ ପିଟି ହତ୍ୟା

ବିହାରର କିଶନଗଞ୍ଜ ଅଞ୍ଚଳରେ ଏକ ଛାତିଥରା ଘଟଣା ସାମ୍ମାକୁ ଆସିଛି। ଏଠାରେ ଚଢ଼ାଉ ପାଇଁ ଯାଇଥିବା ଜଣେ ଥାନା ଅଧିକାରୀଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ଏହି ପୁଲିସ ଅଧିକାରୀ ଜଣକ ଭିଡ ହିଂସାର ଶିକାର ହୋଇଥିବା କୁହାଯାଉଛି।

ସୂଚନା ଅନୁସାରେ, କିଶନଗଞ୍ଜ ଟାଉନ ଥାନା ଅଧିକାରୀ ଅଶ୍ଵିନୀ କୁମାର ଏକ ଚୋରି ମାମଲାରେ ପଶ୍ଚିମବଙ୍ଗ ସୀମାନ୍ତ ବନତାପାରା ଅଞ୍ଚଳକୁ ଶୁକ୍ରବାର ବିଳମ୍ବିତ ରାତିରେ ଚଢ଼ାଉ କରିବାକୁ ଯାଇଥିଲେ। ସାଥୀରେ ତାଙ୍କ ଟିମ୍‌ର ଅନ୍ୟ ସଦସ୍ୟମାନେ ବି ରହିଥିଲେ। କିନ୍ତୁ କିଛି ଲୋକ ଅଶ୍ଵିନୀ ଏବଂ ତାଙ୍କ ଟିମ୍‌କୁ ଅତର୍କିତ ଆକ୍ରମଣ କରିଥିଲେ। ଅଶ୍ଵିନୀଙ୍କୁ ସେମାନେ ପିଟି ପିଟି ମାରିଦେଇଥିଲେ।

- Advertisement -

ଘଟଣା ସମ୍ପର୍କରେ ଖବର ମିଳିବା ପରେ ବରିଷ୍ଠ ପୁଲିସ ଅଧିକାରୀ ତଥା ପୁର୍ଣ୍ଣିଆ ଆଇଜି ସୁରେଶ ଚୌଧୁରୀ ଏବଂ ଏସପି କୁମାର ଆଶୁତୋଷ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ଅଶ୍ଵିନୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଇସ୍‌ଲାମପୁର ହସ୍ପିଟାଲକୁ ପଠାଇ ଦିଆଯାଇଛି।

ସୂଚନାଯୋଗ୍ୟ, ବିହାରରେ ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ବି ଚଢ଼ାଉ ସମୟରେ ଅନେକ ପୁଲିସ କର୍ମଚାରୀଙ୍କୁ ହତ୍ୟା କରାଯାଇଛି। ଗତ ଫେବୃୟାରୀ ୨୪ରେ ବିହାରର ସୀତାମଢ଼ୀ ଅଞ୍ଚଳରେ ମଦ ଚୋରା ଚାଲାଣ ସମ୍ପର୍କରେ ଖବର ପାଇ ମେଜରଗଞ୍ଜ ଥାନା ଅଧିକାରୀ ଦିନେଶ ରାମ ନିଜ ଟିମ ସହିତ ଚଢ଼ାଉ କରିବାକୁ ଯାଇଥିଲେ। ଏହି ସମୟରେ ଚୋରା ଚାଲାଣକାରୀମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories