www.samajalive.in
Tuesday, December 9, 2025
16.1 C
Bhubaneswar

ଦିଲ୍ଲୀ ଏମ୍ସର ୩୫ ଜଣ ଡାକ୍ତର କରୋନା ପଜିଟିଭ୍

ନୂଆଦିଲ୍ଲୀ : କରୋନା ଯୋଦ୍ଧା ଡାକ୍ତରମାନଙ୍କ ପିଛା ଛାଡୁନି କରୋନା। ଦିଲ୍ଲୀର ଗଙ୍ଗା ରାମ ହସ୍ପିଟାଲର ୩୭ ଜଣ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହେବା ପରେ ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ବା ଏମ୍ସ )ର ୩୫ ଜଣ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ବୋଲି ଶୁକ୍ରବାର ଦିନ ବିଭିନ୍ନ ଟିଭି ରିପୋର୍ଟରେ ଦର୍ଶାଯାଇଛି। ତେବେ ଏ ନେଇ ଏମ୍ସ ପକ୍ଷରୁ  କିଛି ସ୍ପଷ୍ଟ କରାଯାଇ ନାହିଁ।

ପୂର୍ବରୁ ଗୁରୁବାର ଦିନ, ସାର୍ ଗଙ୍ଗା ରାମ ହସ୍ପିଟାଲର ୩୭ ଜଣ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। କରୋନା ରୋଗୀଙ୍କ ଚିକିତ୍ସା କରୁଥିବା  ଏହି ଡାକ୍ତରମାନଙ୍କ କୋଭିଡ-୧୯ ନମୁନା ପଜିଟିଭ୍ ଆସିଛି। ଏହି ସ୍ୱାସ୍ଥ୍ୟସେବା କରୋନା ଯୋଦ୍ଧାମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ସାମାନ୍ୟ ଲକ୍ଷଣ ରହିଛି। ୩୨ ଜଣ ଡାକ୍ତର ଘରେ ସଙ୍ଗରୋଧରେ ଅଛନ୍ତି ଏବଂ ୫ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ବୋଲି ଡାକ୍ତରଖାନା ସୂତ୍ରରୁ ପ୍ରକାଶ।

- Advertisement -

ଅନ୍ୟ ପକ୍ଷରେ ଜାତୀୟ ରାଜଧାନୀଦିଲ୍ଲୀରୁ ଗୁରୁବାର ଦିନ ୭,୪୩୭ ନୂତନ ପଜିଟିଭ୍ ମାମଲା ରିପୋର୍ଟ ହୋଇଛି, ଯେଉଁଥିରେ ପଜିଟିଭ୍ ହାର ୮.୧୦ ପ୍ରତିଶତ ରହିଛି। ଦିଲ୍ଲୀରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୩,୧୮୧ ଥିବାବେଳେ ୧୧,୧୫୭ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories