www.samajalive.in
Saturday, December 6, 2025
16.1 C
Bhubaneswar

ନିୟନ୍ତ୍ରଣ ବାହାରେ କରୋନା; ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ, ଯୋଗଦେବେନି ମମତା

ନୂଆଦିଲ୍ଲୀ: ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି କରୋନା। ଗୋଟିଏ ପଟେ ପ୍ରତିଦିନ ଲକ୍ଷାଧିକ ଲୋକଙ୍କୁ ଟିକା ଦିଆଯାଉଥିବାନେଳେ ଅନ୍ୟପଟେ ଲକ୍ଷାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ବିଭିନ୍ନ ରାଜ୍ୟରେ ସରକାରମାନଙ୍କ ପକ୍ଷରୁ ନାନା କଟକଣା ଲାଗୁ ହେଉଥିଲେ ବି ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ ସଂକ୍ରମଣକୁ ରୋକି ହେଉନାହିଁ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସ୍ଥିତି ସମୀକ୍ଷା କରିବା ଲାଗି ଆଜି ରାଜ୍ୟ ସରକାରମାନଙ୍କ ସହିତ ବୈଠକ କରିବେ। ସନ୍ଧ୍ୟାରେ ହେବାକୁ ଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀମାନଙ୍କ ସହିତ କୋଭିଡ ସମ୍ପର୍କରେ ଆଲୋଚନା କରିବେ। ତେବେ ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗଦେବେ ନାହିଁ ବୋଲି ସୂଚନା ମିଳିଛି।

ମମତାଙ୍କ ବଦଳରେ ରାଜ୍ୟର ମୁଖ୍ୟ ସଚିବ ଏହି ବୈଠକରେ ଭାଗନେବେ। ବୈଠକରେ ଟିକା ଯୋଗାଣ ସମ୍ପର୍କରେ ଆଲୋଚନା ହୋଇପାରେ। ଏହା ସହିତ କରୋନା କଟକଣା ଯେପରି କି ଲକଡାଉନ, ନାଇଟ୍‌ କର୍ଫ୍ୟୁ ଆଦିକୁ କଡ଼ାକଡ଼ି ପାଳନ କରିବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ପରାମର୍ଶ ଦେଇପାରନ୍ତି।

- Advertisement -

ସୂଚନାଯୋଗ୍ୟ, ଗତବର୍ଷ କରୋନାର ପ୍ରଥମ ତରଙ୍ଗ ତୁଳନାରେ ଏବର୍ଷ ୨ୟ ତରଙ୍ଗ ଅଧିକ ଭୟଙ୍କର ସାବ୍ୟସ୍ତ ହୋଇଛି। ନୂଆ ଷ୍ଟ୍ରେନର ସଂକ୍ରମଣ ହାର ପୂର୍ବ ଷ୍ଟ୍ରେନ ତୁଳନାରେ ଅଧିକ ଦ୍ରୁତ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୨୬ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହା ବର୍ତ୍ତମାନ ସୁଦ୍ଧା କୌଣସି ଗୋଟିଏ ଦିନର ସର୍ବାଧିକ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories