www.samajalive.in
Wednesday, December 10, 2025
18.1 C
Bhubaneswar

ଟାଟା ପାୱାରର ମନମୁଖୀ ବର୍ଦ୍ଧିତ ବିଦ୍ୟୁତ୍ ଶୁଳ୍କ ଆଦାୟ ପ୍ରତିବାଦରେ କଂଗ୍ରେସର ରାଜ୍ୟପାଳଙ୍କୁ ଦାବିପତ୍ର

ରେଙ୍ଗାଲି କ୍ୟାମ୍ପ : କରୋନା ମହାମାରୀର ତାଣ୍ଡବ ଲୀଳାରେ ଗରିବ ଓ ମଧ୍ୟବିତ୍ତ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଥିବା ବେଳେ ଏବେ ପୁଣି ‘ଟାଟା ପାୱାର’ର ଅହେତୁକ ବର୍ଦ୍ଧିତ ବିଦ୍ୟୁତ୍ ଶୁଳ୍କ ଲୋକଙ୍କ ଆର୍ଥିକ ଚିନ୍ତା ବହୁଗୁଣିତ କରିଦେଇଛି। ତେଣୁ ଏହାର ପ୍ରତିବାଦ କରି ପ୍ରଦେଶ କଂଗ୍ରେସ କମିଟିର ଆହ୍ବାନ କ୍ରମେ ଅତାବିରା ବ୍ଲକ କଂଗ୍ରେସର ସଭାପତି ଦୟାସାଗର ମେଣ୍ଡେଳୀଙ୍କ ଅଧ୍ୟକ୍ଷତାରେ ଆଜି ବିକ୍ଷୋଭ ପ୍ରଦର୍ଶନ କରିବା ସହ ସ୍ଥାନୀୟ ବିଦ୍ୟୁତ୍ ବିଭାଗୀୟ ଅଧିକାରୀ ବିଜୟ ବେହେରାଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ବର୍ଦ୍ଧିତ ଦର ପ୍ରତ୍ୟାହାର କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ୨୦୧୬ମସିହାରେ ବିମୁଦ୍ରାୟନ ଓ ମହାମାରୀ କରୋନା ଯୋଗୁଁ ଗରିବ ଓ ମଧ୍ୟବିତ୍ତ ଲୋକଙ୍କ ତଥା ଅଣୁ ଓ କ୍ଷୁଦ୍ର ଶିଳ୍ପ ଗୁଡ଼ିକର ଆର୍ଥିକ ଅବସ୍ଥା ଦୁର୍ବଳ ହେବା ସହ କ୍ରୟ ଶକ୍ତି କମିଯାଇଛି।ଏପରି ଏକ ପ୍ରତିକୂଳ ପରିସ୍ଥିତିରେ ବର୍ଦ୍ଧିତ ବିଦ୍ୟୁତ୍ ଦର ବୋଝ ଉପରେ ନଳିତା ବିଡା ପରି ହୋଇଛି। ବିଶେଷ କରି ‘ଟାଟା ପାୱାର’ କମ୍ପାନୀ ବିତରଣ ଦାୟିତ୍ଵ ନେବା ପରଠାରୁ ଗତ ୭ମାସ ମଧ୍ୟରେ ଦୁଇ ଥର ୟୁନିଟ୍ ପିଛା ୫୦ପଇସା ବୃଦ୍ଧି ଘଟିଛି।

ଏହି ବର୍ଦ୍ଧିତ ଦର ଅନୁସାରେ ୨୦୦ୟୁନିଟ୍ ବ୍ୟବହାର କାରୀଙ୍କ ପାଇଁ ୟୁନିଟ୍ ପିଛା ୫ଟଙ୍କା୬୦ ପଇସା ଓ ୪୦୦ରୁ ଅଧିକ ୟୁନିଟ୍ ବ୍ୟବହାର କାରିଙ୍କ ପାଇଁ ୟୁନିଟ୍ ପିଛା ୬ଟଙ୍କା ୨୦ପଇସା ଦେବାକୁ ପଡ଼ୁଛି।କିନ୍ତୁ ଆମ ରାଜ୍ୟରେ ବିଦ୍ୟୁତ୍ ଉତ୍ପାଦନର କ୍ରୟ ୟୁନିଟ୍ ପିଛା ୩୦ପଇସା ପଡ଼ୁଥିବା ବେଳେ ଉପଭୋକ୍ତାଙ୍କ ପାଇଁ ଦୁଇଗୁଣ ରୁ ଅଧିକ ବୃଦ୍ଧି କରାଯାଇଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଏହି ବର୍ଦ୍ଧିତ ଦର କୁ ପ୍ରତ୍ୟାହାର କରିବା ପାଇଁ ଦାବି ପତ୍ରରେ ଉଲ୍ଲେଖ ରହିଛି।

- Advertisement -

ଏହି ଦାବି ପତ୍ର ପ୍ରଦାନ ବେଳେ ବ୍ଲକ କଂଗ୍ରେସର ସମ୍ପାଦକ ପ୍ରମୋଦ କୁମାର ମହାକୁର, ଯୁବ କଂଗ୍ରେସ ସଭାପତି ଦୀପକ ରାଏ, ପୂର୍ବତନ କଂଗ୍ରେସ କାଉନସିଲର ମୁକେଶ ଅଗ୍ରୱାଲ, ଜିତୁ ଭୋଇ, ବଳରାମ ସାହୁ, ଅକ୍ଷୟ ମହାପାତ୍ର, ମନୋଜ କୁମାର ଅଗ୍ରୱାଲ, ସୁରେଶ୍ ମାଝୀ, ଗୌରାଙ୍ଗ ଦୀପ, ସୁରେନ୍ଦ୍ର ମହାକୁର, ସାହେବ ପ୍ରଧାନ, ସିତେଶ ଅଗ୍ରୱାଲ, ଏମ୍ ସୁରି ରାଓ, ବୃନ୍ଦାବନ ଦୀପ, ଗୁଣନିଧି ପ୍ରଧାନ, ଜି ଶ୍ରୀନିବାସ ରାଓ ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories