www.samajalive.in
Saturday, December 6, 2025
26.1 C
Bhubaneswar

ସୁଖଶାନ୍ତି ପାଇଁ ସରଳ ଉପାୟ

ଗୃହରେ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ପାଇଁ ଭୋଜନ କକ୍ଷର ମୁଖ୍ୟ ଦ୍ୱାର ନିକଟରେ ଫୁଲର ଫଟୋ ଲଗାନ୍ତୁ।
ଆର୍ଥକ ସମ୍ପନ୍ନତା ପାଇଁ ପୂଜା କକ୍ଷରେ ବସିଥିବା ଢଙ୍ଗୀରେ ମା’ଲକ୍ଷ୍ମୀଙ୍କ ଫଟୋ ଲଗାନ୍ତୁ।
ସନ୍ତାନ ପ୍ରାପ୍ତି ପାଇଁ ପଦ୍ମଫୁଲର ଚିତ୍ର କିମ୍ବା ଗାଈର ଚିତ୍ର ଶୟନ କକ୍ଷରେ ଲଗାନ୍ତୁ।
ଉତ୍ତମ ସ୍ୱାସ୍ଥ୍ୟ ପାଇଁ କର୍ମ ସ୍ଥାନରେ ଉଦୟ ହେଉଥିବା ସୂର୍ୟ୍ୟଙ୍କ ଫଟୋ ଲଗାନ୍ତୁ।
ଜୀବନରେ ଥିବା କଷ୍ଟ ଓ ସମସ୍ୟାକୁ ଦୂର କରିବା ପାଇଁ ପୂଜା କକ୍ଷରେ ପ୍ରଭୁ ଶିବ କିମ୍ବା କୃଷ୍ଣଙ୍କର ଆଶୀର୍ବାଦ ଦେଉଥିବା ଫଟୋ ଲଗାନ୍ତୁ।
କକ୍ଷରେ ଫଟୋ ଲଗାଇବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ-
ଗୃହର କକ୍ଷରେ ସର୍ବଦା ରଙ୍ଗୀନ ଓ ସୁନ୍ଦର ଫଟୋ ଲଗାନ୍ତୁ।
ବନ୍ୟ ଜନ୍ତୁ, ନିଆଁ ଓ କଣ୍ଟାର ଚିତ୍ର ଲଗାନ୍ତୁ ନାହିଁ।
ସର୍ବଦା ଗୃହରେ ଥିବା ଫଟୋ ଗୁଡ଼ିକୁ ସଫା ରଖନ୍ତୁ।
ପୂଜା କକ୍ଷରେ ପତିପତ୍ନୀଙ୍କର ଓ ଶୟନ କକ୍ଷରେ ଦେବାଦେବୀଙ୍କ ଫଟୋ ଲଗାନ୍ତୁ ନାହିଁ।
ନାରୀ ମାନେ ପ୍ରତିଦିନ ପ୍ରାତଃ ସ୍ନାନ କରି ଭଗବାନଙ୍କୁ ଓ ନିଜ ଇଷ୍ଟଦେବାଦେବୀଙ୍କୁ ପ୍ରଣାମ କରିବା ଉଚିତ। ଏହାଦ୍ୱାରା ଗୃହରେ ସର୍ବଦା ସୁଖଶାନ୍ତି ଲାଗି ରହେ।
ପ୍ରତିଦିନ ସକାଳ ପୂଜା କାର୍ୟ୍ୟ ପରେ ପ୍ରଥମେ ନିଜ ଠାରୁ ବଡ଼ ମାନଙ୍କୁ ପ୍ରଣାମ କରିବା ଉଚିତ।
ଏହା ଦ୍ୱାରା ଭଗବାନଙ୍କ ଆଶୀର୍ବାଦ ସର୍ବଦା ପ୍ରାପ୍ତି ହୋଇଥାଏ।
ନିଜ ସ୍ୱାମୀଙ୍କୁ ମଧ୍ୟ ପ୍ରତିଦିନ ପ୍ରଣାମ କରିବା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।
ନାରୀ ମାନେ ଜୋରରେ ହସିବା, ରାସ୍ତାରେ ଅଥବା ଘରେ ବଡ଼ ପାଟିରେ କଥା ହେବା ଦ୍ୱାରା ଗୃହରେ ଳକ୍ଷ୍ମୀଙ୍କ ବାସ ହୋଇ ନଥାଏ ଓ ଧନହାନୀ ମଧ୍ୟ ହୋଇଥାଏ।
ଗାଧୋଇବା ପରେ ରୋଷେଇ ଗୃହରେ ପ୍ରବେଶ କରିବା ଉଚିତ ଅଥବା ରାତିରେ ପିନ୍ଧିଥିବା ଲୁଗାପଟା ବଦଳାଇ ଅଲଗା ଲୁଗା ପିନ୍ଧି ରୋଷେଇ ଘରେ ପ୍ରବେଶ କରିବା ଉଚିତ।
ପିଲା ମାନଙ୍କ ଉପରେ ଅଯଥାରେ ରାଗିବା ମଧ୍ୟ ଅନୁଚିତ।
ନିଜ କାର୍ୟ୍ୟକୁ ସର୍ବଦା ଖୁସିରେ ଓ ଆଗ୍ରହ ସହ କଲେ ଗୃହରେ ଆନନ୍ଦର ବାତାବରଣ ରହିଥାଏ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories