Patra electronics

ଚୌଦ୍ୱାରରେ ଉତ୍କଳ ଦିବସ ପାଳିତ

ଚୌଦ୍ୱାର : ଚୌଦ୍ୱାର ସାହିତ୍ୟ ସଂସଦ ତରଫରୁ ଉତ୍କଳ ଦିବସ ଉତ୍ସବ ପାଳିତ ହୋଇ ଯାଇଛି। ଏହି ଉତ୍ସବରେ ହିନ୍ଦ୍‍ ସେବକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁ ଅତିଥି ଭାବେ ଯୋଗଦେଇ ଚୌଦ୍ୱାର ମହା ବିଦ୍ୟାଳୟ ପରିସରରେ ଥିବା ଉତ୍କଳ ମଣୀଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଓଡ଼ିଶାର ବରପୁତ୍ର ମାନଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଶିକ୍ଷାବିତ୍‍ କୈଳାସ ଚନ୍ଦ୍ର ବରାଳ, ଶରତ କୁମାର ଖୁଣ୍ଟିଆ, ଅଶୋକ କୁମାର ନାୟକ, ଇଂ ହରିହର ରଣା, ଶରତ ଚନ୍ଦ୍ର ଖୁଣ୍ଟିଆ, ପଞ୍ଚାନନ ବେହେରା, ଅକ୍ଷୟ ମିଶ୍ର, କେ.ସି.ପ୍ରତାପସିଂହ, ଉତ୍ତମ କୁମାର ସ୍ୱାଇଁ, ସରିତା ଦାସ, ଚନ୍ଦ୍ର ପ୍ରକାଶ ପଟ୍ଟନାୟକ, ନିକୁଞ୍ଜ ବିହାରୀ ପଣ୍ଡା, ନରହରି ନାୟକ, ରାଜ କିଶୋର ସାମନ୍ତରାୟ,ସତ୍ୟବ୍ରତ ଦାସ, ମାନସ କୁମାର ସାହୁ ପ୍ରମୁଖ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସଂସଦ ସମ୍ପାଦକ ଦିବ୍ୟଜ୍ୟୋତି ପାଣି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଉତ୍କଳ ସମ୍ମିଳନୀର ଚୌଦ୍ୱାର ଶାଖା, ଅବସରପ୍ରାପ୍ତ ଶିକ୍ଷକ ସଂଘ,ଆଇନଜୀବି ସଂଘ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ହିନ୍ଦ୍‍ ସେବକ ସଂଘ, ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ଲ’ ସଂଗଠନ ଓ ଉଦ୍ଧାର ଫାଉଣ୍ଡେସନ ପକ୍ଷରୁ ଉତ୍କଳ ଦିବସ ପାଳନ କରାଯିବା ସହିତ ଅନୁଷ୍ଠାନ ଗୁଡ଼ିକର କର୍ମକର୍ତ୍ତାମାନେ ଉତ୍କଳ ଗୌରବ ମଧୁସୁଦନ, ଉତ୍କଳମଣି ଗୋପବନ୍ଧୁ ଦାସ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଆଦି ବରପୁତ୍ରଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଅନୁରୂପ ଭାବେ ମଙ୍ଗୁଳି ଛକଠାରେ ସାମ୍ବାଦିକ ଏକତା ତରଫରୁ ଉତ୍କଳ ଦବସ ପାଳିତ ହୋଇ ଯାଇଛି।

Comments are closed.