www.samajalive.in
Friday, December 12, 2025
19.1 C
Bhubaneswar

୩୩ ବର୍ଷ ପରେ ଶୁଦ୍ଧକ୍ରିୟା ସରିଥିବା ନିଖୋଜ ବ୍ୟକ୍ତି ଜୀବିତ

ନର୍ଲା: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଉଲିକୂପା ଗ୍ରାମର ପରମାନନ୍ଦ ସାହୁ (ନନ୍ଦ ସାହୁ) ୧୯୮୭ ସମିହାରେ କୌଣସି କାରଣରୁ ଘର ଛାଡି ପଳାଇ ଥିଲେ। ସେହି ଦିନ ଠାରୁ ଆଉ ସେ ଘରକୁ ଫେରିନାହାନ୍ତି। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଶେଷରେ ନିରାଶ ହୋଇଥିଲେ। ଶେଷରେ ନିକଟସ୍ଥ ଥାନାରେ ଲିଖତ ଜଣାଇଥିଲେ ବୋଲି ପରିବାର ଲୋକେ ପ୍ରକାଶ କରିଛନ୍ତି। ତେବେ ଇତି ମଧ୍ୟରେ ୩୩ ବର୍ଷ ବିତି ଯାଇଛି। ନିଖୋଜ ହେବାର ୧୪ ବର୍ଷ ପରେ ସଂପୃକ୍ତ ପରିବାରର ଲୋକେ ମୃତ ଭାବି ତାଙ୍କର ଶୁଦ୍ଧ କ୍ରିୟା କରିସାରିଛନ୍ତି। ହେଲେ ଭଗବାନଙ୍କର ଇଚ୍ଛା, ସଂପୃକ୍ତ ବ୍ୟକ୍ତି ବାହାର ରାଜ୍ୟ ଉତ୍ତରପ୍ରଦେଶର ଝାନ୍‍ସି ତେରୋଲିରେ ଥିବା ପ୍ରାକ୍‍ ସୂଚନା ମିଳିଅଛି। କେବଳ ପରମାନନ୍ଦ ନୁହେଁ ତାଙ୍କ ସହିତ ଭାଟେଲ ଗ୍ରାମର କିଷାନ ହରିଜନ ମଧ୍ୟ ତାଙ୍କ ସହିତ ଥିବା ସୂଚନା ମିଳିଅଛି। କିଷାନ ମଧ୍ୟ ଘରୁ ନିଖୋଜ ଥିବା ଜଣାପଡିଅଛି।

ଘଟଣା ଅନୁଯାୟୀ ଉଲିକୂପା ଗ୍ରାମର ନିଖୋଜ ବ୍ୟକ୍ତିଙ୍କ ପରିବାରର ଏକ ଝିଅ ଜ୍ୟୋତି ତେରୋଲିରେ ବିବାହ କରିଛନ୍ତି। ସଂପୃକ୍ତ ଦୁଇ ବୃଦ୍ଧ କୌଣିସ ଏକ ଆଶ୍ରମରେ ରହୁଥିବା ବେଳେ ସୌଭାଗ୍ୟବଶତଃ ଜ୍ୟୋତିଙ୍କ ଘରକୁ ଆସିଥିଲେ। ଜ୍ୟୋତି ତାଙ୍କୁ ପଚରା ଉଚୁରା କରିବାରେ ପରମାନନ୍ଦ ତାଙ୍କର ପରିଚୟ ଦେବା ସହ ତାଙ୍କର ୪ ପୁଅ ବିଶ୍ୱନାଥ, ଡୋଳେଶ୍ୱର, ଉମେଶଚନ୍ଦ୍ର, ଚତୁର୍ଭଜଙ୍କ ନାମ କହି ନିଜର ପରିଚୟ ଦେଇଥିଲେ। ଜ୍ୟୋତି ନିଜ ପରିବାରର ସମସ୍ତଙ୍କ ନାମ ଶୁଣି ଆଶ୍ଚର୍ଯ୍ୟ ହେବା ସହ ପୂର୍ବରୁ ନିଖୋଜ ଥିବା ନିଜ ସଂପର୍କିୟ ପରମାନନ୍ଦଙ୍କୁ ଜାଣିପାରିଥିଲେ। ଏହାପରେ ଘରକୁ ଫୋନ କରି ଜଣାଇଥିଲେ। ତାଙ୍କ ସହିତ ଭାଟେଲ ଗ୍ରାମର କିଷାନ ମଧ୍ୟ ଥିବା ଜ୍ୟୋତି ପରିବାର ଲୋକଙ୍କୁ ସୂଚନା ଦେଇଛନ୍ତି। ହେଲେ ସେମାନେ କେଉଁ ଆଶ୍ରମରେ ରହୁଛନ୍ତି ତାହାର ସଂପୂର୍ଣ୍ଣ ଠିକଣା ଜ୍ୟୋତି ପାଇ ନଥିବା ବେଳେ ସଂପୃକ୍ତ ଦୁଇ ବୃଦ୍ଧ ଆସନ୍ତା ୨୦ ତାରିଖରେ ତାଙ୍କ ଘରକୁ ପୁନଃ ଆସିବେ ବୋଲି କହିଥିବା ଜଣାପଡିଅଛି। ପରମାନନ୍ଦ ଉଲିକୂପା ଗ୍ରାମର ଜଣେ ବିଶିଷ୍ଟ ଓ ଜଣାଶୁଣା ବ୍ୟାକ୍ତି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।

- Advertisement -

ତାଙ୍କୁ ଫେରାଇଆଣିବା ପାଇଁ ପରିବାର ଲୋକେ ଆସନ୍ତା ସୋମବାର ଝାନସି ଯିବେ ବୋଲି ସୂଚନା ମିଳିଅଛି। ପରମାନନ୍ଦଙ୍କ ଫଟୋ ମିଳିନଥିବା ବେଳେ ତାଙ୍କୁ ପାଖାପାଖି ବୟସ ୯୫ରୁ ଊର୍ଦ୍ଧ୍ବ ହେବ ବୋଲି ପ୍ରକାଶ। କିଷାନଙ୍କ ଫଟୋ ମିଳିଅଛି। ସେ ଯାହାବି ହେଉ ଏହା ଇଶ୍ୱରଙ୍କ ଇଚ୍ଛା ବୋଲି ଲୋକେ ଆଲୋଚନା କରୁଛନ୍ତି।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories